Posted inଜାତୀୟ

ଆତଙ୍କବାଦୀଙ୍କ ଧମକ ସତ୍ତ୍ୱେ ସେନା ଚାହୁଁଛି ସ୍ବାଭାବିକ ସ୍ଥିତି: ମଝିରେ ଫସିଛନ୍ତି କଶ୍ମୀରୀ

ନୂଆଦିଲ୍ଲୀ/ଶ୍ରୀନଗର,୧୮ା୯: ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାରକୁ ମଙ୍ଗଳବାର ୪୪ ଦିନ ପୂରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତି ପରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି ବୋଲି ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ଦାବି କରୁଥିବାବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାର ଓଲଟା ଚିତ୍ର ସାମ୍ନାକୁ ଆଣିବାରେ ଲାଗିଛି। ବ୍ୟବସାୟୀଙ୍କୁ ଦୋକାନବଜାର ବନ୍ଦ ରଖିବାକୁ ଆତଙ୍କବାଦୀମାନେ ବାରମ୍ବାର ଧମକ ଦେଇଆସୁଥିବାବେଳେ ସେନା ପକ୍ଷରୁ ଦୋକାନ ବଜାର ଖୋଲା ରଖିବାକୁ ଅନୁରୋଧ କରାଯାଉଛି। ଏଭଳି ସ୍ଥିତିରେ ଅଧିକାଂଶ ସ୍ଥାନରେ ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁନାହିଁ। ଯାନବାହନ ଚଳାଚଳ ସମଗ୍ର ଉପତ୍ୟକାରେ ବାଧାପ୍ରାପ୍ତ ହୋଇ ରହିଛି। ସ୍କୁଲଗୁଡ଼ିକୁ ଖୋଲାଯାଉଥିଲେ ବି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ିବା ପାଇଁ ସେମାନଙ୍କ ମା’ବାପା ସୁରକ୍ଷିତ ମଣୁନାହାନ୍ତି। ସେହିପରି ସରକାରୀ ଅଫିସ୍‌ଗୁଡ଼ିକ ଖୋଲା ରହୁଥିଲେ ହେଁ ସାଧାରଣ ପରିବହନରେ ଅବ୍ୟବସ୍ଥା ଯୋଗୁ କର୍ମଚାରୀ କିମ୍ବା କାମ ପାଇଁ ଲୋକେ ଯାଉନାହାନ୍ତି। ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ସେବାକୁ ସ୍ବାଭାବିକ କରାଯାଇଛି। ହେଲେ ମୋବାଇଲ୍‌ ଫୋନ୍‌ରେ କଥାହେବା ପାଇଁ ଉପତ୍ୟକାବାସୀ ଏଯାଏ ସୁଯୋଗ ପାଇନାହାନ୍ତି। ଇଣ୍ଟରନେଟ ସେବା ଏକପ୍ରକାର ସ୍ବପ୍ନ ହୋଇଯାଇଛି। ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ଫାରୁକ୍‌ ଅବ୍‌ଦୁଲ୍ଲା ଓ ଓମାର ଅବ୍‌ଦୁଲ୍ଲାଙ୍କ ସମେତ ବହୁନେତା ଏବେ ମଧ୍ୟ ଗୃହବନ୍ଦୀ ଅଥବା ଗିରଫ ହୋଇ ରହିଛନ୍ତି। ବିଚ୍ଛିନ୍ନତାବାଦୀଙ୍କୁ ଅଘଟଣ ଏଡାଇବା ପାଇଁ ଜେଲ୍‌ରେ ପୂରାଇ ଦିଆଯାଇଛି। ଏସବୁ ଅବ୍ୟବସ୍ଥାକୁ ନେଇ କଶ୍ମୀରୀମାନେ ଫସିଯାଇଛନ୍ତି।

ଅନୁପ୍ରବେଶ କଲେଣି ୬୦ ଆତଙ୍କବାଦୀ

ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରଠାରୁ ଉପତ୍ୟକାକୁ ୬୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ପାକିସ୍ତାନୀ ସେନା ସେମାନଙ୍କୁ ନିଷ୍କ୍ରିୟ ପଥ ଦେଇ ଅନୁପ୍ରବେଶ କରାଇଛି। ଉତ୍ତର କଶ୍ମୀର ଏବଂ ଜମ୍ମୁ ଅଞ୍ଚଳର ପୁଞ୍ଚ୍‌ ଓ ରାଜୌରୀ ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ରହିଥିବା ନିଷ୍କ୍ରିୟ ପଥ ଦେଇ ସର୍ବାଧିକ ଆତଙ୍କବାଦୀ ଆସିଥିବା ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏନେଇ ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ପ୍ରକାଶ ଯେ, କେତେଜଣ ଆତଙ୍କବାଦୀ ଅନୁପ୍ରବେଶରେ ସଫଳ ହୋଇଥିବାବେଳେ ଆଉ କେତେକଙ୍କ ଉଦ୍ୟମକୁ ପଣ୍ଡ କରାଯାଇଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନିକଟରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସାବରିମାଲା

ଥିରୁଭାନନ୍ତପୁରମ,୧୭।୭: କରୋନା କାଳରେ ଦୀର୍ଘ ଦିନ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର। ପାରମ୍ପରିକ ମାସିକ ପୂଜା ପାଇଁ ଜୁଲାଇ ୧୭ରୁ ଜୁଲାଇ ୨୧...

୧ ଏପ୍ରିଲ୍‌ରୁ ୮୦୦ ଔଷଧର ଦାମ୍‌ ବୃଦ୍ଧି…

ନୂଆଦିଲ୍ଲୀ, ୨୭।୩ : ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ...

ବାପାଙ୍କ ମୃତ୍ୟୁପରେ ଚାଲିଥିଲା କୋକେଇ ସଜା: ପୁଅ କରିଦେଲେ ଏମିତି କାମ

ଦରଭଙ୍ଗା,୨୫।୭:ବିହାରର ଦରଭଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ରୋଗରେ ବାପାଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକମାତ୍ର ପୁଅ...

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର...

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ସାମିଲ ହୋଇଥିବା ପୋଲିସଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର

ହିସାର,୬।୧୨: ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ ସାମିଲ ଥିବା ସସସ୍ତ ପୋଲିସ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ...

କରୋନା ଭୟ: ଭାରତୀୟ ବିମାନକୁ ଅନୁମତି ମିଳୁନି, ଯୋଗାଯୋଗ ବିଳମ୍ବକୁ ଦାୟୀକଲା ଚାଇନା

ଉହାନ,୨୨ା୨:ଚାଇନାରେ କରୋନା ଭାଇରସ୍‌ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ାଇ ଚାଲିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଏବେସୁଦ୍ଧା ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୨,୩୪୫ରେ ପହଞ୍ଚିଥିବାବେଳେ...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର...

Advertisement
Archives

Model This Week