ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ ଜଙ୍ଗଲରୁ ଫଳମୂଳ, ମଞ୍ଜି ଆଦି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ା ସେଥିରୁ ବର୍ଷର ୩ମାସ ମହୁଲ, ଶାଳମଞ୍ଜି, ଟୋଲ ଭଳି ଲାଭଜନକ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ପରିବାରର ପ୍ରତିପୋଷଣ କରିଥାନ୍ତି। ତେବେ ସେମାନେ ସଂଗ୍ରହ କରୁଥିବା ଶାଳ ମଞ୍ଜିକୁ ବଜାରରେ ବିକ୍ରି ଲାଗି କୌଣସି ସ୍ବତନ୍ତ୍ର ସୁବିଧା ନ ଥିବାରୁ ଆଦିବାସୀମାନେ ପରିଶ୍ରମର ମୂଲ୍ୟ ପାଇ ପାରୁ ନାହାନ୍ତି। ଅନ୍ୟ ରାଜ୍ୟର ବେପାରୀମାନଙ୍କ ଦ୍ୱାରା ସେମାନେ ଠକାମୀର ଶିକାର ହେଉଛନ୍ତି।
ସାଧାରଣତଃ ମେ’ ଓ ଜୁନ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶାଳମଞ୍ଜି ଉତ୍ପାଦନ ହୋଇଥାଏ। ଏବେ ଜିଲାର ବଣ ପାହାଡ଼ ଅଞ୍ଚଳରେ ଥିବା ଶାଳଜଙ୍ଗଲଗୁଡିକ ଫୁଲରେ ଫଳ ଭରପୁର ହୋଇଛି। ଶାଳ ମଞ୍ଜି ସଂଗ୍ରହ ପାଇଁ ଆଦିବାସୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି ମଞ୍ଜି ସଂଗ୍ରହ କରିବାକୁ ଲୋକେ ଖରାକୁ ଖାତିର ନ କରି ଶାଳ ଜଙ୍ଗଲର ଗଛ ମୂଳରେ ପଡ଼ିିଥିବା ମଞ୍ଜି ଗୋଟାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ଅନେକ ସମୟରେ ଘଞ୍ଚ ଜଙ୍ଗଲରେ ଜୀବଜନ୍ତୁ ଆକ୍ରମଣର ଶିକାର ହୋଇ ଏବଂ ପାହାଡ଼ରେ ପଡ଼ି ଖଣ୍ଡିଆଖାବରା ହୋଇ ମଧ୍ୟ ଏହି ମଞ୍ଜି ସଂଗ୍ରହ କରିଥାନ୍ତି। ପିଲାଙ୍କଠାରୁ ଆରମ୍ଭକରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ପରିବାରର ସମସ୍ତେ ଶାଳମଞ୍ଜି ଗୋଟାଇବା କାମରେ ଲାଗିପଡ଼ନ୍ତି ା ଗୋଟିଏ ପରିବାର ଦୈନିକ ୫ରୁ ୧୦କି.ଗ୍ରା. ମଞ୍ଜି ସଂଗ୍ରହ କରିଥାନ୍ତି ା ଶାଳମଞ୍ଜିକୁ ଖରାରେ ଶୁଖାଇ ପରେ ତାକୁ ନିଆଁରେ ପୋଡି ଓ ଶିଳରେ ରଗଡି ମଞ୍ଜି ବାହାରକରି ସଫାକରି ବେପାରୀମାନଙ୍କୁ ବିକିଥାନ୍ତି। ଏହାର ମୂଲ୍ୟ ଯଦିଓ ସରକାର ନିର୍ଦ୍ଧାରଣ କରିଛନ୍ତି ତେବେ ଅନେକ ସମୟରେ ସେମାନେ ଓଜନ ଓ ମୂଲ୍ୟରେ ଠକେଇର ଶିକାର ହୋଇଥାନ୍ତି ା ସଚେତନତାର ଅଭାବ ଯୋଗୁ ସେମାନେ କିଲୋ ୧୦ ଟଙ୍କାରୁ ୨୦ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାନ୍ତି। ବିଶେଷକରି ହରିଚନ୍ଦନପୁର, ଘଟଗାଁ, ଘସିପୁରା, ଆନନ୍ଦପୁର, ପାଟଣା, ସାହାରପଡା, ଝୁମ୍ପୁରା, ତେଲକୋଇ, ବାଂଶପାଳ, ସଦର, ଯୋଡା, ଚମ୍ପୁଆ ଆଦି ବ୍ଲକର ଆଦିବାସୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ବନଜାତ ଦ୍ରବ୍ୟର ବିକ୍ରି ଲାଗି ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଗଲେ ସୁବିଧାରେ ବିକ୍ରୀ ହୋଇ ପାରନ୍ତା ବୋଲି ବନବାସୀମାନେ କହିଛନ୍ତି। ତେବେ ଶାଳମଞ୍ଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ା ବନବାସୀମାନେ କିପରି ଠକାମୀର ଶିକାର ନ ହେବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?