ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି ପ୍ରଭେଦ ବହୁ ଅଧିକ ଥିବା ଜଣାପଡିଛି। କର୍ମଚାରୀଙ୍କ ଦରମା ନାମମାତ୍ର ବଢ଼ିଥିବା ବେଳେ ସିଇଓମାନେ ବମ୍ପର ବେତନ ପାଇଛନ୍ତି। ଆଇଟି କମ୍ପାନୀ ଓ୍ବିପ୍ରୋ ସିଇଓ ଆବିଦାଲି ନିମୁଚଓ୍ବାଲାଙ୍କ ଦରମା କମ୍ପାନୀର ସାଧାରଣ କର୍ମଚାରୀଙ୍କ ହାରାହାରି ବେତନ ତୁଳନାରେ ୪୫୫ ଗୁଣା ବୃଦ୍ଧି ପାଇଛି। ଗତବର୍ଷ ଏହା ୩୩୭ ଗୁଣା ଅଧିକ ଥିଲା। ସେହିପରି ଟାଟା କନସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ସିଇଓ ରାଜେଶ ଗୋପୀନାଥନଙ୍କ ବେତନ କର୍ମଚାରୀଙ୍କ ଦରମା ଠାରୁ ୨୬୨ ଗୁଣ ଅଧିକ, ଯାହା କି ଗତବର୍ଷ ୨୧୧ ଗୁଣ ଥିଲା। ସେହିପରି ଇନ୍‌ଫୋସିସ୍‌ ସିଇଓ ସଲିଲ ପାରେଖ ୨୦୧୮-୧୯ରେ ୨୭୩ ଗୁଣ ଅଧିକ ବେତନ ନେଇଛନ୍ତି। ଏହି ଟ୍ରେଣ୍ଡ ବିଶ୍ୱର ଅନ୍ୟ କମ୍ପାନୀଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ। ଆମେରିକା କମ୍ପେସେଶନ ରିସର୍ଚ୍ଚ ଫାର୍ମ ଇକ୍ୱିଲିୟର ପକ୍ଷରୁ କୁହାଯାଇଛି ଯେ, ରସେଲ ୩୦୦୦ କମ୍ପାନୀ(ମାର୍କେଟ କ୍ୟାପିଟାଲାଇଜେଶନ ଆଧାରିତ ଇକୁଇଟି ଇଣ୍ଡେକ୍ସ)ର ମେ’ର ତଥ୍ୟ ଅନୁଯାୟୀ ଟେକ୍‌ କମ୍ପାନୀଙ୍କ ସିଇଓ ଓ କର୍ମଚାରୀଙ୍କ ବେତନ ବୃଦ୍ଧି ଭିତରେ ପ୍ରାୟ ସମାନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହେବ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ

ଭୁବନେଶ୍ୱର,୨୮-୫: ଫନୀ ଯୋଗୁ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ କ୍ଷତିଗ୍ରସ୍ତ ହୋଇଛି। ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ଭିତ୍ତିରେ ଜାରି ରହିଛି। ଏଭଳି ସ୍ଥିତିରେ ଗ୍ରାହକମାନେ ଲ୍ୟାଣ୍ଡ...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୩: ଆସନ୍ତା ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କଗୁଡିକ ୪ ଦିନ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ଛୁଟିଯୋଗୁ ଏହି ସମୟରେ ବ୍ୟାଙ୍କ ମୋଟ ୩...

କମ୍ପାନୀ ସୋମବାର ପୈଠ କରିପାରନ୍ତି ଏଜିଆର ଦେୟ

ନୂଆଦିଲ୍ଲୀ, ୧୭ା୨: ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ, ଟାଟା ଟେଲିସିର୍ଭିସେସ ଭଳି ଟେଲିକମ୍‌ କମ୍ପାନୀଗୁଡିକ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ବାବଦ ବକେୟା ଅର୍ଥ ସୋମବାର ପ୍ରଦାନ...

ରିଲାଏନ୍ସ ରିଟେଲରେ ନିବେଶ କରିବ ପିଆଇଏଫ୍‌

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ପବ୍ଲିକ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍‌) ୯୫୫୫ କୋଟି ଟଙ୍କା ନିବେଶ କରିବ। ଫଳରେ ଏହା ରିଲାଏନ୍ସ ରିଟେଲରେ ୨.୦୪% ଅଂଶଧନ...

ସରକାରଙ୍କ ସାମ୍ନାରେ ୬ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧: ଏବେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ...

ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାରରେ ଭଲ କାରବାର ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୬୮୯ ପଏଣ୍ଟ ବଢିଥିବା ନଜରକୁ ଆସିଛି। ପ୍ରାୟ ୨...

ବୁଲେଟ ଟ୍ରେନ୍‌ ପ୍ରକଳ୍ପ ନିର୍ମାଣରେ ଏଲ୍‌ଆଣ୍ଡଟି ସାମିଲ

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ ବା ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣରେ ପ୍ରମୁଖ କମ୍ପାନୀ ଏଲ୍‌ଆଣ୍ଡଟି ସାମିଲ ହୋଇଛି। ଏଥିଲାଗି କମ୍ପାନୀକୁ ୭ ହଜାର...

ମୁମ୍ବାଇରେ ଜୀବନଯାପନ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୧୦।୬: ଦେଶର ଆର୍ଥତ୍କ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରରେ ଜୀବନଯାପନ କରିବା ସବୁଠାରୁ ମହଙ୍ଗା। ନିକଟରେ ହୋଇଥିବା ମରସର୍ସ ୨୦୨୦ କଷ୍ଟ ଅଫ୍‌ ଲିଭିଂ ୨୦୨୦...

Advertisement


Archives

Model This Week