Posted inଫୁରସତ

ଆକର୍ଷଣୀୟ ମାଛ

ମାଛ ତ ଅନେକ ଦେଖିଛେ, ହେଲେ ଏଠାରେ ଯେଉଁ ମାଛଙ୍କ କଥା କୁହାଯାଉଛି, ସେମାନଙ୍କର ମନ ମୋହିନେଲା ଭଳି ରୂପରଙ୍ଗ ସାଙ୍ଗକୁ ଆଖିଦୃଶିଆ ଶରୀର ଗଢଣ ହିଁ ସେମାନଙ୍କୁ ଗୋଟିଏ ଗୋଟିଏ ଆକର୍ଷଣୀୟ ମାଛର ପରିଚିତି ଦେଇଛି…


ପ୍ୟାରୋଟ୍‌ ଫିଶ୍‌: ଏହି ମାଛଗୁଡ଼ିକର ପାଟିର ଆକୃତି ଶୁଆର ଥଣ୍ଟ ଭଳି ସାମାନ୍ୟ ଦେଖାଯାଉଥିବାରୁ ଏମାନଙ୍କୁ ପ୍ୟାରୋଟ୍‌ ଫିଶ୍‌ ବୋଲି କୁହାଯାଇଥାଏ। ସୂଚନାନୁଯାୟୀ, ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପ୍ୟାରୋଟ୍‌ ଫିଶ୍‌ ଦେଖାଯାଇଥାନ୍ତି, ଯେଉଁମାନେ କି ବିଶେଷକରି ସାଗର ଓ ଉପସାଗରର ଅଗଭୀର ଅଞ୍ଚଳରେ ରହିବାକୁ ପସନ୍ଦ କରିଥାନ୍ତି। ଏମାନେ ମୁଖ୍ୟତଃ ଗ୍ରୁପ୍‌ ହୋଇ ରହିବାକୁ ଭଲ ପାଇଥାନ୍ତି। ଗୋଟେ ଗ୍ରୁପ୍‌ରେ ପ୍ରାୟ ୨୦-୨୫ଟି ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ଓ ଗୋଟିଏ ମେଲ୍‌ ପ୍ୟାରୋଟଫିଶ୍‌ ରହିଥାନ୍ତି। ମେଲ୍‌ ପ୍ୟାରୋଟ୍‌ଫିଶ୍‌ଟି ସେମାନଙ୍କର ନେତୃତ୍ୱ ନେଇଥାଏ। ଯେତେବେଳେ ଉକ୍ତ ମେଲ୍‌ ପ୍ୟାରୋଟ୍‌ଫିଶ୍‌ର ମୃତ୍ୟୁ ହୋଇଯାଏ, ସେତେବେଳେ ଗ୍ରୁପ୍‌ରୁ ଗୋଟିଏ ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ନିଜକୁ ମେଲ୍‌ ପ୍ୟାରୋଟ୍‌ଫିଶରେ ପରିବର୍ତ୍ତନ କରି ସେହି ଅନୁଯାୟୀ ସେ ତା’ ଦେହର ରଙ୍ଗକୁ ବଦଳାଇଦିଏ।


ବ୍ଲୁଫେଶ୍‌ ଆଞ୍ଜେଲ୍‌ ଫିଶ୍‌: ଆଞ୍ଜେଲ ଫିଶ୍‌ ପ୍ରଜାତିର ମାଛଗୁଡ଼ିକ ମଧ୍ୟରୁ ବ୍ଲୁଫେଶ୍‌ ଆଞ୍ଜେଲ୍‌ ହେଉଛି ଏକ ସୁନ୍ଦର ଓ ରଙ୍ଗିନ ମାଛ। ଖାସ୍‌କରି ଏହି ମାଛଗୁଡ଼ିକର ମୁହଁ ଗାଢ୍‌ ନୀଳ ରଙ୍ଗର ହୋଇଥିବାରୁ ଏମାନଙ୍କର ଏପରି ନାମକରଣ କରାଯାଇଛି।


ବଟର୍‌ଫ୍ଲାଏ ଫିଶ୍‌: ପ୍ରଜାପତିର ରଙ୍ଗିନ ପର ଭଳି ଏହି ମାଛମାନଙ୍କର ଦେହର ଗଢଣ ହୋଇଥିବାରୁ ଏମାନଙ୍କୁ ବଟର୍‌ଫ୍ଲାଏ ଫିଶ୍‌ ବୋଲି କୁହାଯାଇଥାଏ। ତା’ସହିତ ଏମାନଙ୍କର ପାଟି ବାହାରକୁ ସାମାନ୍ୟ ଗୋଜିଆ ହୋଇ ବାହାରିଥାଏ, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ।


ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌: ଅବିକଳ ମଣିଷମାନଙ୍କ ଓଠ ପରି ଏହି ମାଛମାନଙ୍କର ପାଟିର ଆକୃତି ହୋଇଥାଏ, ଆଉ ତାହା ପୁଣି ହଳଦିଆ କିମ୍ବା କମଳା ରଙ୍ଗର। ଯେଉଁଥିପାଇଁ ତାହା ଲିପ୍‌ଷ୍ଟିକ୍‌ ଲଗାଇଲା ଭଳି ଦେଖାଯାଏ। ସେଥିପାଇଁ ଏମାନଙ୍କୁ ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌ ବୋଲି କୁହାଯାଇଥାଏ। ଏହି ପ୍ରଜାତିର ମାଛମାନେ ମୁଖ୍ୟତଃ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଦେଖାଯାଇଥାନ୍ତି।


