Posted inଜାତୀୟ

ଆଇଟିବିପିର ୫୦୦ଘଣ୍ଟାର ମିଶନ: ୮ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର

ପିଥୋରାଗଡ/ ନୂଆଦିଲ୍ଲୀ,୪ା୭(ପି.ଟି.): ନନ୍ଦାଦେବୀ ପୂର୍ବ ଶିଖର ଆରୋହଣ କରୁଥିବା ୮ ପର୍ବତାରୋହୀଙ୍କ ମୃତଦେହ ଦୀର୍ଘ ୫୦୦ ଘଣ୍ଟାର ଅପରେଶନ୍‌ ପରେ ଉଦ୍ଧାର କରାଯାଇ ବୁଧବାର ତଳକୁ ଓହ୍ଲାଇ ଅଣାଯାଇଛି। ଏଭଳି ଏକ ଦୁଃସାହସିକ ଏବଂ ଚ୍ୟାଲେଞ୍ଜିଂ କାର୍ଯ୍ୟରେ ନିୟୋଜିତ ଥିଲେ ଆଇଟିବିପି (ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ) ଏବଂ ବାୟୁସେନା ହେଲିକପ୍ଟର। ଏଥିପାଇଁ ଆଇଟିବିପି ଟିମ୍‌କୁ ୧୫ ଦିନ ଲାଗିଥିଲା। ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହି ବିପଜ୍ଜନକ ଉଦ୍ଧାର କାର୍ଯ୍ୟର ଅନ୍ତ ଘଟିଛି। ମୃତଦେହଗୁଡ଼ିକୁ ବାୟୁସେନା ହେଲିକପ୍ଟର ଯୋଗେ ପିଥୋରାଗଡର ନୈନୀ ସାଇନି ବିମାନବନ୍ଦରକୁ ନିଆଯାଇଥିଲା। ୮ଜଣଙ୍କ ମଧ୍ୟରେ ୭ ବିଦେଶୀ ହୋଇଥିବାବେଳେ ଜଣେ ଭାରତୀୟ। ମେ ୨୫ରେ ସେମାନେ ନିଖୋଜ ହୋଇଯିବା ରିପୋର୍ଟ ମିଳିବା ପରେ ଭାରତୀୟ ବାୟୁସେନାର ଅନୁସନ୍ଧାନକାରୀ ବିମାନ ଦ୍ୱାରା ମୃତଦେହଗୁଡିକୁ ଠାବ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଲା ଭାଜପା ମେଣ୍ଟ

ଲକ୍ଷ୍ନୌ,୨୩।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭାଜପା ସହ ମେଣ୍ଟ କରିଥିବା ଆପନା ଦଳ ରବିବାର ତା’ର ପ୍ରଥମ ମୁସଲିମ ପ୍ରାର୍ଥୀଙ୍କ ନାମ ଘୋଷଣା...

ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ: କହିଲେ, ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚିବୁ ନାହିଁ

ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଏକ...

ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ୧୧ କୋଟି

ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକାର ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍‌...

୫ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜେଏମ୍‌ବି

ନୂଆଦିଲ୍ଲୀ,୧୪।୧୦: ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି।...

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା...

ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୪: ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ...

ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର୍‌,୩୧।୧: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯...

ରାମସେତୁକୁ ଐତିହାସିକ ମାନ୍ୟତା, ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ରାମ ସେତୁକୁ ଏକ ଐତିହାସିକ ସ୍ମାରକୀର ମାନ୍ୟତା ଦେବାକୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣାଣି କରିବାକୁ ପ୍ରସ୍ତୁତ...

Advertisement
Archives

Model This Week