ଆଉଟଲୁକ୍‌ ସ୍ଥିର ରଖିଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୧।୬: ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଭାରତର ଆଉଟଲୁକ୍‌କୁ ବୁଧବାର ସ୍ଥିର ରଖିଛି। ଏହି ଏଜେନ୍ସି ଭାରତ ଲାଗି ରେଟିଂକୁ ବିବିବିରେ ସ୍ତରରେ ରଖିଛି। ଘରୋଇ ବଜାର ଲାଗି ଅଭିବୃଦ୍ଧିକୁ ନେଇ ଚ୍ୟାଲେଞ୍ଜ ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ରାଜକୋଷୀୟ ପ୍ରସଙ୍ଗରେ ସ୍ଥିତି ସ୍ଥିର ରହିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଭାରତର ଅଭିବୃଦ୍ଧି କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜ ବୃଦ୍ଧି ପାଉଛି। ଭାରତ ବିଭିନ୍ନ ଆର୍ଥତ୍କ ସଂସ୍କାରକୁ ବର୍ତ୍ତମାନ କାର୍ଯ୍ୟାନ୍ବୟନ କରୁଛି। ଏହାକୁ ଦେଖିଲେ ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ତୁଳନାରେ ଭାରତର ସ୍ଥିତିରେ ଉନ୍ନତ ରହିବା ନେଇ ଏହି ଏଜେନ୍ସି ଆଶାବାଦୀ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥାରେ ୫% ହ୍ରାସ ଦେଖାଯିବା ନେଇ ଆକଳନ କରାଯାଇଛି। କୋଭିଡ୍‌- ୧୯ ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଅଣ୍ଟା ସଳଖାଇବ। ହେଲେ ରାଜକୋଷୀୟ ନିଅଣ୍ଟ ଉପରେ ସରକାରଙ୍କୁ କାମ କରିବାକୁ ହେବ ବୋଲି ଏସ୍‌ ଆଣ୍ଡ ପି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୭୦ ହଜାର କୋଟିର ଟିକସ କ୍ଷତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କର୍ପୋରେଟ ଟିକସର ଦୁରୁପଯୋଗ ଏବଂ ବେସରକାରୀ ଟିକସ ଫାଙ୍କି ଯୋଗୁ ସାରା ବିଶ୍ୱର ଦେଶ ସମୂହ ୪୨୭ ବିଲିୟନ ଡଲାରର ଟିକସ ଲାଭ...

ଭାରତର ଜିଡ଼ିପି ଅନୁମାନ ୭%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୯-୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି) ଅଭିବୃଦ୍ଧି ହାର ଅନୁମାନକୁ ୭.୨ରୁ ୭%କୁ ହ୍ରାସ କରିଛି।...

ୟୁରୋପରେ ୩ ହଜାର କର୍ମଚାରୀ ଛଟେଇ କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ,୨୦-୧୧: ପ୍ରମୁଖ ଇସ୍ପାତ ନିର୍ମାଣକାରୀ କମ୍ପାନୀ ଟାଟା ଷ୍ଟିଲ ଏୟାର ୟୁରୋପସ୍ଥିତ ୟୁନିଟରୁ ୩ ହଜାର କର୍ମଚାରୀ ଛଟେଇ କରିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି।...

ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି।...

ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ

ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର...

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି।...

ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି...

ଏସ୍‌ବିଆଇ ଉପରେ ୧ କୋଟିର ଜରିମାନା

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଉପରେ ରିଜର୍ଭ ବ୍ୟାଙ୍କ ୧ କୋଟି ଟଙ୍କାର ଜରିମାନା ଲଗାଇଛି। ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ...

Advertisement


Archives

Model This Week