Posted inଖେଳ

ଆଇସିସିର ବାଉଣ୍ଡାରୀ ନିୟମ ପରିବର୍ତ୍ତନକୁ ନିଶାମଙ୍କ ପରିହାସ

ନୂଆଦିଲ୍ଲୀ, ୧୬।୧୦ (ପି.ଟି.)- ବିବାଦୀୟ ବାଉଣ୍ଡାରୀ କାଉଣ୍ଟ ନିୟମ ପରିବର୍ତ୍ତନ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ସମାଲୋଚନାର ଶିକାର ହୋଇଛି। ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ ଏ ନେଇ ଆଇସିସିକୁ ସମାଲୋଚନା କରିବା ସହ ପରିହାସ କରିଛନ୍ତି। ପୂର୍ବରୁ ଥିବା ବାଉଣ୍ଡାରୀ କାଉଣ୍ଟ ନିୟମ କାରଣରୁ ନ୍ୟୁଜିଲାଣ୍ଡ ଗତ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା।
ଉଲ୍ଲେଖଥାଉ କି, ଆଇସିସି ସୋମବାର ସବୁ ମେଜର ଇଭେଣ୍ଟ ତଥା ଟୁର୍ନାମେଣ୍ଟରେ ସୁପର ଓଭର ନିୟମରେ ପରିବର୍ତ୍ତନ ଆଣିଥିଲା। ଏହି ନିୟମ କାରଣରୁ ଗତ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଅଧିକ ସଂଖ୍ୟାରେ ବାଉଣ୍ଡାରୀ ମାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା ଓ ନ୍ୟୁଜିଲାଣ୍ଡ ରନର୍ସଅପ୍‌ ହୋଇଥିଲା। ଫାଇନାଲ ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ମଧ୍ୟ ଟାଇ ରହିଥିଲା।
ଆଇସିସିର ଏହି ନିୟମ ପରିବର୍ତ୍ତନରେ ନିଶାମ ପରିହାସ କରି ଏକ ଭିନ୍ନ ପ୍ରକାର ଟୁଇଟ୍‌ କରିଛନ୍ତି। ଟାଇଟାନିକ ପାଇଁ ବରଫ୍‌ ଖଣ୍ଡ ବା ହିମଶୀଳାକୁ ଦେଖିବାକୁ ଅପେକ୍ଷାକୃତ ଭଲ ବାଇନାକୁଲାର ଆଇସିସିର ପରବର୍ତ୍ତୀ ଏଜେଣ୍ଡା ବୋଲି ସେ ଟୁଇଟ୍‌ କରିଛନ୍ତି। ନିଶାମ ବିଶ୍ୱକପ୍‌ ଫାଇନାଲରେ ସୁପର ଓଭରରେ ବ୍ୟାଟ୍ସମ୍ୟାନ ହିସାବରେ ସାମିଲ ହୋଇଥିଲେ। ଏହି ନିୟମ ପରିବର୍ତ୍ତନ କରିବାରେ ଆଇସିସି ଟିକିଏ ଡେରିକରିଦେଲା ବୋଲି କ୍ରେଗ ମ୍ୟାକ୍‌ମିଲନ ଟୁଇଟ୍‌ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ ଏଥିରେ ସନ୍ତୋଷ ପ୍ରକଟ କରିଛନ୍ତି। ଅତୀତକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ। ଯାହା ଘଟିଯାଇଛି ସେ ନେଇ ଚିନ୍ତା କରି କିଛି ଲାଭ ନାହିଁ। ତେବେ ଭବଷ୍ୟତରେ ପୁରୁଣା ନିୟମ ପାଇଁ କାହାକୁ ମୂଲ୍ୟ ଦେବାକୁ ହେବ ନାହିଁ ବୋଲି ସେ କହିଚନ୍ତି।
ନୂଆ ନିୟମ ଅନୁସାରେ ଯେପର୍ଯ୍ୟନ୍ତ ଅନ୍ତିମ ଫଳାଫଳ ବା ବିଜେତା ନ ମିଳିଛି ସେ ପର୍ଯ୍ୟନ୍ତ ସୁପର ଓଭର ବାରମ୍ବାର ଖେଳାଯିବ। ତେବେ ଗ୍ରୁପ ପର୍ଯ୍ୟାୟରେ ଯଦି କୌଣସି ମ୍ୟାଚ୍‌ ଟାଇ ରହେ ତାହାଲେ ତାହାକୁ ଟାଇ ଘୋଷଣା କରାଯିବ। ତେବେ ସେମିଫାଇନାଲ କିମ୍ବା ଫାଇନାଲରେ ନୂଆ ନିୟମ ଲାଗୁ ହେବ ବୋଲି ଆଇସିସି ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ଗୋଟିଏ ବଲରେ ୭ ରନ୍‌ କଲେ

ଖ୍ରୀଷ୍ଟଚର୍ଚ୍ଚ,୯।୧: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଏକ ଅଜବ ଘଟଣା ଘଟିଛି। ନ୍ୟୁଜିଲାଣ୍ଡ ଓପନର ଓ୍ବିଲ ୟଙ୍ଗ ଗୋଟିଏ...

ମ୍ୟାଚ୍‌ ଫିକ୍ସର ଦାଣ୍ଡିଓ୍ବାଲ ଗିରଫ

ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍‌ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର...

ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍‌ ଦେଲେ

ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍‌ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ...

ସୁପର ଓଭରରେ ଜିତିଲା ସେଣ୍ଟ କିଟ୍ସ

ସେଣ୍ଟ କିଟ୍ସ,୧୮।୯: ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପାଟ୍ରିଅଟ୍ସ ସୁପର ଓଭରରେ ଟ୍ରିନବାଗୋ ନାଇଟ୍‌ ରାଇଡର୍ସକୁ ହରାଇ...

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ...

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ...

Advertisement
Archives

Model This Week