ଆଧାର ଲିଙ୍କ୍‌ ଆଳରେ ୩.୫୪ ଲକ୍ଷ ଠକେଇ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ କରାଇ ଦେବାକୁ କହି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ହଡପ କରାଯାଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲା ରାଜକନିକା ଥାନା ମଝିସାହିର ସ୍ବାମୀ ବିଭୂ ପ୍ରସାଦ ନାୟକ(୨୬) ଓ ସ୍ତ୍ରୀ ରେଖାରାଣୀ ନାୟକ(୨୪)। ଦୁହେଁ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ରୁହନ୍ତି। ପୋଲିସ ବୁଧବାର ସେମାନେ କରିଥିବା ନୟନ କମ୍ୟୁନିକେଶନ କେନ୍ଦ୍ର କମ୍ପ୍ୟୁଟର ଓ ୮ ହଜାର ଟଙ୍କା ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦମ୍ପତିଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭୀଯୁକ୍ତ ଦ୍ୱୟଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ମୁତାବକ, ଖଣ୍ଡଗିରି ଥାନା ଭରତପୁର ଜିଏ କଲୋନୀ ପ୍ଲଟ ନଂ. ୫୮ରେ ରୁହନ୍ତି ରାଜକନିକା ଥାନା ମଝିସାହିର ସ୍ବାମୀ ବିଭୁପ୍ରସାଦ ଓ ସ୍ତ୍ରୀ ରେଖାରାଣୀ। ଗୋଟିଏ ଘରକୁ ଭଡାରେ ନେଇ ବିଭୂପ୍ରସାଦ ଓ ତାଙ୍କ ସ୍ତ୍ରୀ ରେଖାରାଣୀ ନୟନ କମ୍ୟୁନିକେଶନ ନାଁରେ ସାଇବର ପଏଣ୍ଟ ଚଳାଇଥିଲେ। ବିଭିନ୍ନ ବ୍ୟାଙ୍କ ପାସ୍‌ବୁକ୍‌ଧାରୀମାନଙ୍କ ଆକାଉଣ୍ଟରେ ସେ ଆଧାର ଲିଙ୍କ୍‌ ସହ ଅନ୍ୟାନ୍ୟ କାମ କରୁଥିଲେ। ଗତ ମାସରେ ଚନ୍ଦକା ଦାସପୁର ଗ୍ରାମର ମାଲ୍ୟବନ୍ତ ସ୍ବାଇଁ(୭୦)ବ୍ୟାଙ୍କରେ ଆଧାର ଲିଙ୍କ୍‌ କରିବା ପାଇଁ ବିଭୂପ୍ରସାଦଙ୍କ ପାଖକୁ ଆସିଥିଲେ। ପରେ ବିଭୂପ୍ରସାଦ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଣି ଆଧାର ଲିଙ୍କ କରିବା ବେଳେ ଏକ ଓଟିପି ଆସିଥିଲା। ଗୁପ୍ତ ଓଟିପି ନମ୍ବରକୁ ମାଲ୍ୟବନ୍ତ ବିଭୂପ୍ରସାଦଙ୍କୁ ଜଣାଇ ଦେଇଥିଲେ। ତା’ର କିଛି ସମୟ ପରେ ବିଭୂପ୍ରସାଦ ଉକ୍ତ ଓଟିପିଙ୍କୁ ବ୍ୟବହାର କରି ମାଲ୍ୟବନ୍ତଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ମାଲ୍ୟବନ୍ତଙ୍କ ମୋବାଇଲକୁ ଟଙ୍କା କଟିବା ମେସେଜ ଆସିବା ପରେ ସେ ବିଭୂପ୍ରସାଦଙ୍କୁ କହିଥିଲେ। ହେଲେ ସେ କହିଥିଲେ, ମୁଁ କିଛି କରିପାରିବି ନାହିଁ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୧୪୪/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଠକେଇରେ ସମ୍ପୃକ୍ତ ଦମ୍ପତିଙ୍କ ବିଷୟରେ ଜଣାପଡିବା ପରେ ସେମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri