ଆଜିଠୁ ୭୫ ମିଟର ଉଚ୍ଛେଦ ଅଭିଯାନ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତ୍ୟାଗ କର। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଭଙ୍ଗାଯିବ। ଏହି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସୋମବାର ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଥିବା ବେଳେ ଉଚ୍ଛେଦ ଲାଗି ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳୁ ହେବାକୁ ଥିବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜେସିବି ଓ ବ୍ରେକର ସହିତ ଟ୍ରାକ୍ଟର, ହାଇୱା
ଆଜିଠୁ ୭୫…
ନିୟୋଜିତ ହେବ। ସେହିପରି ୨୦ ପ୍ଲାଟୁନ ଫୋର୍ସ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୧ଟାରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଲଙ୍ଗୁଳି ମଠ ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ରାତିରେ ମଠକୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ମହନ୍ତ ନୋଟିସ ଗ୍ରହଣ ନ କରିବାରୁ ମଠ କାନ୍ଥରେ ନୋଟିସ ଲଟକ ଜାରି କରାଯାଇଛି। ସେହିପରି ସିଂହଦ୍ୱାର ଥାନାରୁ ମଧ୍ୟ ଆସବାବପତ୍ର ଖାଲି କରାଯାଉଥିବା ସୂଚନା ମିଳିଛି।
ମଙ୍ଗଳବାର ଲଙ୍ଗୁଳି ଓ ଏମାର ମଠ ଭଙ୍ଗାଯିବାକୁ ଥିବାରୁ ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ରବିବାର ପ୍ରଶାସନ ପକ୍ଷରୁ ମୌଖିକ ଭାବେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ କୁହାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଲଙ୍ଗୁଳି ମଠ କୋଠାରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଖାଲି କରାଯାଇଥିବା ବେଳେ ଏମାର ମଠର ପ୍ରାୟ ୬ଟି ଦୋକାନରୁ ଜିନିଷପତ୍ର ଖାଲି କରି ନେଇଛନ୍ତି ବ୍ୟବସାୟୀମାନେ। ତେବେ ପ୍ରଶାସନର ଏପରି ନିଷ୍ପତ୍ତିକୁ କେତେକ ବ୍ୟବସାୟୀ ବିରୋଧ କରିଛନ୍ତି। ପ୍ରଶାସନ ଜୋର୍‌ଜବରଦସ୍ତ ସେମାନଙ୍କୁ ଭୟଭୀତ କରାଉଛି ଏବଂ ଦୋକାନ ଘର ଖାଲି କରିବାକୁ ସମୟ ଦେଉ ନ ଥିବା ଅଭିଯୋଗ କରି ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସିଂହଦ୍ୱାର ନିକଟରେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ଶ୍ରୀମନ୍ଦିର ନିକଟସ୍ଥ ଲଙ୍ଗୁଳି ମଠର ଅସୁରକ୍ଷିତ କୋଠା ମଙ୍ଗଳବାର ଭଙ୍ଗାଯିବ। ଏହି କୋଠା ଅସୁରକ୍ଷିତ ଥିବା ନେଇ ବୈଷୟିକ କମିଟିର ରିପୋର୍ଟକୁ ଆଧାର କରି ପୌରପାଳିକା ଆଇନ ଅନୁଯାୟୀ କୋଠା ଭଙ୍ଗାଯିବ। ଏଥିପାଇଁ ମଠ ମହନ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମ୍ପୃକ୍ତ ଅନ୍ତେବାସୀଙ୍କୁ ଥଇଥାନ କରାଯିବା ସହ ଉପଯୁକ୍ତ ସ୍ଥାନରେ ରହିବା ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯିବ। ଲଙ୍ଗୁଳି ମଠର ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବପରି ଚାଲୁ ରହିବ। ଏଥିଲାଗି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏହି ମଠ କୋଠାରେ ଥିବା ଦୋକାନଗୁଡ଼ିକର ତାଲିକା ପାଇବା ପରେ ଅନୁଧ୍ୟାନ କରାଯାଇ ପ୍ରଭାବିତମାନଙ୍କୁ ମଠ ମାଧ୍ୟମରେ ଥଇଥାନ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ-ଟ୍ରକ ମୁହାଁମୁହିଁ: ୫ ମୃତ୍ୟୁ, କେବଳ ଗୋଟିଏ ପରିବାରରୁ ୩ ଜଣ

କାମାକ୍ଷାନଗର,୨୮।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଥରଖମ୍ବ ଛକରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ...

ବାଲେଶ୍ୱରରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୧

ଭୁବନେଶ୍ୱର,୩।୫(ବ୍ୟୁରୋ): ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ଏନେଇ ରବିବାର ଅପରାହ୍ନରେ...

ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ...

ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬ ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

କଲମପୁର ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ମଣ୍ଡିକୁ ଧାନ ଆଣି ଯଗି ବସିଥିବା ରହିଥିବାବେଳେ ମିଲର୍ସମାନେ ମଣ୍ଡିକୁ ଅଖାବସ୍ତା ଓ ଟ୍ରକ...

ଜେଲରେ କଏଦୀଙ୍କୁ ନିର୍ଯାତନା ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର,୭।୮(ବ୍ୟୁରୋ): ଢେଙ୍କାନାଳ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯାତନା ଦିଆଯାଉଛି। ଜେଲ କର୍ମଚାରୀଙ୍କ ମାଡ଼ରେ ତାଙ୍କ ଆଖି ନଷ୍ଟ ହୋଇଥିବା ନେଇ ଶୁକ୍ରବାର ରାଜ୍ୟ ମାନବାଧିକର...

ବାଦାମବାଡ଼ି ଶୂନଶାନ: ଗଡ଼ିଲାନି ବସ୍‌

କଟକ ଅଫିସ,୨୮।୫: ବସ୍‌ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁବାରଠାରୁ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳେ କିନ୍ତୁ...

Advertisement
Archives

Model This Week