ଆଧୁନିକୀକରଣ ଯୋଗୁ ପ୍ରଭାବିତ ହେବ ୩ ଟ୍ରେନ୍‌

ଭୁବନେଶ୍ୱର, ୧୮ା୧ (ବ୍ୟୁରୋ): ରେଳଧାରଣାର ଆଧୁନିକୀକରଣ ତଥା ଦୋହରୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରେ ୩ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ର ଚଳାଚଳରେ ପରିବର୍ତ୍ତନ କରାଯିବ। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଗୁଁଟୁର ଓ ଗୁଁଟକାଲ ରେଳ ସେକ୍ସନ ମଧ୍ୟରେ ରେଳ ଲାଇନର ଆଧୁନିକୀକରଣ ତଥା ଦୋହରୀକରଣ ଏବଂ ବିଦ୍ୟୁତୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଏବଂ ପୁରୀରୁ ଯଶୋବନ୍ତପୁର ଯାଉଥିବା ଗରିବ ରଥ ଏକ୍ସପ୍ରେସର ଚଳାଚଳ ପ୍ରଭାବିତ ହେବ। ଟ୍ରେନ୍‌ ନଂ ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଜାନୁୟାରୀ ୨୭ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ଏବଂ ଜାନୁୟାରୀ ୨୬ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ବାଙ୍ଗାଲୋରଠାରୁ ଏହାର ନିର୍ଦ୍ଧାରିତ ମାର୍ଗ କ୍ରିଷ୍ଣାକେନାଲ-ଗୁଁଟୁର-ଗୁଁଟକାଲ-ଧର୍ମାବରମ୍‌ ପରିବର୍ତ୍ତେ କ୍ରିଷ୍ଣାକେନାଲ-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍‌-କାଟପାଡି-ଜୋଲାରପେଟଟାଇ ମାର୍ଗରେ ଯାତ୍ରା କରିବ। ସେହିପରି ଟ୍ରେନ୍‌ ନଂ ୨୨୮୮୩/୨୨୮୮୪ ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ପୁରୀ ଠାରୁ ଜାନୁୟାରୀ ୩୧ ଏବଂ ଯଶୋବନ୍ତପୁରଠାରୁ ଫେବୃୟାରୀ ପହିଲା ଦିନ ପରିବର୍ତ୍ତିତ ମାର୍ଗ କ୍ରିଷ୍ଣକେନାଲ-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍‌-କାଟପାଡି-ଜୋଲାରପେଟଟାଇ ମାର୍ଗ ଦେଇ ଯାତ୍ରା କରିବ। ଏହାବ୍ୟତୀତ ଅନୁଗୋଳ-ସମ୍ବଲପୁର ରେଳ ସେକ୍ସନରେ ଯୁଯୁୁମୁରା-ଚାରମାଳ ଓ ବଇଣ୍ଡା-ଜରପଡ଼ା ଷ୍ଟେଶନ ମଧ୍ୟରେ ରେଳଧାରଣାର ଆଧୁନିକୀକରଣ ତଥା ରେଳଧାରଣା ତଳେ ଉପାମାର୍ଗ ନିର୍ମାଣ ପାଇଁ ଟ୍ରେନ୍‌ ନଂ ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌କୁ ଉଭୟ ଦିଗରୁ ଆସନ୍ତା ୨୪ ତାରିଖ ଦିନ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri