Posted inଖେଳ

ଆଇପିଏଲ୍‌ ୨୦୨୦: ମୁମ୍ବାଇ ପାଇଁ ଖେଳିବେ ବୋଲ୍ଟ

ନୂଆଦିଲ୍ଲୀ, ୧୩।୧୧ (ପି.ଟି.): ନ୍ୟୁଜିଲାଣ୍ଡ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେହିଭଳି ଉତ୍ତର ପ୍ରଦେଶ ଯୁବ ବୋଲର ଅଙ୍କିତ ରାଜପୁତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଉଭୟ ଖେଳାଳି ସେମାନଙ୍କ ଫ୍ରାଞ୍ଚାଇଜ ଦ୍ୱାରା ବୁଧବାର ସଫଳତାପୂର୍ବକ ଅଦଳ ବଦଳ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବୋଲ୍ଟ ତାଙ୍କ ବର୍ତ୍ତମାନର ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ଅଦଳବଦଳ ହେବା ଫଳରେ ଆଗାମୀ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ସେହିଭଳି ରାଜପୁତ କିଙ୍ଗ୍ସ ଇଲେଭେନ ଦ୍ୱାରା ସଫଳତା ପୂର୍ବକ ଅଦଳବଦଳ ହୋଇଛନ୍ତି। ୨୦୧୪ରେ ବୋଲ୍ଟ ଆଇପିଏଲ୍‌ ପଦାର୍ପଣ କରିଥିଲେ। ୨୦୧୮ ଓ ୨୦୧୯ ସିଜନ ପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ୩୩ ମ୍ୟାଚ୍‌ରୁ ୩୮ ଉଇକେଟ୍‌ ହାସଲ କରିଛନ୍ତି। ଅପରପକ୍ଷରେ ରାଜପୁତ ୨୦୧୮ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ପଦାର୍ପଣ କରିଥିଲେ। ସେ ୨୩ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୨ ଉଇକେଟ୍‌ ନେଇଛନ୍ତି। ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୪ ରନ ବିନିମୟରେ ୫ ଉଇକେଟ୍‌ ହାସଲ କରିବା ରାଜପୁତଙ୍କ ପାଇଁ ବେଶ୍‌ ସ୍ମରଣୀୟ ସ୍ପେଲ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ...

ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍‌ ଦେଲେ

ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍‌ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ...

ଆଇଏମ୍‌ଜି ରିଲାଏନ୍ସ ସହ ଧାଓ୍ବନଙ୍କ ଚୁକ୍ତି

ମୁମ୍ବାଇ,୨୨।୭(ପି.ଟି.): ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ୍‌ ଏକ ବଡ଼ ଧରଣର ମାର୍କେଟିଂ ଓ ମ୍ୟାନେଜମେଣ୍ଟ ଚୁକ୍ତି କରିଛନ୍ତି। ସେ ଆଇଏମ୍‌ଜି ରିଲାଏନ୍ସ ସହ ଏକ...

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ...

ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ

ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି।...

ଆଉ ଲୋଡ଼ା ୪୬ ରନ୍‌; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…

ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍‌ ସହ ନିମ୍ନ କ୍ରମରେ ଆସି ରନ୍‌ ଯୋଡ଼ିବାର...

Virat Kohli shares emotional post after completing 11 years in international cricket

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ ପୂରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସୋମବାର ୧୧ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୧ ବର୍ଷ ତଳେ ଦିଲ୍ଲୀ...

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ଏହି ବିରଳ ରେକର୍ଡକୁ ପୁରିଲା ୧୩ ବର୍ଷ; ପୋଷ୍ଟ ଲେଖି ମନେପକାଇଲେ

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଇଲଂଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି...

Ten Cric Info
Advertisement


Archives

Model This Week

Why Dharitri