Posted inଜାତୀୟ

ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ

ନୂଆଦିଲ୍ଲୀ,୨୭ା୨: ଏଣିକି କେବଳ ସମ୍ପର୍କୀୟା ନୁହନ୍ତି, ଯେକୌଣସି ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ। କେନ୍ଦ୍ର କ୍ୟାବିନେଟ ବୁଧବାର ସରୋଗେସୀ(ରେଗୁଲେଶନ) ବିଲ୍‌, ୨୦୨୦କୁ ଅନୁମୋଦନ କରିଛି। ଏହି ସେବାକୁ ନିୟନ୍ତ୍ରଣ କରିବା ଲାଗି ଅଣାଯାଇଥିବା ବିଧେୟକ ଅନୁଯାୟୀ ଆଗ୍ରହୀ ବିଧବା ଓ ଛାଡ଼ପତ୍ର ପାଇଥିବା ମହିଳା ସରୋଗେଟ ମାଆ ହୋଇପାରିବେ। ଭୂପେନ୍ଦର ଯାଦବଙ୍କ ନେତୃତ୍ୱରେ ଗଠିତ ରାଜ୍ୟସଭା ଚୟନ କମିଟି ପ୍ରସ୍ତାବିତ ବିଧେୟକକୁ ସମୀକ୍ଷା କରିବା ପରେ ଅନୁମୋଦନ କରିଥିଲା। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉକ୍ତ ବିଲ୍‌ ପାର୍ଲାମେଣ୍ଟରେ ଆଗତ ହେବା ଆଶା କରାଯାଉଛି। କେବଳ ସମ୍ପର୍କୀୟା ମହିଳା ସରୋଗେଟ ମାଆ ହୋଇପାରିବେ ବୋଲି ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ତାକୁ ହଟାଇଦିଆଯାଇଛି। ଯେକେହି ମହିଳା ଚାହିଁଲେ ସରୋଗେଟ ମାଆ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗଣମାଧ୍ୟମକୁ କହିଛନ୍ତି। ସରୋଗେଟ ମାଆଙ୍କ ପାଇଁ ବୀମା ସମୟସୀମା ୧୬ ମାସରୁ ବୃଦ୍ଧି କରାଯାଇ ୩୬ ମାସ କରାଯାଇଛି। ଚିକିତ୍ସା ଦୃଷ୍ଟିରୁ ଯେଉଁ ମହିଳାଙ୍କ ପାଇଁ ସରୋଗେସୀର ଆବଶ୍ୟକତା ରହିଛି କେବଳ ସେହିମାନଙ୍କୁ ଏହି ସୁବିଧା ଯୋଗାଇଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମ୍‌ଙ୍କ ଜାମିନ୍‌ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ...

କଂକ୍ରିଟ ମିକ୍ସର ଟ୍ରକ୍‌ରୁ ଉଦ୍ଧାର ହେଲେ ୧୮ ଶ୍ରମିକ

ଇନ୍ଦୋର,୨।୫: କରୋନା ସଂକ୍ରମଣକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ...

ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍‌ ବୋର୍ଡ: ମସଜିଦ୍‌ ଜମି ନେଇ ଏବେ ହେବନି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍‌ ଜମି ନେଇ କୌଣସି ଚର୍ଚ୍ଚା କରାଯିବ...

ଏଯାଏ ବାହାରିନି ୪ ସଂକ୍ରମଣର ଟିକା

ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି...

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୮୦ ଜଣଙ୍କର ମୃତ୍ୟୁ ହେଲାଣି

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଯାଇଛି। ବିଶେଷ କରି ରୋଜଗାର ବନ୍ଦ ହୋଇ ଯିବାରୁ...

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ...

ଭାରତୀୟ ସେନାର କଡା ଜବାବ ପରେ ଠିକଣା ବଦଳାଇଲେ ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୨୨।୧୦: ଉତ୍ତର କଶ୍ମୀରର କୁପଓ୍ବାଡା ଜିଲା ନିକଟରେ ଥିବା ସୀମାରେ ପାଖାପାଖି ଶହେ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା ରଖିଥିଲେ। ଏମାନେ କଶ୍ମୀରରେ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୧ ଲକ୍ଷ

ନୂଆଦିଲ୍ଲୀ, ୨୦।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *