Posted inଜାତୀୟ

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର କାର୍ଡ ହଜିଯାଇଥିଲା। ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଶ୍ମଶାନରେ ସମ୍ପର୍କୀୟମାନେ ପହଞ୍ଚିଥିଲେ, ସେହି ସମୟରେ ସେଠାରେ ଥିବା ଶ୍ମଶାନ କର୍ମଚାରୀ ମୃତବ୍ୟକ୍ତିଙ୍କ ଆଧାର କାର୍ଡ ମାଗିଥିଲେ। ପରିବାରଲୋକେ ତାଙ୍କର ଆଧାରକାର୍ଡ ନାହିଁ କହିବାରୁ ଉକ୍ତ କର୍ମଚାରୀ ଆଧାର ବାଧ୍ୟତାମୂଳକ ଏବଂ ଅନ୍‌ଲାଇନ୍‌ ଜରିଆରେ ଆଣିବାକୁ କହିଥିଲେ। ଅନ୍‌ଲାଇନ୍‌ରେ ଆଧାର କାର୍ଡ ଆଣିବା ପାଇଁ ସଂସ୍କାର କାର୍ଯ୍ୟରେ ବିଳମ୍ବ ଉପୁଜିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଥିଲା। ଏନେଇ ସେମାନେ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକେ (ବିବିଏମ୍‌ପି) ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଅନ୍ତିମ ସଂସ୍କାର ପାଇଁ ଏଣିକି ମୃତବ୍ୟକ୍ତିଙ୍କର ଆଧାର କାର୍ଡ ଜରୁରୀ ନୁହେଁ ବୋଲି ସୋମବାର ବିବିଏମ୍‌ପି ଏକ ନୋଟିସ ଜାରି କରିଛନ୍ତି। ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନର କର୍ମଚାରୀମାନେ ଏବେ ଆଉ ତାଙ୍କ ପରିଜନଙ୍କୁ ମୃତବ୍ୟକ୍ତିଙ୍କ ଆଧାରକାର୍ଡ ଦେଖାଇବାକୁ ବାଧ୍ୟ କରିପାରିବେ ନାହିଁ। ଯଦି କେହି ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ନେଇ ପରିବାରଲୋକଙ୍କୁ ହଇରାଣ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିବିଏମ୍‌ପି କମିଶନର ସୂଚନା ଦେଇଛନ୍ତି। ପୂର୍ବରୁ କିଛି ଏଭଳି ନିୟମ ନ ଥିବା ବେଳେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ମୃତବ୍ୟକ୍ତିଙ୍କ କେବଳ ମେଡିକାଲ ଡେଥ୍‌ ସାର୍ଟିଫିକେଟ ବା ଫଟୋ ହିଁ ଯଥେଷ୍ଟ ରହୁଥିଲା। ଯଦି ଏସବୁ ଉପଲବ୍ଧ ହୋଇପାରୁ ନ ଥିଲା ତେବେ ପରିବାରବର୍ଗଙ୍କ ଏକ ସ୍ବୀକାରନାମା ପତ୍ରରେ ହିଁ ଅନ୍ତିମ ସଂସ୍କାର କରାଯାଉଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାରେ ସୁଡ଼ଙ୍ଗ ଠାବ

ଶ୍ରୀନଗର,୫।୫: ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ସାମ୍ବାର ଚକ୍‌ ଫକିରା ବର୍ଡର ପୋଷ୍ଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ସୁଡ଼ଙ୍ଗ ଠାବ...

ପିତାଙ୍କ ଆଶୀର୍ବାଦ ପାଇବାକୁ ତିନିଥର ଫୋନ୍ କଲେ ତେଜସ୍ୱୀ

ରାଞ୍ଚି,୯ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଆରମ୍ଭ ହୋଉଛି କାଉଣ୍ଟଡାଉନ୍ । ଅନ୍ୟପଟେ ମହାମେଣ୍ଟର ନେତା ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ...

ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ, ୮।୪ : ଭାରତୀୟ ସେନା ଲ୍ୟୁଟନାଣ୍ଟ କର୍ନଲ ଭରତ ପନ୍ନୁ ଏକାକି ସାଇକେଲ ଚାଳନାରେ ଦୁଇଟି ଗିନିଜ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ...

ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ସମୟ ସୀମା…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ...

ଟ୍ରିପଲ୍‌-ମ୍ୟୁଟାଣ୍ଟ ଚିନ୍ତାଜନକ

କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ...

କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ

ଥରୁଭାନନ୍ତପୁରମ୍‌,୨୯।୧: କେରଳ ବିଧାନସଭା ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍‌ ଅହମ୍ମଦ୍‌ ଖାଁ ସିଏଏ...

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ...

ରାଜ୍ୟପାଳ ଆଣିଲେ ଅଭିଯୋଗ: ମିଛ କହୁଛନ୍ତି ଦିଦି

କୋଲକତା,୧।୬: ପଶ୍ଚିମବଙ୍ଗ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହଁି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ବାତ୍ୟା ବୈଠକରେ ଯୋଗ ଦେଇ...

Advertisement
Archives

Model This Week