ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ ଟପିଗଲାଣି। ମେଳାର ୭ମ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଦେଢ଼ ଲକ୍ଷ ଲୋକ ଆସିଥିବାବେଳେ ଆଗାମୀ ଦିନରେ ଜନସମାଗମ ବଢ଼ିବାର ଆଶା କରାଯାଉଛି। ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସହିତ ଆଦିବାସୀ ହାଟ ଓ ଜନଜାତି କଳାକାରଙ୍କ କାରୁକାର୍ଯ୍ୟଗୁଡ଼ିକର ସିଧା ପ୍ରଦର୍ଶନ ଲୋକଙ୍କୁ ମେଳାକୁ ଆସିବାର ପ୍ରମୁଖ ଆକର୍ଷଣ ପାଲଟିଥିବାବେଳେ ପ୍ରଥମଥର ପାଇଁ ଆଦିବାସୀମେଳାରେ ଆୟୋଜିତ ହୋଇଥିବା ଜାତୀୟ ଜନଜାତି ଖାଦ୍ୟ ମହୋତ୍ସବରେ ସର୍ବାଧିକ ଗହଳି ରହୁଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଡ. ଅଖିଳ ବିହାରୀ ଓତା ା ଡ. ଓତା କହିଛନ୍ତି ଯେ, ଗତବର୍ଷ ଆଦିବାସୀ ମେଳାକୁ ପ୍ରାୟ ୧୧ଲକ୍ଷ ଲୋକ ଆସିଥିବାବେଳେ ଚଳିତବର୍ଷ ମେଳାରେ ଜନସମାଗମ ପୂର୍ବରୁ ସବୁ ରେକର୍ଡକୁ ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ଏଥି ସହିତ ଜନଜାତି ହାଟରେ ମିଳୁଥିବା ଆଦିବାସୀମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଇତ୍ୟାଦିକୁ ଲୋକେ ଅଧିକ ଭାବେ କିଣୁଥିବା ଦେଖିବାକୁ ମିଳୁଛି। ବାରିପଦାରୁ ଆସୁଥିବା ଛୋଟ ଆଳୁ ଓ ରାୟଗଡ଼ାର ହଳଦୀକୁ ମଧ୍ୟ ଲୋକେ ଅଧିକ ପସନ୍ଦ କରୁଛନ୍ତି। ମେଳାରେ କୌଣସି ପ୍ରକାର ଦୁର୍ଘଟଣା ଏଡ଼ାଇବାକୁ ଏଥର ୭୦ଟି ସିସିଟିଭି ଖଞ୍ଜାଯାଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣା ଘଟିନାହିଁ। ସେହିଭଳି ଖାଦ୍ୟ ମେଳାରେ ପରିଷ୍କାର ପରିଚ୍ଛନ୍ନତା ସହିତ ଦର୍ଶକମାନେ ଯେଭଳି ଉନ୍ନତମାନର ଖାଦ୍ୟ ପାଇବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷର ଆଦିବାସୀମେଳାକୁ ବହୁ ପରିମାଣରେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ସପ୍ତମ ସନ୍ଧ୍ୟାରେ ଜର୍ମାନ, ୟୁରୋପ, ଜାପାନ, ନେଦରଲ୍ୟାଣ୍ଡ, ରୁଷିଆ, ସିଙ୍ଗାପୁର ଭଳି ବାହାର ଦେଶରୁ ଅନ୍ୟୁନ ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ରମଣ କରିବା ସହ ଆଦିବାସୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରତି ଷ୍ଟଲରୁ ଷ୍ଟଲକୁ ବୁଲି ଆନନ୍ଦ ନେଇଥିଲେ।
ସେହିଭଳି ତିନିଦିନ ଧରି ଚାଲୁଥିବା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ମଧ୍ୟ ମେଳାରେ ଦର୍ଶକକଙ୍କୁ ବାନ୍ଧି ରଖିଛି। ସପ୍ତମ ସନ୍ଧ୍ୟାରେ ମହାରାଷ୍ଟ୍ରର ପର୍‌ନି ନୃତ୍ୟ, ଗୁଜୁରାଟର ଗାମିତି ନୃତ୍ୟ ଏବଂ ଡୁଙ୍ଗରଦେବ ନୃତ୍ୟ, ସିକିମର ତାମଙ୍ଗ୍‌ ନୃତ୍ୟ, ହିମାଚଳ ପ୍ରଦେଶ, ମଣିପୁରର ଡାପାଚୋନ୍‌ ହର୍ଣ୍ଣବିଲ୍‌ ନୃତ୍ୟ, ନାଗାଲ୍ୟାଣ୍ଡର ହାଣ୍ଡୁ ନୃତ୍ୟ, ଅରୁଣାଚଳ ପ୍ରଦେଶର ଏମେରେଲୋ ନୃତ୍ୟ, ଆସାମର ଝୁମର ନୃତ୍ୟ, ସମେତ ଓଡ଼ିଶାର ଧୁରୁଆ ଜନଜାତିଙ୍କ ବିର୍‌ଲୀ ନୃତ୍ୟ ପରିବେଷଣ ଖୁବ୍‌ ଚିତ୍ତାକର୍ଷକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri