ଆଧାର ଭିତ୍ତିକ ଇ-ପାନ୍‌ ପ୍ରଦାନ ବ୍ୟବସ୍ଥା ଶୀଘ୍ର

ନୂଆଦିଲ୍ଲୀ,୭-୨: ଆଧାର ତଥ୍ୟ ପ୍ରଦାନ ଦ୍ୱାରା ତ୍ୱରିତ ଭିତ୍ତିରେ ଅନ୍‌ଲାଇନରେ ପାନ୍‌ କାର୍ଡ ପ୍ରଦାନ ବ୍ୟବସ୍ଥା ଚଳିତ ମାସରୁ ଆରମ୍ଭ କରାଯିବ। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ବଜେଟ ୨୦୨୦-୨୧ରେ ଏନେଇ ପ୍ରସ୍ତାବ ରଖାଯାଇଛି। ବିନା କୌଣସି ଆବେଦନ ଫର୍ମ ପୂରଣ ମାଧ୍ୟମରେ ଆଧାର ତଥ୍ୟ ଦ୍ୱାରା ଅନ୍‌ଲାଇନ ପାନ୍‌ ପ୍ରଦାନ ଧାରା ତ୍ୱରିତ କରିବାକୁ ଏଭଳି ପଦକ୍ଷେପ ସରକାର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ସିଷ୍ଟମ ପ୍ରସ୍ତୁତ ହୋଇ ରହିଥିବା ବେଳେ ଚଳିତ ମାସରେ ସେବା ଆରମ୍ଭ ହେବ ବୋଲି ପାଣ୍ଡେ ସ୍ପଷ୍ଟ କରିଛନ୍ତି। ଆୟକର ବିଭାଗ ଓ୍ବେବସାଇଟକୁ ଯାଇ ଆଧାର ନମ୍ବର ପ୍ରଦାନ କରିବାକୁ ହେବ। ଆଧାର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଓ୍ବାନ ଟାଇମ ପାସଓ୍ବାର୍ଡ (ଓଟିପି) ଆସିବ। ଆଧାର ତଥ୍ୟ ଯାଞ୍ଚ ଲାଗି ଓଟିପି ବ୍ୟବହାର କରାଯିବ। ଏଭଳି ଧାରାକୁ ବ୍ୟବହାର କରି ତ୍ୱରିତ ପାନ୍‌ ପ୍ରଦାନ କରାଯିବ। ବ୍ୟକ୍ତିବିଶେଷ ଇ-ପାନ କାର୍ଡକୁ ଡାଉନଲୋଡ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri