ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ସଙ୍କଟ ବଢ଼ିପାରେ

ନୂଆଦିଲ୍ଲୀ,୧୩।୪: ଲକ୍‌ଡାଉନ ଅବଧି ବଢ଼ିଲେ ଏହା ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ନାସ୍‌କମ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌.ଚନ୍ଦ୍ରଶେଖର କହିଛନ୍ତି ଯେ, ଲକ୍‌ଡାଉନ ଅବଧି କ୍ଷତିରେ ଆଇଟି କ୍ଷେତ୍ରରେ ଛଟେଇ ବଢ଼ିବାର ଆଶଙ୍କା ରହିଛି। ବର୍ତ୍ତମାନ ଓ୍ବାର୍କଫ୍ରମ୍‌ ହୋମ୍‌ ଯୋଗୁ ଆଇଟି କମ୍ପାନୀଙ୍କ ଲାଗି ନୂଆ ରାସ୍ତା ଖୋଲିଛି। ଏଭଳି କାର୍ଯ୍ୟ ଦ୍ୱାରା ସେମାନେ ପରିଚାଳନା ପୁଞ୍ଜି ସଞ୍ଚୟ କରିବାକୁ ସକ୍ଷମ ହୋଇପାରିବେ। ଯଦି ବର୍ତ୍ତମାନ ସ୍ଥିତି ଆହୁରି ଖରାପ ହୁଏ ତେବେ ଷ୍ଟାର୍ଟ ଅପ୍‌ଗୁଡିକ ଲାଗି ବିଭିନ୍ନ ଅସୁବିଧା ସୃଷ୍ଟି ହେବ। ବଡ କମ୍ପାନୀରେ ଛଟେଇ ହେବ ନାହିଁ, ମାତ୍ର ଛୋଟ କମ୍ପାନୀଗୁଡିକରେ ପରିଚାଳନା ଅସୁବିଧା ଯୋଗୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ ଅବଧି ବଢିଲେ କମ୍ପାନୀଙ୍କ ଉପରେ ଚାପ ବଢ଼ିବ। କମ୍ପାନୀଗୁଡିକ ମାସ ମାସ ଧରି ସେମାନଙ୍କ କର୍ମଚାରୀଙ୍କୁ ସବ୍‌ସିଡି ଦେଇପାରିବେ ନାହିଁ। ସାରା ବିଶ୍ୱର କର୍ମଚାରୀମାନେ ଏବେ ଘରୁ କାମ କରୁଛନ୍ତି। ସ୍ବଳ୍ପ ସମୟ ଅବଧି ଲାଗି ଲକ୍‌ଡାଉନ ପ୍ରଭାବ ଉଦ୍ୟୋଗଗୁଡିକ ଉପରେ ରହିବ। ମାତ୍ର କାର୍ଯ୍ୟ ସଂସ୍କୃତି ଉପରେ ଏହାର ପ୍ରଭାବ ଏମିତି ରହିବ ଯାହା ଭାରତୀୟ କମ୍ପାନୀଗୁଡ଼ିକ ଏବେ ଅନୁଭବ କରିନାହାନ୍ତି। ଭବିଷ୍ୟତରେ ଓ୍ବାର୍କଫ୍ରମ୍‌ ହୋମ୍‌ ହେଲେ ଏହା ଲଜିଷ୍ଟିକ, କାର୍ଯ୍ୟସ୍ଥଳ ଖର୍ଚ୍ଚ ସମେତ ଅନେକ ଉପାୟରେ କମ୍ପାନୀଙ୍କୁ ଫାଇଦା ଦେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି।...

୪୦% ବେତନ ହ୍ରାସ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୨।୭: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ଏହାର କ୍ୟାବିନ କ୍ରିଉ ଏବଂ କକ୍‌ପିଟ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ଏପ୍ରିଲ ପହିଲାଠାରୁ ହ୍ରାସ କରିଛି। ଏହି...

କୋଭିଡ୍‌ର ଆର୍ଥିକ ପ୍ରଭାବ ଆକଳନ କଷ୍ଟକର: ଆର୍‌ବିଆଇ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ ଘରୋଇ ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏବେ କୋଭିଡ୍‌ ଯୋଗୁ ହୋଇଥିବା ପ୍ରକୃତ ଆର୍ଥିକ...

ମାନ୍ଦାବସ୍ଥା ଦୂରେଇବାକୁ ସୀତାରାମନ୍‌ଙ୍କ ପ୍ରୟାସ;କର୍ପୋରେଟ ଟିକସ ହ୍ରାସ ଘୋଷଣା

ପାନାଜୀ,୨୧-୯: ଦେଶ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତିକରୁଛି। ଏହାକୁ ଦୂରେଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୂର୍ବରୁ ୩ ଥର ବିଭିନ୍ନ କ୍ଷେତ୍ର ଲାଗି...

ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ: ମାଲ୍ୟା

ନୂଆଦିଲ୍ଲୀ,୧। ୪: ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ ବୋଲି ପଳାତକ ଘୋଷିତ ବିଜୟ ମାଲ୍ୟା ଟୁଇଟ ଯୋଗେ କହିଛନ୍ତି। ସେ କହିଛନ୍ତି, କିଙ୍ଗଫିସର ଏୟାର ଲାଇନ...

ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା...

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା...

ଆର୍‌ବିଆଇ ପରିସରକୁ ଆସିଲା ସମବାୟ ବ୍ୟାଙ୍କ; ଅଧିକ ଦକ୍ଷ ହେବ ପରିଚାଳନା

ନୂଆଦିଲ୍ଲୀ,୨୫।୬ : ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ନେଇ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ୱାରା ଦେଶରେ ଥିବା ୧୪୮୨ ଅର୍ବାନ...

Advertisement


Archives

Model This Week