ଆଜି ଆର୍ଥିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୪-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଉପସ୍ଥାପନ କରିବେ। ପରମ୍ପରା ଅନୁଯାୟୀ ଏହାର ଦିନକ ପୂର୍ବରୁ ଗୁରୁବାର ଅର୍ଥମନ୍ତ୍ରୀ ସୀତାରାମନ୍‌ ୨୦୧୯-୨୦ର ଆର୍ଥିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ। ଦେଶର ମୁଖ୍ୟ ଆର୍ଥିକ ଉପଦେଷ୍ଟା କେ.ଭି.ସୁବ୍ରମଣ୍ୟନଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ରିପୋର୍ଟରୁ ହିଁ ଚଳିତ ଆର୍ଥିକ ବର୍ଷର ବଜେଟ ରୂପରେଖ ସ୍ପଷ୍ଟ ହୋଇଯିବ। ଚଳିତ ଆର୍ଥିକ ବର୍ଷରେ ଅର୍ଥ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କିପରି ଯୋଜନା ପ୍ରସ୍ତୁତ କରିବେ ସେ ସଂକ୍ରାନ୍ତରେ ସର୍ଭେ ରିପୋର୍ଟରେ ଦର୍ଶାଯାଇଥାଏ। ସାଧାରଣତଃ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଗତି କେଉଁ ଆଡେ ରହିଥିଲା, ସେସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର କ’ଣ କରିବାକୁ ଚାହୁଁଛନ୍ତି, ସେ ବିଷୟରେ ଦର୍ଶାଯାଇଥାଏ। ଅର୍ଥନୀତିର ପୂର୍ଣ୍ଣାଙ୍ଗ ଦୃଶ୍ୟପଟକୁ ପରିସଂଖ୍ୟାନ ତଥ୍ୟ ମାଧ୍ୟମରେ ସର୍ଭେ ରିପୋର୍ଟରେ ପ୍ରଦର୍ଶନ କରାଯାଇଥାଏ। ସମ୍ଭବତଃ ମଧ୍ୟାହ୍ନ ୧୨ଟାରେ ଏହି ଆର୍ଥିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରାଯିବ ବୋଲି ଆଶାକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହୋଇପାରେ ଫୋନ୍‌ କଲ୍‌, ଇଣ୍ଟରନେଟ

ନୂଆଦିଲ୍ଲୀ,୬।୭ : ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍‌ କଲ୍‌ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ...

ବେଦାନ୍ତର ଦକ୍ଷତା ପ୍ରଶିକ୍ଷଣ ସମ୍ପ୍ରସାରିତ

ଭୁବନେଶ୍ୱର,୧୪।୮ (ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ...

ଷ୍ଟକ ବଜାର ପାଇଁ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୩୦-୧୦: ଷ୍ଟକ ମାର୍କେଟ ସମେତ ଘରୋଇ ବଜାରକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ ସଂସ୍କାର ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥ ମନ୍ତ୍ରଣାଳୟ...

ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର...

ନୀରବ ମୋଦି ଦୁର୍ନୀତି ପରେ;ପ୍ରଥମଥର ଲାଭ କଲା ପିଏନ୍‌ବି

ନୂଆଦିଲ୍ଲୀ,୨୭-୭: ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ହେବା ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପ୍ରଥମଥର ଲାଭର ମୁହଁ ଦେଖିଛି।...

ଆର୍‌ଟିଜିଏସ୍‌,ଏନ୍‌ଇଏଫ୍‌ଟିରେ ଲାଗିବନି ଚାର୍ଜ:ଗ୍ରାହକଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୭-୬: ରିଜଭର୍ର୍ ବ୍ୟାଙ୍କ ଅନ୍‌ଲାଇନରେ ଟ୍ରାଞ୍ଜାକଶନ୍‌ କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରି ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଉପରେ ଲାଗୁଥିବା ଶୁଳ୍କ ବା ଚାର୍ଜକୁ ପ୍ରତ୍ୟାହାର କରିନେଇଛି।...

ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡିଶା ୟୁନିଟ...

ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୧।୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ...

Advertisement
Archives

Model This Week