ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଆସିଛି। ସୋମବାର ଟିସିଏସ୍‌ର ବଜାର ପୁଞ୍ଜୀକରଣ ୮.୩୭ ଲକ୍ଷ କୋଟି ଟଙ୍କା(୧୨୦୫୦ କୋଟି ଡଲାର) ହୋଇଥିବା ବେଳେ ଆଇବିଏମ୍‌ର ବଜାର ପୁଞ୍ଜୀକରଣ ୮.୩୨ ଲକ୍ଷ କୋଟି ଟଙ୍କା (୧୧୯୬୦ କୋଟି ଟଙ୍କା) ହୋଇଛି। ଏଥିପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଟିସିଏସ୍‌ ପଛରେ ପକାଇ ଦେଇଥିଲା। ରିଲାଏନ୍ସର ବଜାର ପୁଞ୍ଜୀକରଣ ୮.୩୬ ଲକ୍ଷ କୋଟି ଟଙ୍କା ଥିଲା। ସୂଚନାଥାଉ କି, ଆଇବିଏମ୍‌ ୧୯୫୦ରେ ଭାରତରେ ପ୍ରବେଶ କରିଥିଲା। ତେବେ ୧୯୭୦ରେ କମ୍ପାନୀକୁ ଦେଶ ଛାଡ଼ିବାକୁ ପଡିଥିଲା। ୧୯୯୨ରେ ଟାଟା ଗ୍ରୁପ୍‌ ସହ ପାର୍ଟନରଶିପ୍‌ କରି ଏହା ପୁନର୍ବାର ଦେଶକୁ ଫେରିଆସିଥିଲା। ପୁନର୍ବାର ୧୯୯୭ରେ ଆଇବିଏମ୍‌ ପାର୍ଟନରଶିପ୍‌ରୁ ବାହାରି ଆସି ନିଜେ ସ୍ବତନ୍ତ୍ର ଭାବେ ବ୍ୟବସାୟ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି।...

ଏୟାରଟେଲ୍‌କୁ ପଛରେ ପକାଇ ଜିଓ ଦ୍ୱିତୀୟ

ନୂଆଦିଲ୍ଲୀ,୨୦-୭: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ମେ’ରେ ଭାରତୀ ଏୟାରଟେଲକୁ ପଛରେ ପକାଇ ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ...

୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ...

୭.୫% ଖସିଲା ଜିଡିପି

ନୂଆଦିଲ୍ଲୀ,୨୮।୧୧ – କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି। ଏହା ଦ୍ୱାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ସଙ୍କଟ ଦେଇ ଗତି କରୁଛନ୍ତି। ଭାରତୀୟ...

ପୁଣେରେ ଜିଓ ଟ୍ରୁ -୫ଜି ସେବା ଉପଲବ୍ଧ

ମୁମ୍ବାଇ,୨୫।୧୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓର ଜିଓ ଟ୍ରୁ-୫ଜି ସେବା ବର୍ତ୍ତମାନ ମହାରାଷ୍ଟ୍ରର ପୁଣେ ସହରରେ ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।...

ଏଚ୍‌ସିଏଲ୍‌ ଜିଗସର ୪ର୍ଥ ସଂସ୍କରଣ

ନୂଆଦିଲ୍ଲୀ,୧୦।୪: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଚ୍‌ସିଏଲ୍‌ ଜିଗସର ଆୟୋଜନ କରାଯାଉଛି। ଏଚ୍‌ସିଏଲ୍‌ ପ୍ରିମିୟର କ୍ରିଟିକାଲ ରିଜଏନିଂ ପ୍ଲାଟ୍‌ଫର୍ମ ‘ଏଚ୍‌ସିଏଲ୍‌ ଜିଗସ’ର ୪ର୍ଥ...

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର...

କରୋନା ପ୍ରଭାବ: ୫୦ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ...

Advertisement
Archives

Model This Week