ଆଉ ଜଣେ ନବାଗତା

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାରେ ନବାଗତ କଳାକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ଅଭିନୟକୁ କ୍ୟାରିୟର ଭାବରେ ଗ୍ରହଣ କରିଛନ୍ତି। ସଫଳତା ହେଉ ଅବା ବିଫଳତା-ଏ ଦୁଇଟି ଅଲଗା କଥା। ହେଲେ ନବାଗତଙ୍କ ଆଗ୍ରହ ଏବଂ ସେମାନଙ୍କୁ ବ୍ରେକ୍‌ ଦେଇ ରିସ୍କ ଉଠାଇବାକୁ ପଛାଉ ନାହାନ୍ତି ପ୍ରଯୋଜକମାନେ। ନିକଟରେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଆଉ ଜଣେ ନବାଗତା। ସେ ହେଲେ ଖୁସି। ହୋମ ବ୍ୟାନର ଖୁସି ଏଣ୍ଟରଟେନମେଣ୍ଟରେ ନିର୍ମିତ ହେବାକୁ ଯାଉଥିବା ନୂଆ ସିନେମା ‘ହିରୋ ନମ୍ବର ଜିରୋ’ର ନାୟିକା ଭାବରେ ତାଙ୍କୁ ସୁଯୋଗ ଦେଇଛନ୍ତି ନିର୍ଦ୍ଦେଶକ ନିରଞ୍ଜନ ବେହେରା। ଏଥିରେ ତାଙ୍କ ଅପୋଜିଟ୍‌ରେ ମେଲ୍‌ ଲିଡ୍‌ରେ ଅବତୀର୍ଣ୍ଣ ହେଉଛନ୍ତି ଓଲିଉଡ୍‌ର ଅନ୍ୟତମ ଆଗଧାଡିର ଅଭିନେତା ଜ୍ୟୋତି ନାୟକ। ଏ ସମ୍ପର୍କରେ ନିର୍ଦ୍ଦେଶକ କହନ୍ତି, ‘କାହାଣୀ ଅନୁସାରେ ଜ୍ୟୋତି ଡବଲ ରୋଲ୍‌ରେ ଅଭିନୟ କରିବେ। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିବେ ଖୁସି। ଜଣେ ନୂଆ ନାୟିକାଙ୍କୁ ନେଇ ସିନେମା କରିବା ରିସ୍କ। ମୋ ନିର୍ଦ୍ଦେଶିତ ସିନେମା ‘ଯୋଗୀ’ରେ ନିକିତାଙ୍କୁ ନାୟିକା ଭାବରେ ବ୍ରେକ୍‌ ଦେଇଥିଲି। ତେବେ ନୂଆ ସିନେମା ‘ହିରୋ ନମ୍ବର ଜିରୋ’ର କାହାଣୀ ଭିନ୍ନ ଏବଂ ଏହା ବିଶେଷ ଭାବରେ ଯୁବପିଢ଼ିଙ୍କୁ ପ୍ରଭାବିତ କରିବ ବୋଲି ଆଶା ରହିଛି। ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ସ୍ମୃତି ରଞ୍ଜନ ବିଶ୍ୱାଳ। ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ଜ୍ୟୋତି-ଖୁସିଙ୍କ ବ୍ୟତୀତ ଉକ୍ତ ସିନେମାର କାଷ୍ଟିଂରେ ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ଶ୍ରୀତମ ଦାସ, ବିଜୁ ବଡ଼ଜେନା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା ପ୍ରମୁଖ କଳାକାର ରହିଛନ୍ତି। ତେବେ ଖୁସିଙ୍କ ପ୍ରଥମ ସିନେମା ତାଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ...

ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ ।...

ସ୍ତ୍ରୀଙ୍କ ସହ ସାଉଥ୍‌ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…

ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍‌ର ସ୍ତ୍ରୀ...

ବିନା ମେକ୍‌ଅପ୍‌ରେ ବିପାଶା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ବ୍ଲାକ୍‌ ବିୟୁଟି ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଫିଲ୍ମ ଜଗତକୁ ପ୍ରତ୍ୟାବର୍ତ୍ତନ  କରି ନ...

ରଣବୀର କପୁରଙ୍କୁ କାମୁଡ଼ିଲା ପୋଷା କୁକୁର: ଯିବାକୁ ପଡିଲା ମେଡିକାଲ

ରଣବୀର କପୁରଙ୍କ ପଶୁମାନଙ୍କ ପ୍ରତି ଭଲ ପାଇବା ଲୁଚା ଛପା ନୁହେଁ। ତାଙ୍କ ଘରେ ଅନେକ କୁକୁର ଏବଂ ବିଲେଇ ଅଛନ୍ତି। ଯାହାଙ୍କ ଫଟୋ ଅନେକ...

ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ...

ନିସନ୍ତାନ ସତ୍ତ୍ୱେ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ...

ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା...

Seven Jackpot
Advertisement


Archives

Model This Week

Why Dharitri