Posted inଜାତୀୟ

ଆଜି ମହାରାଷ୍ଟ୍ରର ମଙ୍ଗ ଧରିବେ ଉଦ୍ଧବ

ମୁମ୍ବାଇ,୨୮ା୧୧(ପି.ଟି.) : ମହାରାଷ୍ଟ୍ରରେ ଦୁଇ ଦଶନ୍ଧି ପରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ସନ୍ଧ୍ୟାରେ ଏହି ଗୁରୁଦାୟିତ୍ୱ ଗ୍ରହଣ କରିବେ। ଏଥିପାଇଁ ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ପ୍ରସିଦ୍ଧ ଦଶହରା ରାଲି ଶିବାଜୀ ପାର୍କରେ ହୋଇଥିଲା। ସେହି ସ୍ଥାନରେ ତାଙ୍କ ୫୯ ବର୍ଷୀୟ ପୁଅ ଉଦ୍ଧବ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥଗ୍ରହଣର ଅବ୍ୟବହିତ ପୂର୍ବରୁ ଉଦ୍ଧବ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି କ୍ୟାବିନେଟର ରୂପରେଖ ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ମହାବିକାଶ ଅଘାଡ଼ିର ଅନ୍ୟତମ ଅଂଶୀଦାର କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, କେ.ସି. ବେଣୁଗୋପଳ ମଧ୍ୟ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଅନେକ ରାଜନେତା, ଅଧିକାରୀ ଓ ସେଲିବ୍ରିଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିମନ୍ତ୍ରିତ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ପ୍ରମୁଖ। ଅନ୍ୟପକ୍ଷରେ ଏନ୍‌ସିପିର ଅଜିତ ପାଓ୍ବାର ନିଜ ଦଳକୁ ଫେରିଆସିଥିବାରୁ ତାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରକାଶ ଯେ, ମନୋହର ଜୋଷୀ ୧୯୯୫ରେ ପ୍ରଥମ ଶିବସେନା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧୯୯୯ରେ ଦଳର ଶେଷ ମୁଖ୍ୟମନ୍ତ୍ରୀ ହୋଇଥିଲେ ନାରାୟଣ ରାଣେ। ଏହାର ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ-ଜାତୀୟତାବାଦ ନେଇ ବିଭାଜିତ ହେବାରେ ଲାଗିଛନ୍ତି ପ୍ରବାସୀ ଭାରତୀୟ…

ନୂଆଦିଲ୍ଲୀ,୧୭।୧୦ : ହିନ୍ଦୁ ଜାତୀୟତାବାଦ କାରଣରୁ ଭାରତରେ ଚାଲିଥିବା ଉତ୍ତେଜନା ଧୀରେଧୀରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆର ଆଦି ସ୍ଥାନରେ ପହଞ୍ଚିଛି। ଧର୍ମ-ଜାତୀୟତାବାଦ ନେଇ ପ୍ରବାସୀ...

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪...

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି...

ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ...

ନେତାଜୀଙ୍କ ପ୍ରତିମୂର୍ତ୍ତି ସମେତ ୧୨୦୦ ଉପହାର ହେବ ନିଲାମ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀଙ୍କୁ ଗତ ବର୍ଷ ମିଳିଥିବା ଉପହାର ଗୁଡିକର ନିଲାମ ଶନିବାର ଅର୍ଥାତ୍ ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ୨ ଅକ୍ଟୋବର...

ଭିନ୍ନ ରୂପରେ ଆସିପାରେ କୃଷି ଆଇନ

ନୂଆଦିଲ୍ଲୀ,୨୯।୧୧: ପାର୍ଲାମେଣ୍ଟ ଅଧିବେଶନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥାଆନ୍ତି। ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରସଙ୍ଗରେ...

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା...

ଚଳିତ ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା ଦେବେ ଝିଅ…

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ନଭେମ୍ବରରେ ଝିଅମାନେ ଏନ୍‌ଡିଏ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମ୍‌ କୋର୍ଟ ନା ପସନ୍ଦ କରିଛନ୍ତି। ନଭେମ୍ବର...

Advertisement
Archives

Model This Week