ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଚେତାବନୀ ଦେଇଛନ୍ତି।
ଠିକ ଅଠର ବର୍ଷ ତଳେ ଆମେରିକା ଉପରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ଆକ୍ରମଣ କରିଥିଲା। ଏଥିରେ ପ୍ରାଣ ହରାଇଥିବା ପ୍ରାୟ ୩,୦୦୦ ଲୋକଙ୍କୁ ବୁଧବାର ଆମେରିକାବାସୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨୦୦୧ରେ ହୋଇଥିବା ଏହି ଘାତକ ଆକ୍ରମଣକୁ ନ୍ୟୁୟର୍କସ୍ଥିତ ଜାତୀୟ ସେପ୍ଟେମ୍ବର ୧୧ ସ୍ମାରକୀରେ ପୀଡ଼ିତଙ୍କ ପରିବାର, ପୋଲିସ ଅଧିକାରୀ, ଅଗ୍ନିଶମ ବାହିନୀ ଓ ନେତାମାନେ ଉପସ୍ଥିତ ରହି ମନେପକାଇଛନ୍ତି। ସେମାନେ ପୂର୍ବାହ୍ନ ୮ଟା ୪୬ରୁ ୯ଟା ୩ ମିନିଟ ପର୍ଯ୍ୟନ୍ତ (ନର୍ଥ ଓ ସାଉଥ୍‌ ଟାଓ୍ବାରରେ ଆକ୍ରମଣ ସମୟ) ନୀରବ ପ୍ରାର୍ଥନା କରିଛନ୍ତି। ଆମତ୍ୀୟ ସ୍ବଜନଙ୍କୁ ହରାଇଥିବା ଲୋକେ ପ୍ଳାକାର୍ଡ ଧରି ସ୍ମାରକୀସ୍ଥଳରେ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଛି।
ଆକ୍ରମଣରେ ନିହତଙ୍କ ସମ୍ମାନରେ ହ୍ବାଇଟ୍‌ ହାଉସ୍‌ ଉପରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସ୍ତ୍ରୀ ଫାର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପୀଡ଼ିତଙ୍କ ପରିବାରକୁ ସ୍ବାଗତ କରି ନୀରବ ପ୍ରାର୍ଥନା କରିଛନ୍ତି। ପରେ ଟ୍ରମ୍ପ୍‌ ପେଣ୍ଟାଗନ ଯାଇ ସେଠାରେ ମୃତକଙ୍କୁ ସମ୍ମାନ ଜଣାଇଛନ୍ତି। ସେ ଏହାକୁ ‘ପାଟ୍ରିୟଟ୍‌ ଡେ’ ବାର୍ଷିକୀ ଭାବେ ପାଳନ କରି କହିଛନ୍ତି, ଆମେରିକାର ଶକ୍ତି, ସାହସ ଓ ସହାନୁଭୂତି କେବେ ଅସ୍ଥିର ହୋଇନାହିଁ। କ୍ୟାପିଟଲ ହିଲ୍‌ରେ କଂଗ୍ରେସ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିବାବେଳେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଶାଙ୍କ୍‌ସଭିଲ୍ଲେରେ ଉଦ୍‌ବୋଧନ ଦେଇଛନ୍ତି।
୨୦୦୧ ସେପ୍ଟେମ୍ବର ୧୧ରେ ଓସାମା ବିନ୍‌ ଲାଡେନ୍‌ଙ୍କ ନେତୃତ୍ୱାଧୀନ ଅଲ୍‌-କାଏଦା ୪ଟି ବିମାନକୁ ଅପହରଣ କରିନେଇଥିଲା। ଅପହୃତ ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନକୁ ଧକ୍କା ଦେଇଥିଲା। ଫଳରେ ୨,୯୯୬ ନିହତ ହୋଇଥିବାବେଳେ ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହାସହ ୧୦ ବିଲିୟନ୍‌ ଡଲାରର ଭିତ୍ତିଭୂମି ଓ ସମ୍ପତ୍ତି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri