ଆଜିଠାରୁ ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌

ଭୁବନେଶ୍ୱର,୧।୩:ଆଜିଓ’ର ବହୁ ପ୍ରତୀକ୍ଷିତ ତଥା ଫ୍ଲାଗ୍‌ଶିପ୍‌ ଇଭେଣ୍ଟ ‘ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଆଡିଡାସ୍‌ ଏବଂ ସୁପରଡ୍ରାଇ ଦ୍ୱାରା ପରିଚାଳିତ ହେଉଛି। ଚଳିତ ବର୍ଷ ମାର୍ଚ୍ଚ ୧ରୁ ସେଲ୍‌ ଆରମ୍ଭ ହେବ। ଅପରପକ୍ଷରେ ଗ୍ରାହକମାନେ ୨୦୨୪ ଫେବୃଆରୀ ୨୬ରୁ ସୀମିତ ସମୟ (୬ଘଣ୍ଟା) ପାଇଁ ଆଗୁଆ ଆକ୍‌ସେସ୍‌ ପାଇଥିଲେ। ବିଶେଷକରି ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌ (ଏଏଏସ୍‌ଏସ୍‌) ସମୟରେ ଗ୍ରାହକମାନେ ୬୦୦୦ରୁ ଅଧିକ ବ୍ରାଣ୍ଡ୍‌ ଉପରେ ୧.୭ ନିୟୁତରୁ ଅଧିକ କ୍ୟୁରାଟେଡ୍‌ ଫ୍ୟାଶନ୍‌ ଷ୍ଟାଇଲ୍‌ ପ୍ରଦାନ କରିପାରିବେ, ଯାହା ଗ୍ରାହକଙ୍କୁ ଏକ ଅତୁଳନୀୟ ଶପିଂ ଅନୁଭୂତି ପ୍ରଦାନ କରିବ। ଏ ସମ୍ପର୍କରେ ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି, ଚଳିତ ବର୍ଷର ପ୍ରଥମ ବଡ଼ ବିକ୍ରି ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହାକୁ ନେଇ ପ୍ଲାଟ୍‌ଫର୍ମରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ଆମେ ୫୦୦ନୂତନ ବ୍ରାଣ୍ଡ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ିଛୁ ଏବଂ ଆମର ମୋଟ କାଟାଲଗ୍‌ ଆକାରକୁ ବଢ଼ାଇଛୁ। ବଢୁଥିବା ହାରାହାରି ବାସ୍କେଟ ମୂଲ୍ୟ (ଏବିଭି) ଏବଂ ପ୍ରିମିୟମ ବ୍ରାଣ୍ଡ୍‌ଗୁଡିକର ଅଧିକ ଚାହିଦା ସହିତ ରହିଛି। ସେହିଭଳି ଆଇସିଆଇସିଆଇ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବ୍ୟବହାରରେ ଗ୍ରାହକ ୧୦%ପର୍ଯ୍ୟନ୍ତ ଅତିରିକ୍ତ ତତ୍କାଳ ରିହାତି ସହିତ ବଡ଼ ସଞ୍ଚୟ କରିପାରିବେ। ଏପରିକି ଶୀର୍ଷ ବ୍ରାଣ୍ଡ୍‌ ଏବଂ ବର୍ଗରେ ୫୦ରୁ ୯୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇ ପାରିବେ। ଚଳିତ ବର୍ଷର କ୍ରିକେଟ ଋତୁ ପାଖେଇ ଆସୁଥିବା ବେଳେ ଶ୍ରଦ୍ଧା କପୁର ବିଶ୍ୱର ସବୁଠାରୁ ବଡ଼ ଫ୍ୟାଶନ ବ୍ରାଣ୍ଡ୍‌କୁ ନେଇ ଗଠିତ ଆଜିଓ ଅଲ୍‌ ଷ୍ଟାର୍ସ ଟିମ୍‌ ସହ ପୁଣି ଥରେ ଶୁଭାରମ୍ଭ ଅଭିଯାନ (ଲଞ୍ଚ୍‌ କ୍ୟାମ୍ପେନ୍‌) ଫିଲ୍ମରେ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri