ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍‌ସିଏଲ୍‌ଟି ନୋଟିସ

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ସିଇଓ ଏବଂ ବାଓ୍ବାଙ୍କ ପରିବାର ସଦସ୍ୟଙ୍କୁ ନୋଟିସ ଜାରି କରିଛନ୍ତି। କର୍ପୋରେଟ ମନ୍ତ୍ରଣାଳୟ ପକ୍ଷରୁ ଆଗତ ମାମଲାରେ ଅଭିଯୋଗ କରାଯାଇଛି ଯେ, ବାଓ୍ବାଙ୍କ ଆକାଉଣ୍ଟକୁ ଅଚଳ କରିବା ଲାଗି ଏନ୍‌ସିଏଲ୍‌ଟି ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏବଂ ତାଙ୍କ ଆକାଉଣ୍ଟରୁ ୧.୧୪ କୋଟି ଟଙ୍କା ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ତଦନ୍ତରୁ ଏହା ଜଣାପଡିଥିଲା ବୋଲି ମାମଲାରେ କୁହାଯାଇଛି। ଏହାଛଡ଼ା ଆକ୍ସିସ୍‌ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କରେ ଥିବ ବାଓ୍ବାଙ୍କ ଲକରକୁ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଖୋଲାଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ଉଭୟ ବ୍ୟାଙ୍କ ଏବଂ ବାଓ୍ବାଙ୍କ ସ୍ତ୍ରୀ ଆଶାକିରନ ଏବଂ ଝିଅ ଆକାଂକ୍ଷାଙ୍କୁ ୧୪ ଦିନ ଭିତରେ ଜୋଟିସର ଜବାବ ଦେବାକୁ ଅଦାଲତ ନିିର୍ଦ୍ଦେଶ ଦେଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ...

ତୈଳ ବିକ୍ରି ପାଇଁ ୭ କମ୍ପାନୀକୁ ଅନୁମତି

ନୂଆଦିଲ୍ଲୀ,୧୯।୭: ପେଟ୍ରୋଲିୟମ ଆଣ୍ଡ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଉ ୭ଟି କମ୍ପାନୀକୁ ଦେଶରେ ତୈଳ କାରବାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ...

ଜିଡିପି ୭.୫% ରହିବ: ଜାତିସଂଘ

ନୂଆଦିଲ୍ଲୀ:  କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ...

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ...

ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…

ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ...

ଭୁବନେଶ୍ୱରରେ ଫିଜିକ୍ସ ଓ୍ବାଲାର ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୭।୪: ଦେଶର ପ୍ରମୁଖ ଏଡ୍‌ଟେକ୍‌ ପ୍ଲାଟ୍‌ଫର୍ମ ଫିଜିକ୍ସ ଓ୍ବାଲା (ପିଡବ୍ଲ୍ୟୁ)ର ନ୍ୟୁ ବିଦ୍ୟାପୀଠ ସେଣ୍ଟର ବୁଧବାର ଭୁବନେଶ୍ୱରସ୍ଥିତ ବୁଦ୍ଧେଶ୍ୱରୀ କଲୋନି ଖୁସି ଟାଓ୍ବାରଠାରେ ଆନୁଷ୍ଠାନିକ ଭାବେ...

ପିଏମ୍‌ କେୟାର୍ସ ପାଣ୍ଠିକୁ ରିଲାଏନ୍ସର ୫୦୦ କୋଟି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଯୋଗଦାନ ରଖିଛି। କମ୍ପାନୀ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ କୋଟି...

ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ...

Advertisement
Archives

Model This Week