Posted inଜାତୀୟ

‘ଆତଙ୍କବାଦୀଙ୍କୁ ପଠାଅନି, ପଡ଼ୋଶୀ ଭଳି ରୁହ’

ନୂଆଦିଲ୍ଲୀ,୩୦-୮(ପି.ଟି.): ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବା ବନ୍ଦ କରି ସ୍ବାଭାବିକ ପଡ଼ୋଶୀ ଭଳି ରହୁ ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ନେଇ ପାକିସ୍ତାନ ଦେଉଥିବା ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟକୁ ନିନ୍ଦା କରାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆତଙ୍କବାଦକୁ ପାକିସ୍ତାନ ଏହାର ରାଷ୍ଟ୍ରନୀତି ଭାବେ ବ୍ୟବହାର କରିବା ସହ ଆତଙ୍କବାଦୀଙ୍କୁ ରପ୍ତାନି କରୁଛି। ସେଠାକାର ନେତାମାନେ ଭାରତରେ ହିଂସା ଭିଆଇବା ଉଦ୍ଦେଶ୍ୟରେ ଜେହାଦର ଆହ୍ବାନ ଦେଇ ଅତ୍ୟନ୍ତ ଦାୟିତ୍ୱହୀନ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ଏହା ଅତି ନିନ୍ଦନୀୟ। ପାକିସ୍ତାନ ଏକ ସ୍ବାଭାବିକ ପଡ଼ୋଶୀ ଭଳି ବ୍ୟବହାର କରୁ ବୋଲି ରବୀଶ କୁମାର କହିଛନ୍ତି। ସେହିପରି ଜଳପଥରେ ଗୁଜରାଟକୁ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିବା ନେଇ ମଧ୍ୟ କେନ୍ଦ୍ର ସରକାର ସୂଚନା ପାଇଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷ ତଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଘର, ପ୍ରତିମାସରେ ଭଡ଼ା ଦେବାକୁ ପଡ଼େ…

ନୂଆଦିଲ୍ଲୀ,୨ା୭: କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋଧି ଏଷ୍ଟେଟ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ ଜାଣନ୍ତି ପ୍ରିୟଙ୍କାଙ୍କୁ ଏହି ଘର ଭଡ଼ା ପାଇଁ...

ଶିବରାଜ ସିଂହଙ୍କ ତୃତୀୟ ରିପୋର୍ଟ ବି ପଜିଟିଭ୍‌

ଭୋପାଳ,୪।୮: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆସିଥିବା ତୃତୀୟ କରୋନା ରିପୋର୍ଟ ବି ପିଜିଟିଭ୍‌ ରହିଛି। ଫଳରେ ଚିକିତ୍ସା ପାଇଁ ଆଉ କିଛି ଦିନ...

ସଡ଼କ ଦୁର୍ଘଟଣା ରୋକିବାକୁ ୭,୫୦୦ କୋଟିର ଯୋଜନା

ନୂଆଦିଲ୍ଲୀ,୧୭।୩ (ପି.ଟି.): ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ଜୀବନ ଯାଉଛି। ସେଥିରୁ ୬୫ ପ୍ରତିଶତଙ୍କ...

ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ

ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା...

ବଡ଼ ଧରଣର ବିସ୍ଫୋରଣ ଘଟାଇବା ଯୋଜନାରେ ଥିଲେ ଆତଙ୍କବାଦୀ

ଶ୍ରୀନଗର,୨୭।୬: ଜମ୍ମୁ ବିମାନ ବନ୍ଦରରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଷ୍ଟେଶନ ଉପରେ ଦୁଇଟି ଡ୍ରୋନ ଆକ୍ରମଣ ପରେ ରବିବାର ସକାଳେ ଉଦ୍ଧାର ହୋଇଛି ଆଇଇଡି...

ବର୍ଷା ପରେ ବି କମୁନି ରାଜଧାନୀରେ ପ୍ରଦୂଷଣର ସ୍ତର

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବର୍ଷା ପରେ ବି କମୁନି ପ୍ରଦୂଷଣର ମାତ୍ରା। ଶନିବାର ରାତିରେ ଦିଲ୍ଲୀର କିଛି ଅଂଶରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଏବେବି...

ଓମିକ୍ରନ ଭାରିଆଣ୍ଟ ଡାକ୍ତର ସୁସ୍ଥ ହେବାପରେ ପୁଣି କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୭।୧୨: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି।...

ମୋଦି ସରକାରରେ ମନ୍ତ୍ରୀ ହେବାର ଥିଲେ ଟେଲିଫୋନ୍‌ ଚାର୍ଜ ରଖିବା ଜରୁରୀ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି...

Advertisement
Archives

Model This Week