Posted inଜାତୀୟ

ଆଇଏସ୍‌ଆଇ ହନିଟ୍ରାପ୍‌ରେ ଓଡ଼ିଆ ଯବାନ

ନୂଆଦିଲ୍ଲୀ,୯ା୧୧: ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହନିଟ୍ରାପ୍‌ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି ଜାଲରେ ଛନ୍ଦିହୋଇ ଗିରଫ ହୋଇଛନ୍ତି। ରାଜସ୍ଥାନ କ୍ରାଇମ୍‌ବ୍ରାଞ୍ଚ ମଙ୍ଗଳବାର ଯୋଧପୁର ରେଳଷ୍ଟେଶନରୁ ଉଭୟଙ୍କୁ ଧରି ହାଜତକୁ ନେଇଥିଲା। ପୋଲିସ ଶୁକ୍ରବାର ବିଚିତ୍ରଙ୍କୁ ଜୟପୁରର ଏକ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡରେ ନେଇଛି।
ବିଚିତ୍ର ଓ ରବି ରାଜସ୍ଥାନର ଜୈସାଲମେରରେ ମୁତୟନ ହୋଇଥିବାବେଳେ ଆଇଏସ୍‌ଆଇ ଫେସ୍‌ବୁକ୍‌ରେ ‘ସିରାତ୍‌’ ନାମରେ ଏକ ଆକାଉଣ୍ଟ ଖୋଲି ଦୁହିଙ୍କୁ ଜାଲରେ ଫସାଇଥିଲା। ସୋସିଆଲ ମିଡିଆରେ ଦୁଇ ଯବାନ ଜଣେ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଥିଲେ। ତେବେ ଉଭୟେ ନିର୍ଦ୍ଦିଷ୍ଟ ଭାବେ କେଉଁ ତଥ୍ୟ ପ୍ରଘଟ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ରବି ତଦନ୍ତରେ ସହଯୋଗ କରୁଥିବାବେଳେ ବିଚିତ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ରାଜ୍ୟ ସ୍ପେଶାଲ ବ୍ରାଞ୍ଚ (ଗୋଇନ୍ଦା) ପକ୍ଷରୁ ଜୈସାଲମେରରେ ସରକାରୀ ଗୋପନୀୟ ଆଇନ, ୧୯୨୩ର ଧାରା ୩ (ଗୁପ୍ତଚରଗିରି) ବଳରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏନେଇ ସେନା ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ସ୍ପଷ୍ଟ କରିଛନ୍ତି। ସେହିପରି ସେନା ପକ୍ଷରୁ କୁହାଯାଇଛି ଯେ, ଯେଉଁ ଫେସ୍‌ବୁକ୍‌ ୟୁଜରଙ୍କ ସହ ଦୁଇ ଯବାନ ଯୋଗସୂତ୍ରରେ ଥିଲେ ତାଙ୍କ ନାମ ‘ସିରାତ୍‌’। ତେବେ ସେ ଜଣେ ପୁରୁଷ କି ମହିଳା ତାହା ଜଣାପଡ଼ିନାହିଁ। ସମ୍ପୃକ୍ତ ୟୁଜରଙ୍କୁ ଲିକ୍‌ କରାଯାଇଥିବା ତଥ୍ୟ ସମ୍ପର୍କରେ ଯାଞ୍ଚ କରାଯାଉଛି। ରାଜସ୍ଥାନ ପୋଲିସଠାରୁ ଦୁଇ ଯବାନଙ୍କୁ ରିମାଣ୍ଡରେ ନେବା ପାଇଁ ସେନା ମଧ୍ୟ ଉଦ୍ୟମ କରୁଛି। ଦୋଷ ପ୍ରମାଣିତ ହେଲେ ଦୁହିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆଦିଲ୍ଲୀରେ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ପାକିସ୍ତାନ ୫୦ଟି ଫେକ୍‌ ଆକାଉଣ୍ଟ ଖୋଲି ଭାରତୀୟ ଯବାନମାନଙ୍କୁ ଫସାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଏଥିରେ ନ ପଡ଼ିବାକୁ ସେନା ପକ୍ଷରୁ ପୂର୍ବରୁ ଆଡ୍‌ଭାଇଜରି ଜରିଆରେ ସତର୍କ କରିଦିଆଯାଇଥିଲା। ଅନ୍ୟପକ୍ଷରେ ବିଚିତ୍ର ଗତ ୨ ବର୍ଷ ଧରି ସିରାତ୍‌ଙ୍କ ସହ ଯୋଗାଯୋଗରେ ଥିଲେ। ସେ ଏକ୍ସରସାଇଜ୍‌ ସିନ୍ଧୁ ସୁଦର୍ଶନ ପ୍ରୋଜେକ୍ଟ ନେଇ ତାଙ୍କୁ ତଥ୍ୟ ପ୍ରଦାନ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ବିଚିତ୍ରଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ତାଙ୍କ ଭାଇ କାଳିଆ କହିଛନ୍ତି, ବିଚିତ୍ର କେବେ ହେଲେ ଏପରି କାମ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣବଳାତ୍କାର ଶିକାର ହେଲେ ନାବାଳିକା

ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

‘ଜବତ ଟଙ୍କା ଭାଜପାର ନୁହେଁ’

ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ...

ସଂସଦରେ ପ୍ରଦୂଷଣକୁ ନେଇ ଚର୍ଚ୍ଚା: ବୁଝିପାରିଲେନି ସାଧାରଣ କୃଷକ

ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ ଏଥର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ତେବେ ହରିୟାଣା, ପଞ୍ଜାବ ଓ ଏହାର ଆଖପାଖରେ କୃଷକମାନେ ନଡା ଜାଳୁଥିବାରୁ...

ମତଦାନ କେନ୍ଦ୍ରରେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୧୯ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦେଶରେ ପ୍ରାୟ ୧୨ଟି ରାଜ୍ୟରେ ୯୫ଟି ଲୋକ ସଭା...

ହେଲିକପ୍ଟରରେ ପିଲାଙ୍କୁ ବୁଲାଇଲେ ବଘେଲା

ବଳରାମପୁର,୬।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲାଙ୍କ ବଡ଼ ବଦାନ୍ୟତା। କୁନି ପିଲାଙ୍କ କଥା ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହେଲିକ୍ଟରରେ ବୁଲାଇଥିବା ଦେଖିବାକୁ ମିଳିଛି। ଏହାର...

‘ମାନସିକତା ବଦଳାନ୍ତୁ ଦକ୍ଷିଣ ଏସୀୟ ରାଷ୍ଟ୍ର’

ନୂଆଦିଲ୍ଲୀ,୫ା୧୦ (ପି.ଟି.): ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସଂଖ୍ୟାଗରିଷ୍ଠ-ସଂଖ୍ୟାଲଘୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଶୁକ୍ରବାର କହିଛନ୍ତି। ବହୁଳତାବାଦ ହେଉଛି...

ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଲା ପୱନ ଖେରାଙ୍କ ଆବେଦନ ଶୁଣାଣି

ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ପୱନ ଖେରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ...

ମୃତ ଶାବକର ଅନ୍ତିମ ସଂସ୍କାର କଲେ ହାତୀପଲ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୧୦।୬: ମଣିଷ ସମାଜରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ। ତେବେ ପ୍ରାଣୀ ଜଗତରେ ଏଭଳି ହେବା ଶୁଣିଲେ ଯେ କେହି...

Advertisement
Archives

Model This Week