ବେଟ୍ଟା ଫିଶ୍‌: ଏହି ମାଛମାନେ ଦେଖିବାକୁ ବେଶି ବଡ଼ ହୋଇ ନ ଥାନ୍ତି। ହେଲେ ଏମାନଙ୍କର ଖୋଲା ଖୋଲା ଘଞ୍ଚ ଡେଣା ହିଁ ଏମାନଙ୍କୁ ଆକର୍ଷଣୀୟ ରୂପ ଦେଇଥାଏ। ବିଭିନ୍ନ ରଙ୍ଗରେ ଦେଖାଯାଉଥିବା ଏହି ପ୍ରଜାତିର ମାଛମାନେ କିନ୍ତୁ ନିଜର ଏହି ଆକର୍ଷଣୀୟ ଡେଣା ସାହାଯ୍ୟରେ ଅନ୍ୟ ଛୋଟ ଛୋଟ ଜୀବଙ୍କୁ ନିଜ ଆଡକୁ ଆକର୍ଷିତ କରି ସେମାନଙ୍କୁ ଖାଇଥାନ୍ତି।


ଡିସ୍‌କସ୍‌ ଫିଶ୍‌:ଏହି ମାଛମାନଙ୍କର ଶରୀର ମୁଖ୍ୟତଃ ଚେପ୍‌ଟା ଭଳି ଦେଖାଯାଇଥାଏ। କିନ୍ତୁ ଏମାନଙ୍କ ଶରୀର ସାରା ନାଲି/ହଳଦିଆ/ସବୁଜ କିମ୍ବା ନୀଳ ରଙ୍ଗର ଛୋଟ ଛୋଟ ଛିଟ ଦେଖିବାକୁ ମିଳିଥାଏ। ଏମାନେ ଖୁବ୍‌ ବୁଦ୍ଧିଆ ସ୍ବଭାବର ହୋଇଥାନ୍ତି, ଯଦ୍ଦ୍ବାରା ଅନ୍ୟ ପ୍ରଜାତିର ମାଛମାନଙ୍କ ସହ ଏମାନେ ସହଜରେ ମିଶି ଯାଇପାରନ୍ତି। ତା’ଛଡ଼ା ଏମାନେ ସର୍ବଦା ପରିଷ୍କାର ଓ ସ୍ବଚ୍ଛ ଜଳରେ ରହିବାକୁ ପସନ୍ଦ କରିଥାନ୍ତି।


କ୍ଲାଉନ୍‌ ଟ୍ରିଗର୍‌ ଫିଶ୍‌: ମୁଖ୍ୟତଃ ସାଗର ଓ ଉପସାଗରରେ ଦେଖିବାକୁ ମିଳୁଥିବା ଏହି ପ୍ରଜାତିର ମାଛମାନଙ୍କ ଦେହରେ କେତେଗୁଡ଼ାଏ ହାଲ୍‌କା କଳା ଓ ଧଳା ରଙ୍ଗର ପ୍ୟାଚ୍‌ ଚିହ୍ନ ଥିବା ଦେଖିବାକୁ ମିଳିଥାଏ। ତା’ସହିତ ଏମାନଙ୍କ ପାଟି ହଳଦିଆ ରଙ୍ଗର ହୋଇଥିବାରୁ ଦେଖିବାକୁ ଆକର୍ଷଣୀୟ ଲାଗିଥାଏ।


ମାଣ୍ଡାରିନ୍‌ ଫିଶ୍‌: କୁହାଯାଏ, ଆକ୍ୱାରିୟମ୍‌ରେ ଯେଉଁ ସବୁ ରଙ୍ଗୀନ ମାଛମାନଙ୍କୁ ରଖାଯାଇ ଘରକୁ ସଜାଯାଇଥାଏ, ତନ୍ମଧ୍ୟରୁ ମାଣ୍ଡାରିନ୍‌ ଫିଶ୍‌ ହେଉଛି ଅନ୍ୟତମ। ଆକର୍ଷଣୀୟ ରୂପରଙ୍ଗ ପାଇଁ ଏହାର ଦାମ୍‌ ବି ଟିକେ ଅଧିକ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବିଧ ଶିଳ୍ପୀ: ଓଡ଼ିଶାର ଲଲାଟ ମୋହନ

ଓଡ଼ିଶାର କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିଳ୍ପୀଙ୍କ ବିଭିନ୍ନ ପାରମ୍ପରିକ କଳାକୃତି ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିଛି।...

ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି।...

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି –...

୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସଫେଇ କାମ କଲେ ମହିଳା, କାରଣ ଜାଣିଲେ…

ଜଣେ ମହିଳା ମାସକୁ ୪୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ମାତ୍ର ଚାକିରି ଛାଡ଼ି ସେ ସଫେଇ କାମ କରିବାରେ ଲାଗିଲେ। ଏହି ମହିଳାଙ୍କ ନାମ...

ମା’ ମାସ୍କ ନ ଦେବାରୁ ରାଗିଯାଇ ଚାପୁଡା ମାରିଲା କୁନିପୁଅ, ଭିଡିଓ ଭାଇରାଲ

କରୋନାର ଦ୍ୱିତୀୟ ଲହର ପୁଣି ଆସିଛି। ହେଲେ ଏ ନେଇ ଲୋକେ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁ...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

କନ୍‌ଫରେନ୍ସ ସାଇକେଲ

ପେଡାଲ ମାରି ଏହାକୁ ଚଳା ଯାଉଥିବାରୁ ଏହା ଏକ ସାଇକେଲ ବୋଲି କୁହାଯାଏ। କିନ୍ତୁ ଏହାକୁ ଦେଖିଲେ କେହି ବି କହିବେନି ସାଇକେଲ ବୋଲି। କାରଣ...

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ...

Advertisement
Archives

Model This Week