ଆଜି ଧର୍ମଘଟ: ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ,୮-୧: ବୁଧବାର ୧୦ ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ଡାକରା ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଅଧିକାଂଶ ବ୍ୟାଙ୍କ ଏହି ଧର୍ମଘଟ ଏବଂ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବା ନେଇ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇଛନ୍ତି। ଧର୍ମଘଟରେ ସାମିଲ ହେବା ନେଇ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ(ଏଆଇବିଇଏ), ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ(ଏଆଇବିଓଏ), ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ(ବିକେଏସ୍‌ଏମ୍‌) ଭଳି ସଂଘ ସମ୍ମତି ଦେଇଛନ୍ତି। ଧର୍ମଘଟ ଯୋଗୁ ବ୍ୟାଙ୍କରେ ଜମା, ଉଠାଣ, ଚେକ୍‌ କ୍ଲିୟରାନ୍ସ, ଇନଷ୍ଟ୍ରୁମେଣ୍ଟ କ୍ଲିୟରାନ୍ସ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି। ଘରୋଇ ବ୍ୟାଙ୍କ ସେବାରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି।
ଧର୍ମଘଟରେ ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ସାମିଲ ହେବେ ନେଇ ଶ୍ରମିକ ସଂଘଟନଗୁଡିକ ପକ୍ଷରୁ ସୋମବାର ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ସରକାର ବିଭିନ୍ନ ଜନବିରୋଧ ନୀତିକୁ ବିରୋଧ କରି ଏଭଳି ପ୍ରଦର୍ଶନ ହେଉଥିବା ସେମାନେ କହିଛନ୍ତି। ଏଥିରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଟିୟୁସିସି, ଏସ୍‌ଇଡବ୍ଳ୍ୟୁଏ, ଏଆଇସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ଭଳି ଶ୍ରମିକ ସଙ୍ଗଠନ ଏଥିରେ ସାମିଲ ହେବେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ସ୍ବାଧୀନ ମହାସଂଘ, ସଙ୍ଗଠନ ମଧ୍ୟ ଏଥିରେ ଯୋଗ ଦେବେ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଜାନୁୟାରୀରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାର ଶ୍ରମିକମାନଙ୍କର ଦାବିକୁ ପୂରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ସରକାର ଦାବି ଶୁଣିବାକୁ ଅଗ୍ରାହ୍ୟ କରିଦେଉଛନ୍ତି। ବିଭିନ୍ନ ଅସୁବିଧା ଆଧାରରେ ଶ୍ରମିକ ବିରୋଧୀ, ଲୋକ ବିରୋଧୀ, ଜାତୀୟତା ବିରୋଧୀ ନୀତିକୁ ବିରୋଧ କରି ଧର୍ମଘଟରେ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି।
ଧର୍ମଘଟରେ ସାମିଲ ନ ହେବାକୁ ରାଷ୍ଟ୍ରାୟତ୍ତ କର୍ମଚାରୀଙ୍କୁ ତାଗିଦ
ବୁଧବାରର ଦେଶବ୍ୟାପୀ ଧର୍ମଘଟରେ ଯୋଗ ନ ଦେବା ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ବିରତ କରନ୍ତୁ ବୋଲି ସରକାର ଉଦ୍ୟୋଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ କମ୍ପାନୀ ଯେଭଳି ଠିକ୍‌ ଭାବେ ଚାଲି ପାରିବ ସେ ନେଇ ଏକ ଜରୁରୀକାଳୀନ ଯୋଜନା ହାତକୁ ନେବା ଲାଗି କୁହାଯାଇଛି। ଯେଉଁ କର୍ମଚାରୀମାନେ ଧର୍ମଘଟରେ ସାମିଲ ହେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀଙ୍କ ଦରମା କାଟ ହେବ ବୋଲି ସରକାର ଜାରି କରିଥିବା ଏକ ସରକାରୀ ପତ୍ରରେ କୁହାଯାଇଛଛି। ଷ୍ଟ୍ରାଇକ ସମୟରେ କାହାକୁ କାଜୁଆଲ୍‌ ଲିଭ ମଞ୍ଜୁରୀ କରାଯିବ ନାହିଁ। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?