ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି ସୀମା ସରହଦ ପାର କଲାଣି। ରବିବାର ୩୧୬ ନଂ ଜାତୀୟ ରାଜପଥ ପଟ୍ଟନାୟିକିଆ ଛକରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ରାଜ୍ୟର ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ତୁରନ୍ତ ବିବୃତି ଦିଅନ୍ତୁ। ଏଭଳି ଦାବି କରି ବିରୋଧୀ କଂଗ୍ରେସ ଏବଂ ଭାଜପାର ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ସରକାର ଏ ନେଇ ଜବାବ ନ ଦେବା ଯାଏ ଗୃହ ଚଳାଇ ଦେବୁନାହିଁ କିମ୍ବା କୌଣସି ଆଲୋଚନା ଗୃହରେ ହୋଇପାରିବ ନାହିଁ। ଏଭଳି ଜିଦ୍‌ରେ ଅଡ଼ିବସି ବିରୋଧୀ ସଦସ୍ୟମାନେ ସୋମବାର ଗୃହକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ଗୃହରେ କୌଣସି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ଯାଏ ହୋଇପାରି ନ ଥିଲା। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କୁ ଶାନ୍ତ କରିବା ସହ ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଏମ୍‌ସି ଉଚ୍ଛେଦ ନ କଲେ ଆମେ ଉଠାଇବୁ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ସହରର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସମାଧାନ ହୋଇପାରୁ...

ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ...

ଦୀପାଳିଙ୍କୁ ସେବା କରିବାକୁ ସୁଯୋଗ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥତ୍ନୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ...

‘କରୋନାକୁ ନେଇ ଆତଙ୍କିତ ହୁଅ ନାହିଁ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ବିଏଫ୍‌.୭ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ସଂକ୍ରମଣକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ଶନିବାର କହିଛନ୍ତି...

ବଢୁଛି ରୋଗୀ ସଂଖ୍ୟା, ବ୍ୟବସ୍ଥା ନାହିଁ

ବାଲେଶ୍ୱର ଅଫିସ, ୧୬।୯(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତର, କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଛି।...

ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା। ତେବେ ଏହାକୁ ଶିକ୍ଷାବିତ୍‌ମାନେ ବିରୋଧ କରିବାରୁ...

ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛ କଟା ନେଇ ଅସନ୍ତୋଷ

ଖଇରା, ୨ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ରେଞ୍ଜ ଅଧୀନ ଖଇରା ବ୍ଲକର ଦେଉଳି ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଆକାଶିଆ ଗଛ କାଟିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ...

ବଲାଙ୍ଗୀର ୪ ଦିନ ଶଟ୍‌ଡାଉନ୍‌ ଘୋଷଣା: ବନ୍ଦ ରହିବ ଏସବୁ କାର୍ଯ୍ୟ

ବଲାଙ୍ଗୀର ଅଫିସ,୬।୮: ବଲାଙ୍ଗୀର ଜିଲାକୁ ଗୁରୁବାର ୪ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ...

Advertisement
Archives

Model This Week