ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ

ଭୁବନେଶ୍ୱର,୫।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଭାଜପା ପକ୍ଷରୁ ରବିବାରଠାରୁ ଜନଜାଗରଣ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଆସୁଛନ୍ତି। କୁଲସ୍ତେ ରବିବାର କେନ୍ଦ୍ରାପଡା ଜିଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ। ସେଠାରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ସିଏଏ ସମ୍ପର୍କରେ ଅବଗତ କରାଇବେ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ରାଜ୍ୟରେ ସିଏଏକୁ ସମର୍ଥନ କରି ୫ ବଡଧରଣର ସଭା ଓ ଶୋଭାଯାତ୍ରା କରାଯିବ। ଚଳିତ ମାସ ୬ରେ କଟକରେ ଏକ ଶୋଭାଯାତ୍ରା କରାଯିବ। ଏଥିରେ ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସେହିଭଳି ଆଗାମୀ ଦିନରେ ରାଜଧାନୀରେ ବୃଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବ। ଭାଜପା କର୍ମୀମାନେ ୩୬ ସାଂଗଠନିକ ଜିଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ। ରାଜ୍ୟର ପାଖାପାଖି ଏକ କୋଟି ପରିବାରକୁ ଯାଇ ଏହି ଆଇନ ସମ୍ପର୍କରେ ବୁଝାଇବେ। ଏହି କାର୍ଯ୍ୟକ୍ରମ ଆଗାମୀ ୧୫ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଚାଲୁ ରହିବ ବୋଲି ହରିଚନ୍ଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସିବ ପେଟ୍‌ ଆନିମଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ଶୀଘ୍ର ପେଟ୍‌ ଆନିମଲ ଗାଇଡ୍‌ଲାଇନ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ...

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର...

ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର...

ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା...

ହୋଲି ପରେ ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୪।୨: ହୋଲି ପରେ ସପ୍ତାହର ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦରକୁ ସାନିଟାଇଜ କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହର ନିର୍ଦ୍ଦିଷ୍ଟ...

ଭୋକେଶନାଲ ଟ୍ରେନର୍ସଙ୍କ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା

ଭୁବନେଶ୍ୱର,୧୦।୩(ବ୍ୟୁରୋ): ସ୍ଥାୟୀ ନିଯୁକ୍ତି ସର୍ତ୍ତାବଳୀ ଲାଗୁ ଓ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା ଦାବି ନେଇ ଭୋକେଶନାଲ ଟ୍ରେନର୍ସ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି।...

ଆଜି ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ...

ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ପୀଡ଼ିତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ୧୦ ଦଫା ଦାବି ନେଇ ଶୁକ୍ରବାର ରାଜ୍ୟର କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ...

Advertisement
Archives

Model This Week