ଆନନ୍ଦ ବଜାରରେ ପଲିଥିନ୍‌ରେ ପ୍ରସାଦ

ପୁରୁଣା ଭୁବନେଶ୍ୱର,୧୩।୭(ଡି.ଏନ.ଏ.): ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ବିଏମ୍‌ସି ପକ୍ଷରୁ ପଲିଥିନ ବ୍ୟବହାର ରେକିବାକୁ ଚଢାଉ ଜାରି ରହିଛି। ବହୁ ପରିମାଣରେ ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ମଧ୍ୟ ଜବତ କରିଥିବା ଖବର ରହିଛି। ପ୍ଲାଷ୍ଟିକ ବ୍ୟବହାର ଯୋଗୁ ରାସାୟନିକ ପ୍ରଭାବରେ ବିଭିନ୍ନ ପ୍ରକାର ରୋଗ ହେବା ସହ ନାଳ ନର୍ଦ୍ଦମାରେ ପଲିଥିନ ପଡି ପାଣି ନିଷ୍କାସନରେ ବାଧକ ସାଜୁଛି। ହେଲେ ଅନନ୍ତ ବାସୁଦେବ ମନ୍ଦିରରେ ପିଲିଥିନ ବ୍ୟବହାରରେ ଖୁଲମଖୁଲା ହେଉଛି। ପ୍ରସାଦ ଓ ବ୍ୟଞ୍ଜନକୁ ପଲିଥିନରେ ପୂରାଇ ବିକ୍ରି କରାଯାଉଛି। ପ୍ରସାଦ ବିକ୍ରି କରୁଥିବା ଦୋକାନୀମାନେ ଲାଭଖୋର ମନଭାବେ ନେଇ ଏଭଳି ପଲିଥିନ ବ୍ୟବହାର କରୁଥିବା କୁହାଯାଇଛି। ଠାକୁରଙ୍କ ପ୍ରସାଦ ପଲିଥିନରେ ବିକ୍ରି ଯୋଗୁ ଏହା ମାନ ହାନୀ ଘଟୁଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ନା ମନ୍ଦିର ପ୍ରଶାସନର କି ବିଏମ୍‌ସିର କାହାର ନିଘା ନାହିଁ। ଚଢାଉ ନାମକୁମାତ୍ର କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ମନ୍ଦିରରେ ବ୍ୟବହାର ହେଉଥିବା ପିଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭୁବନେଶ୍ୱରରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଜଣକ ଲୋକାଲ କେସ ହୋଇଥିବା ବେଳେ ହଂସପାଳର ବୋଲି ଜଣାପଡ଼ିଛି।...

ସଡ଼କ ଦୁର୍ଘଟଣାରେ ୨ମୃତ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା

ଧର୍ମଶାଳା/ଜେନାପୁର,୧୪ା୧୨(ଡି.ଏନ୍‌.ଏ.): ମୃତ୍ୟୁ ଏମିତି ବି ଆସେ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଆଉ ଜଣେ...

ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ...

୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା...

ରାଜ୍ୟରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା: ବାଗ୍‌ଚୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ତେବେ ଆକ୍ରାନ୍ତ ୧୧୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରୁ କୌଣସି...

ରାଜ୍ୟରେ ବଢିଲାଣି ଶୀତ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। ତେବେ ତାପମାତ୍ରା ସ୍ବାଭାବିକ ଭାବେ କମ୍‌ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ...

ଓଡ଼ିଶାରେ ପହଞ୍ଚିଲା ୩୦ ହଜାର ଓମିସିୟୋର କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ୩୦ ହଜାର ଓମିସିୟୋର କିଟ୍‌ । ଏହାଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । କିଟ୍‌...

ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍‌କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍‌ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।...

Advertisement
Archives

Model This Week