ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ ୨୭ ତାରିଖରେ ଶିବ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୌପଚାରିକ ଭାବେ ଶୁଭଲଗ୍ନ ସମ୍ପନ୍ନ ହୋଇଛି। ଅପରାହ୍ନରେ ମାତା ପାର୍ବତୀଙ୍କ ପିତା ସାଜିଥିବା ଚନ୍ଦ୍ରମଣି ପାଢୀଙ୍କ ଉପସ୍ଥିତିରେ ଲଗ୍ନ ଚିଟାଉ ଲେଖାଯାଇଥିଲା। ଏହି ଲଗ୍ନକୁ ଏକ ଚାନ୍ଦି ନିର୍ମିତ ରେକାବୀରେ ରଖି ମଙ୍ଗଳପ୍ରତୀକ ଲାଲ କପଡା ଦ୍ୱାରା ଆବଦ୍ଧ କରାଯାଇଥିଲା। ପରେ ଅନ୍ୟ ଲଗ୍ନ ସାମଗ୍ରୀ ଯଥା ରତ୍ନହାର, ରତ୍ନମୁଦ୍ରିକା, ପାଟ ଯୋଡ ଆଦିକୁ ନେଇ ବାରିକ, ପୁରୋହିତ, ଜ୍ୟୋତିଷ ବାବା ଆଖଣ୍ଡଳମଣିଙ୍କ ପିତା ସାଜିଥିବା ତପନ କୁମାର ପାଢୀଙ୍କ ବାସଗୃହକୁ ଗମନ କରିଥିଲେ। ସେଠାରେ ବିଧିପୂର୍ବକ ଲଗ୍ନ ପାଠ କରାଯାଇଥିଲା। ସାମାଜିକ ଦୂରତ୍ୱ ବଜାୟ ରଖି ଲଗ୍ନ ମହୋତ୍ସବ ସଙ୍ଗଠିତ ହୋଇଥିବା ଜଣାପଡିଛି। ସେବାୟତ ଅଧ୍ୟାପକ ବିଜୟ ଦାଶ, ଭୀମସେନ ପଣ୍ଡା, ଆଶିଷ ପାଢୀ, ବାବାଜୀ ଶଙ୍କର ପାଢୀ, ମନ୍ଦିର ସହ ପରିଚାଳକ ସୁଧାକର ବିଶ୍ୱାଳ ଲଗ୍ନ ଲେଖା ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ...

ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍‌ ଦଲାଲ୍‌ମାନେ ୫ ଲକ୍ଷ ଟଙ୍କା ଠକି...

ଦାଦା ବଟିକୁ ନେଇ ମଦ ଦୋକାନ ପରିଚାଳକଙ୍କୁ ହତ୍ୟା ମାମଲା ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତ୍‌ସିଂହପୁର ଅଫିସ, ୧୧ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନରେ ପରିଚାଳକଭାବେ କାର୍ଯ୍ୟ କରୁଥିବା କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ନାରାୟଣ...

ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼, ୨୩।୭ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଜନୈକା ନାବାଳିକା (୧୬)ଙ୍କ ଗଳିତ ମୃତଦେହ ସୋମବାର ଅପରାହ୍ନରେ...

ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୯ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ...

ମହିଳାଙ୍କ ମଦ ବିରୋଧୀ ଶୋଭାଯାତ୍ରା

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମ ଶକ୍ତିମୟୀ ମହିଳା ସଂଗଠନ ପକ୍ଷରୁ ମଙ୍ଗଳବାର ମଦ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...

କାରରେ ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣା: ଶ୍ରମ ବିଭାଗ ପକ୍ଷରୁ ଠିକାଦାରଙ୍କୁ ନୋଟିସ୍‌

କେନ୍ଦୁଝର,୨୦ା୨(ସ୍ବ.ପ୍ର.): କାରରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ଠିକାଦାର ଅକ୍ଷୟ ପଣ୍ଡାଙ୍କୁ ନୋଟିସ୍‌ କରାଯାଇଛି। ଚିଠି ନଂ. ୪୨୧/୨୦୨୩ରେ ତାଙ୍କ ବିରୋଧରେ...

ଲୁହାପଥର ବୋଝେଇ ୨ଟ୍ରକ ଜବତ: ୧୫ ହଜାର ଟଙ୍କା, ୩ ମୋବାଇଲ ସହ ୩ ଗିରଫ

ବଡବିଲ, ୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ପୋଲିସ ବୁଧବାର ସକାଳେ ଏହି ଥାନା ଅଞ୍ଚଳ ଦେଇ ଚୋରାଚାଲାଣ ହେଉଥିବା ସାଇଜ ଲୁହାପଥର ବୋଝେଇ ୨ଟି ଟ୍ରକକୁ...

Advertisement
Archives

Model This Week