ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ କରିବେ। ଚଳିତ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଧାନସଭାରେ ଆଗତ ହେବା ପୂର୍ବରୁ ଚିଠା ବଜେଟକୁ ଗତ ୨୦ ତାରିଖରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳି ସାରିଛି। ଏହି ବଜେଟରେ ଜଳସେଚନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କାଳିଆ ଆଦି ଯୋଜନା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଭିତ୍ତିଭୂମି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବାକୁ ଧାନକିଣା କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଗୋଷ୍ଠୀଗୁଡ଼ିକ ସକାଶେ ଧାନ କ୍ରୟ ପାଇଁ ୧ ହଜାର କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯିବ। ଏଥିପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ।...

ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ପ୍ରତ୍ୟେକ ଜିଲାର ବିଧାୟକଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି...

ଭିଜିଲାନ୍ସ ଜାଲରେ ଏସ୍‌ପିସିବିର ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର,୪ା୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ...

‘ଗାନ୍ଧୀ ବିଚାରର ଅନ୍ତ ଅସମ୍ଭବ’

ଅନୁଗୋଳ ଅଫିସ, ୨୮।୧ ଗାନ୍ଧିବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ”ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ଥାନ“ ଶୀର୍ଷକ ପ୍ରଚାର ଅଭିଯାନ ଅନୁଗୋଳ ଗାନ୍ଧୀ ପାର୍କଠାରେ ଆୟୋଜିତ...

କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ କଳାହାଣ୍ଡି ଉପଜିଲାପାଳ ଅନିଶା ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ...

ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ...

ଏକାଠି ଖାଇବେ ନବୀନ-ଶାହା: ପଞ୍ଚ ତାରକା ହୋଟେଲରୁ ଆସିଲା ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବାଞ୍ଚଳ ଜୋନ ପରିଷଦ ବୈଠକରେ ଯୋଗଦେଇଥିବା ଅତିଥିମାନେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ...

ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ...

Advertisement
Archives

Model This Week