Posted inଜାତୀୟ

ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ,୭।୧୨: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ଉନ୍ନାଓର ଗଣବଳାତ୍କାର ପୀଡ଼ିତା। ୨୩ ବର୍ଷୀୟା ଯୁବତୀଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ଗୁରୁବାର ରାତିରେ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଯାଇଥିଲା। ସଫ୍‌ଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଆଖିବୁଜି ଦେଇଛନ୍ତି। ଡାକ୍ତରୀ ଦଳର ତମାମ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନାହିଁ। ରାତି ୧୧ଟା ୪୫ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
୨୦୧୮ ଡିସେମ୍ବରରେ ଉନ୍ନାଓର ଶିବମ୍‌ ତ୍ରିବେଦୀ ଓ ଶୁଭମ୍‌ ତ୍ରିବେଦୀ ନାମକ ଦୁଇଜଣ ବ୍ୟକ୍ତି ସମ୍ପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ସେମାନେ ମାର୍ଚ୍ଚରେ ଗିରଫ ହୋଇ ଜେଲ ଯାଇଥିଲେ ଓ ନଭେମ୍ବର ୨୫ରେ ଜାମିନରେ ମୁକୁଳିଥିଲେ। ଏହି ମାମଲାର ଶୁଣାଣି ପାଇଁ ପୀଡ଼ିତା ଗୁରୁବାର ଭୋର ୪ଟା ୩୦ରେ ଉନ୍ନାଓରୁ ରାଏବରେଲି କୋର୍ଟକୁ ଯାଉଥିବାବେଳେ ବାଟରେ ଶିବମ୍‌ ଓ ଶୁଭମ୍‌ଙ୍କ ସହ ଅନ୍ୟ ତିନି ଅଭିଯୁକ୍ତ ହରିଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ ଏବଂ ଉମେଶ ବାଜପେୟୀ ମିଶି ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ପୀଡ଼ିତା ପୋଡ଼ିହୋଇଯିବା ପରେ ସାହାଯ୍ୟ ପାଇଁ ୧ କି.ମି. ଦୂର ପର୍ଯ୍ୟନ୍ତ ଧାଇଁଥିଲେ। ପୂର୍ବାହ୍ନ ୧୦ଟାରେ ସିଭିଲ୍‌ ହସ୍ପିଟାଲରେ ତାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୦% ପୋଡ଼ିହୋଇଯାଇଥିବାରୁ ଶୁକ୍ରବାର ରାତିରେ ଲକ୍ଷ୍ନୌରୁ ଏକ ବିମାନରେ ନୂଆଦିଲ୍ଲୀସ୍ଥିତ ସଫ୍‌ଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା। ଇତିମଧ୍ୟରେ ପୀଡ଼ିତା ଜଣକ ଗୁରୁବାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଦୟାଶଙ୍କର ପାଠକଙ୍କ ନିକଟରେ ବୟାନ ଦେଇ ଅଭିଯୁକ୍ତଙ୍କ କୁକାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶୁକ୍ରବାର ହସ୍ପିଟାଲରେ ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ, ମୁଁ ମରିବାକୁ ଚାହୁଁନାହିଁ। ବର୍ବରକାଣ୍ଡ ଭିଆଇଥିବା ୫ ଜଣଙ୍କୁ କେବେ ଛାଡ଼ିବ ନାହିଁ। ସେମାନେ ଉଚିତ ଦଣ୍ଡ ପାଇବା ଦରକାର। ହେଲେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିବା ପୂର୍ବରୁ ପୀଡ଼ିତାଙ୍କ ଜୀବନ ଚାଲିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେଳନା ନୁହେଁ, ପରୀକ୍ଷା ପେ ଚର୍ଚ୍ଚା ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର: ରାହୁଲ

ନୂଆଦିଲ୍ଲୀ, ୩୦।୮(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା ଲାଗି...

ଘର ବାହୁଡିଲେ କୃଷକ, ବିଜୟ ରାଲି ପରେ ଆନ୍ଦୋଳନ ସ୍ଥଳ ହେବ ଖାଲି

ନୂଆଦିଲ୍ଲୀ,୧୧ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କୃଷକଙ୍କ...

ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା...

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ...

ସାଇକେଲ-ହାତୀ କଲେନି ସହଯୋଗ: ଅମେଠିରେ ପଦ୍ମଠାରୁ ପରାଜିତ ହେଲା ହାତ

ନୂଆଦିଲ୍ଲୀ,୨।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ବୋଲାଉଥିବା ଅମେଠିରେ ପରାଜିତ ହୋଇଛି। ଏଠାରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ...

ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ: ଭାଜପା-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୯: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସ୍ବଚ୍ଛ ଭାରତ ଅଭିଯାନ...

ଭାଜପା ଅଫିସ୍‌ରେ ଲାଗିଲା ନିଆଁ

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଏପର୍ଯନ୍ତ ଟ୍ରେଣ୍ଡରେ ତୃତୀୟ ଥର ପାଇଁ ଟିଏମସି ସରକାର ଗଠନ କରିବାକୁ ଯାଉଥିବା ଦେଖାଯାଉଛି।...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

Advertisement
Archives

Model This Week