ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି କ୍ୱାଟର୍ସ ଭାଙ୍ଗି ୧୦ ମହଲା ବିଶିଷ୍ଟ ବହୁତଳ ଅଟ୍ଟାଳିକା ନିର୍ମାଣ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମଙ୍ଗଳବାର ବିଧାନସଭା ପରିସରର ନିଜ ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆପାର୍ଟମେଣ୍ଟ ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ନୂତନ ଆପାର୍ଟମେଣ୍ଟରେ ୧୪୦ ବିଧାୟକଙ୍କୁ ଘର ଯୋଗାଇ ଦିଆଯିବ। ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଘର ଖାଲି କରିବାକୁ ବାଚସ୍ପତି ପୂର୍ବରୁ ଉଭୟ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପିସିସି ସଭାପତିଙ୍କ ଦମ ଥିବା ଦରକାର’

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ସଭାପତିଙ୍କ ଦମ ଥିବା ଦରକାର। କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଏମିତି କହିଛନ୍ତିି ।...

ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିବସ: ଓଡ଼ିଶା ବିବିଧତାର ସୁନ୍ଦର ରାଜ୍ୟ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଶା ହେଉଛି ବିବିଧତାର ଏକ ସୁନ୍ଦର ରାଜ୍ୟ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟ ହେଉଛି ସମୃଦ୍ଧଶାଳୀ। ଏ ସବୁର ପ୍ରଚାର...

ଆଜି ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ, ରହିଛି ୩୧୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୭୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ...

ଟାର୍ଗେଟ୍‌ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ

ସୋନପୁର,୩୧।୧୨(ନି.ପ୍ର.) ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍‌ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍‌ ସରିଥିବାରୁ ପ୍ରାଥମିକ କୃଷି...

ସର୍ବେଶ୍ୱରଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ସୋମବାରଠାରୁ ୨ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ...

ଓଡ଼ିଶା ହୋମ୍ସର ନିର୍ଦ୍ଦେଶକଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌

ଭୁବନେଶ୍ୱର ୨୪ା୯(ବ୍ୟୁରୋ): ଫ୍ଲାଟ୍‌ ଦେବା ଆଳରେ ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏକାଧିକ ଲୋକଙ୍କଠାରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ...

ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ...

ପ୍ରମିଳାଙ୍କ ବିରୋଧରେ ମାନହାନି ମାମଲା କରିବି: ଜୟନାରାୟଣ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା...

Advertisement
Archives

Model This Week