Posted inଜାତୀୟ

ଆଣବିକ କ୍ଷେପଣାସ୍ତ୍ର ଘାଟି: ଭାରତ-ପାକିସ୍ତାନ ତାଲିକା ଦିଆନିଆ

ନୂଆଦିଲ୍ଲୀ,୨ା୧(ପି.ଟି.): ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନରେ କେତେ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି ତାହାର ଏକ ତାଲିକା ନୂଆଦିଲ୍ଲୀକୁ ପ୍ରଦାନ କରିଛି ଇସ୍‌ଲାମାବାଦ। ୨୯ ବର୍ଷ ଧରି ଦୁଇଦେଶ ମଧ୍ୟରେ ଏହି ତାଲିକା ଦିଆନିଆ ପରମ୍ପରା ବଜାୟ ରହିଛି।
ଆଣବିକ କ୍ଷେପଣାସ୍ତ୍ର ଘାଟି ଉପରେ ଆକ୍ରମଣ ନିରୋଧୀ ଚୁକ୍ତି ଅନୁସାରେ ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରକୁ ନିଜ ନିଜ ସାମର୍ଥ୍ୟ ନେଇ ଅବଗତ କରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦରେ କୂଟନୀତିଜ୍ଞଙ୍କ ମଧ୍ୟରେ ଏହି ତାଲିକା ବିନିମୟ ପ୍ରକ୍ରିୟା ଶେଷ ହୋଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରକାଶ ଯେ, ୧୯୮୮ ଡିସେମ୍ବର ୩୧ରେ ସ୍ବାକ୍ଷରିତ ଏହି ଦ୍ୱିପାକ୍ଷିକ ଚୁକ୍ତି ୧୯୯୧ ଜାନୁୟାରୀରୁ କାର୍ଯ୍ୟକାରୀ ହେଉଛି। ଚୁକ୍ତି ଅନୁସାରେ ଦୁଇ ପଡ଼ୋଶୀ ପରସ୍ପରର ପରମାଣୁ ଘାଟି ଉପରେ ଆକ୍ରମଣ କରିପାରିବେ ନାହିଁ। ପ୍ରତିବର୍ଷ ଜାନୁୟାରୀ ୧ରେ ନିଜ ନିଜ ଆଣବିକ କ୍ଷମତା ନେଇ ପରସ୍ପରକୁ ତାଲିକା ପ୍ରଦାନ କରାଯିବା ଏଥିରେ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା କମଲ ଖାନ ଗିରଫ

ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ:ସରିଲା ଶୁଣାଣି, ଆଜି ରାୟ

ନୂଆଦିଲ୍ଲୀ,୩ା୬:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ...

ଆଜିଠାରୁ ଅସ୍ତିତ୍ୱ ହରାଇବ ୯୪ ବର୍ଷ ପୁରୁଣା ଏହି ବ୍ୟାଙ୍କ: ୭ ଲୋକ ମିଶି କରିଥିଲେ ଆରମ୍ଭ

ନୂଆଦିଲ୍ଲୀ,୨୫।୧୧: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସହ ହୋଇଛି। ଏହି ମିଶ୍ରଣକୁ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ

ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ...

ଲଦାଖରେ ଭାରତ-ଚାଇନା ମୁହାଁ ମୁହିଁ: ସ୍ପୁଙ୍ଗୁର ଗ୍ୟାପ୍‌ରେ ଶୁଟିଂ ରେଞ୍ଜ୍‌ରେ ଉଭୟ ପକ୍ଷ

ଲେହ, ୧୩।୯: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପେଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଉଭୟ ପକ୍ଷ ପରସ୍ପରର...

‘ବେରୋଜଗାର, ପେଟ୍ରୋଲ-ଡିଜେଲ, ଗ୍ୟାସ ମହଙ୍ଗା ପ୍ରସଙ୍ଗ ଉଠାଅ’

ଝାନ୍ସି,୬।୭: ସରକାରଙ୍କ ଲୋକ ବିରୋଧୀ ନୀତି ଯୋଗୁ ପୂରା ଦେଶ ପ୍ରଭାବିତ। ବେରୋଜଗାର, ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ...

ସେରମ ଇନଷ୍ଟିଚ୍ୟୁଟରେ କୋଟିଏ ଟଙ୍କାରେ ଠକେଇ, ପୁନାଓ୍ବାଲାଙ୍କ ନାମରେ ଆସିଥିଲା ମେସେଜ…

ନୂଆଦିଲ୍ଲୀ, ୧୦।୯ : ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଏକ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ପୁଣେ ପୋଲିସ ଶନିବାର...

ଦେଶରେ ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୧।୪: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

Advertisement
Archives

Model This Week