Posted inଖେଳ

ଆଇପିଏଲ ମ୍ୟାଚ୍‌ ପୂର୍ବରୁ ହୋଇପାରେ ଜାତୀୟ ସଙ୍ଗୀତ ଗାନ

ନୂଆଦିଲ୍ଲୀ,୭।୧୧(ପି.ଟି.)- ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ମାଲିକ ନେସ ଓ୍ବାଡିଆ ଲିଖିତ ଭାବେ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ଜାତୀୟ ସଙ୍ଗୀତ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଗାନ କରାଯାଏ। ବିଶ୍ୱର ନମ୍ବର ଓ୍ବାନ କ୍ରିକେଟ ଲିଗ୍‌ରେ ଏହି ବ୍ୟବସ୍ଥା କରାଯିବା ଦରକାର ବୋଲି ଓ୍ବାଡିଆ ଯୁକ୍ତି ବାଢ଼ିଛନ୍ତି। ଏଥିସହ ବିସିସିଆଇ ବ୍ୟୟବହୁଳ ଆଇପିଏଲ ଉଦ୍‌ଘାଟନୀ ଉତ୍ସବକୁ ବନ୍ଦ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ନ କରାଯିବା ଏକ ଭଲ ପଦକ୍ଷେପ। ଆବଶ୍ୟକତା ନ ଥାଇ ମଧ୍ୟ ଏଥିରେ ଅତ୍ୟଧିକ ଖର୍ଚ୍ଚ କରାଯାଉଛି। ଏ ସମ୍ପର୍କରେ ମୁଁ ପୂର୍ବରୁ ମଧ୍ୟ ବିସିସିଆଇକୁ ପତ୍ର ଲେଖିଥିଲି। ଏବେ ମୁଁ ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଲେଖିଛି ବୋଲି ଓ୍ବାଡିଆ କହିଛନ୍ତି। ଜାତୀୟ ସଙ୍ଗୀତ ଇଣ୍ଡିଆନ ସୁପର ଲିଗ୍‌ ଓ ପ୍ରୋ କବାଡି ଲିଗ୍‌ରେ ମଧ୍ୟ ଗାନ କରାଯାଉଛି। ଚଳିତ ସପ୍ତାହରେ ଆଇପିଏଲ ଗଭର୍ନିଂ କରିଷଦ ବୈଠକରେ ବହୁ ଫ୍ରାଞ୍ଚାଇଜ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଲାଗି ଇଚ୍ଛା ପ୍ରକଟ କରିଥିଲେ। ତେବେ ଏଥିନେଇ ଆଇସିସିର ଭବିଷ୍ୟତ କାର୍ଯ୍ୟସୂଚୀ (ଏଫ୍‌ଟିପି)କୁ ବିସ୍ତୃତ ଭାବେ ପରଖିବାକୁ ପଡ଼ିବ। ଏ ବିଷୟରେ ଓ୍ବାଡିଆ କହିଛନ୍ତି, ଆଇପିଏଲ ବିଶ୍ୱର ସବୁଠୁ ଲୋକପ୍ରିୟ ଲିଗ୍‌। ଏହାର କଳେବର ବୃଦ୍ଧି ଦ୍ୱାରା ଆଇପିଏଲର ସମସ୍ତ ଅଂଶୀଦାରଙ୍କ ଲାଭାଂଶ ପରିମାଣ ବୃଦ୍ଧି ପାଇବ। ଦେଖିବାକୁ ଗଲେ, ବିଶ୍ୱର ବିଭିନ୍ନ ଫୁଟବଲ ଲିଗ୍‌ ସିଜନ ଆରମ୍ଭ ହେବା ପୂର୍ବରୁ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥାନ୍ତି। ଏହା ଆଇପିଏଲର ଲୋକପ୍ରିୟତା ଓ ମର୍ଯ୍ୟାଦା ବୃଦ୍ଧି କରିବ। ବିସିସିଆଇ ଏହାକୁ ଗୁରୁତ୍ୱ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri