ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳୁ ସମସ୍ତ ନୀତିକାନ୍ତି କରାଯିବା ପରେ ଅପରାହ୍ନ ୩ଟାରେ ବାହୁଡ଼ା ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି। ଫେରିବା ବାଟରେ ଥାନା ଓ କୋର୍ଟ ସମ୍ମୁଖରେ ମହାପ୍ରଭୁଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯିବା ନେଇ ନିଷ୍ପତ୍ତି ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଶୈଳଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। କିପରି ଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରାଯିବ ସେ ନେଇ ପରିଚାଳନା କମିଟି ବେଶ ତପତ୍ର ହୋଇପଡ଼ିଛି। ସକାଳେ ଭୋର ସାଢ଼େ ୩ଟାରୁ ଦ୍ୱାର ଫିଟା ସହ ମଙ୍ଗଳ ଆଳତି କରାଯିବ। ୪ଟାରେ ସେନାପଟା ଲାଗି, ଅବକାସ ନୀତି ଓ ରୋଶ ହୋମ ହେବ। ୫ଟା ୩୦ରେ ବେଶ ଲାଗି ସହ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯିବ। ସାଢ଼େ ୭ଟାରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି କରାଯିବ। ପୂର୍ବାହ୍ନ ୮ଟାରେ ମଙ୍ଗଳାର୍ପଣ ନୀତି ଓ ୯ଟାରେ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯିବ। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ବିଜେ କରିବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ନିମନ୍ତ୍ରଣ ଦିଆଯିବ। ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରାପହଁରା ହେବ। ଅପରାହ୍ନ ୧ଟାରେ ଘୋଡ଼ା, ସାରଥୀ ସଂଯୋଜନ କରାଯିବା ସହ ଚାରମାଳ ଓ ରଥ ଦୌଡ଼ି ଲାଗି କରାଯିବ। ଅପରାହ୍ନ ୩ଟାରେ ରଥ ଟଣା ହେବ। ସନ୍ଧ୍ୟା ସାଢ଼େ ୬ଟାରେ ଶୈଳଶ୍ରୀକ୍ଷେତ୍ରରେ ୩ ରଥ ପହଞ୍ଚାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଶୈଳଶ୍ରୀକ୍ଷେତ୍ରରେ ରଥ ରହିବା ପରେ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ରଥ ଉପରେ ଦର୍ଶନ କରିବେ। ତେବେ ରଥ ଉପରକୁ ଶ୍ରଦ୍ଧାଳୁମାନଙ୍କୁ ଚଢ଼ିବାରେ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ି ଖେଳରେ କମ୍ପିଲା ଗାଁ

ଖମାର,୧୪ା୩(ଡି.ଏନ.ଏ.): ପାଲଲହଡ଼ା ବ୍ଲକ ଖମାର ଥାନା ଶଙ୍ଖମୁର ଗ୍ରାମରେ ଫଗୁ ଦଶମୀ ପାଳିତ ହୋଇଯାଇଛି। ବିଗତ ୨ ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଫଗୁ...

ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି...

ଆପେ ଇଲେକ୍ଟ୍ରିକ ୩ ଚକିଆ ଯାନର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୮ା୧: ଅନୁଗୋଳ ପଞ୍ଚମହାଲସ୍ଥିତ ଲକ୍ଷ୍ମୀ ଅଟୋ କମ୍ବାଇନଠାରେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ) ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ...

ଆଜିଠାରୁ ଅନୁଗୋଳରେ ଟେବୁଲ ଟେନିସ୍‌ ଚାମ୍ପିୟନଶିପ

ଅନୁଗୋଳ ଅଫିସ, ୧୪ା୧୨: ଅନୁଗୋଳ ଟେବୁଲ ଟେନିସ୍‌ ଏକାଡେମୀ ତଥା ଅନୁଗୋଳ ଷ୍ଟାଡିୟମସ୍ଥିତ ଇନଣ୍ଡୋର ହଲ୍‌ରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ...

ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ...

୫୦ରୁ ଅଧିକ ଗାଁ ପାଉଁଶମୟ

କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ଠିକ୍‌ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ...

ସୁଧାର ଆଣିପାରିବ ସଚେତନତା

ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି...

Advertisement
Archives

Model This Week