Posted inଜାତୀୟ

ଆଣବିକ ପରୀକ୍ଷାରେ ଘୁଞ୍ଚତ୍ଥିଲା ପର୍ବତ

ଚେନ୍ନାଇ,୧୮ା୧୧: ଉତ୍ତର କୋରିଆ ୨୦୧୭ରେ ଆଣବିକ ପରୀକ୍ଷା କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ପରୀକ୍ଷାସ୍ଥଳ ମାଉଣ୍ଟ ମଣ୍ଟପର ଉପରିଭାଗକୁ ଘୁଞ୍ଚାଇଦେଇଥିଲା। ହିରୋସୀମାରେ ପଡ଼ିଥିବା ପରମାଣୁ ବୋମାଠାରୁ ଏହା ୧୭ଗୁଣ ଅଧିକ ଶକ୍ତିଶାଳୀ ଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକ କେ.ଏମ୍‌. ଶ୍ରୀଜିତ୍‌, ରିତେଶ ଅଗ୍ରଓ୍ବାଲ ଏବଂ ଏ.ଏସ୍‌. ରାଜଓ୍ବାତ୍‌ଙ୍କୁ ନେଇ ଗଠିତ ଟିମ୍‌ ଉତ୍ତରକୋରିଆ ଅଣୁଅସ୍ତ୍ର ପରୀକ୍ଷାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେମାନଙ୍କ ଗବେଷଣାତ୍ମକ ସନ୍ଦର୍ଭ ‘ଜିଓଫିଜିକାଲ ଜର୍ନାଲ ଇଣ୍ଟରନ୍ୟାଶନାଲ୍‌’ରେ ପ୍ରକାଶ ପାଇଛି। ବିସ୍ଫୋରଣ ଯୋଗୁ ପର୍ବତ ଉପରିଭାଗର ଏକ ବଡ଼ଅଂଶର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଏହା ଜାପାନ ସାଟେଲାଇଟ ଆଲୋସ୍‌-୨ର ଲାଇନ୍‌ ଅଫ ସାଇଟ ପାଖରୁ ୦.୫ ମିଟର ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଥିଲା। ପର୍ବତର ୫୪୨ ମିଟର ଗଭୀରରେ ଅଣୁଅସ୍ତ୍ର ପରୀକ୍ଷା କରାଯାଇଥିଲା। ସାଟେଲାଇଟ ତଥ୍ୟ ଆଧାରରେ ପରୀକ୍ଷା କରାଯାଇଥିବା ଅଣୁଅସ୍ତ୍ର ୨୪୫ରୁ ୨୭୧ କିଲୋଟନ୍‌ ହେବ ବୋଲି ଗବେଷକମାନେ ଆକଳନ କରୁଛନ୍ତି। ୧୯୪୫ରେ ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା ଥିଲା ୧୫ କିଲୋଟନ। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୩ରେ ଉତ୍ତର କୋରିଆ ଥର୍ମୋନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର (ହାଇଡ୍ରୋଜେନ ବୋମା) ପରୀକ୍ଷା କରିଥିଲା। ଏହି ପରୀକ୍ଷା ପୂର୍ବରୁ ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ-ଉନ୍‌ ଉକ୍ତ ଯୁଦ୍ଧାସ୍ତ୍ରର ମଡେଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତେ ଅପରାଧିକ ମାମଲା

ଭୁବନେଶ୍ୱର, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

କିରାଣୀଙ୍କ ପରଲୋକ: ବ୍ଲକଗ୍ରାଣ୍ଡ ସୁବିଧା ପାଇଁ ୨୦ ବର୍ଷ ଦୌଡ଼ି ଦୌଡ଼ି ଶେଷରେ…

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀ ସ୍ବରାଜ୍ୟ କୁମାର ରାଉଳ (୫୫) ବୁଧବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ସେ ବିଗତ…

ସୁପ୍ରିମକୋର୍ଟରେ ବଡ଼ ଖୁଲାସା: ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା; ତାଲିକାରେ ଓଡ଼ିଶା, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ…

ନୂଆଦିଲ୍ଲୀ, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ମହାପ୍ରଭୁଙ୍କ ବିଚିତ୍ର ଲୀଳା, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଲେ ନୂଆ ଜୀବନ: ରିଷ୍ଟ ଖଣ୍ଡନ ହୋଇଗଲା କହି….

ନୟାଗଡ,୧୯।୮(ଲୋକନାଥ ମିଶ୍ର):ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏକ ବ୍ୟାଟେରୀ ସ୍କୁଟି ଜଳିଗଲା। ସ୍କୁଟି ଚାଳକ…

‘ଥଲାପତି ବିଜୟ କ’ଣ କେବଳ ଖ୍ରୀଷ୍ଟିଆନଙ୍କ ମୁଖ୍ୟମନ୍ତ୍ରୀ?’ କର୍ନାଟକ ଭାଜପା ଅଧ୍ୟକ୍ଷଙ୍କ ପ୍ରଶ୍ନରେ ବଢ଼ିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ, ୧୯।୮: କର୍ନାଟକ ଭାଜପା ଅଧ୍ୟକ୍ଷ ତଥା ବିଧାୟକ ବି.ୱାଇ. ବିଜୟେନ୍ଦ୍ର ଚାମରାଜନଗରରେ ହୋଇଥିବା ଏକ ଉତ୍ତେଜନାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri