Posted inଜାତୀୟ

ଆଇଏସ୍‌ଆଇ ହନିଟ୍ରାପ୍‌ରେ ଓଡ଼ିଆ ଯବାନ

ନୂଆଦିଲ୍ଲୀ,୯ା୧୧: ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହନିଟ୍ରାପ୍‌ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି ଜାଲରେ ଛନ୍ଦିହୋଇ ଗିରଫ ହୋଇଛନ୍ତି। ରାଜସ୍ଥାନ କ୍ରାଇମ୍‌ବ୍ରାଞ୍ଚ ମଙ୍ଗଳବାର ଯୋଧପୁର ରେଳଷ୍ଟେଶନରୁ ଉଭୟଙ୍କୁ ଧରି ହାଜତକୁ ନେଇଥିଲା। ପୋଲିସ ଶୁକ୍ରବାର ବିଚିତ୍ରଙ୍କୁ ଜୟପୁରର ଏକ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡରେ ନେଇଛି।
ବିଚିତ୍ର ଓ ରବି ରାଜସ୍ଥାନର ଜୈସାଲମେରରେ ମୁତୟନ ହୋଇଥିବାବେଳେ ଆଇଏସ୍‌ଆଇ ଫେସ୍‌ବୁକ୍‌ରେ ‘ସିରାତ୍‌’ ନାମରେ ଏକ ଆକାଉଣ୍ଟ ଖୋଲି ଦୁହିଙ୍କୁ ଜାଲରେ ଫସାଇଥିଲା। ସୋସିଆଲ ମିଡିଆରେ ଦୁଇ ଯବାନ ଜଣେ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଥିଲେ। ତେବେ ଉଭୟେ ନିର୍ଦ୍ଦିଷ୍ଟ ଭାବେ କେଉଁ ତଥ୍ୟ ପ୍ରଘଟ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ରବି ତଦନ୍ତରେ ସହଯୋଗ କରୁଥିବାବେଳେ ବିଚିତ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ରାଜ୍ୟ ସ୍ପେଶାଲ ବ୍ରାଞ୍ଚ (ଗୋଇନ୍ଦା) ପକ୍ଷରୁ ଜୈସାଲମେରରେ ସରକାରୀ ଗୋପନୀୟ ଆଇନ, ୧୯୨୩ର ଧାରା ୩ (ଗୁପ୍ତଚରଗିରି) ବଳରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏନେଇ ସେନା ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ସ୍ପଷ୍ଟ କରିଛନ୍ତି। ସେହିପରି ସେନା ପକ୍ଷରୁ କୁହାଯାଇଛି ଯେ, ଯେଉଁ ଫେସ୍‌ବୁକ୍‌ ୟୁଜରଙ୍କ ସହ ଦୁଇ ଯବାନ ଯୋଗସୂତ୍ରରେ ଥିଲେ ତାଙ୍କ ନାମ ‘ସିରାତ୍‌’। ତେବେ ସେ ଜଣେ ପୁରୁଷ କି ମହିଳା ତାହା ଜଣାପଡ଼ିନାହିଁ। ସମ୍ପୃକ୍ତ ୟୁଜରଙ୍କୁ ଲିକ୍‌ କରାଯାଇଥିବା ତଥ୍ୟ ସମ୍ପର୍କରେ ଯାଞ୍ଚ କରାଯାଉଛି। ରାଜସ୍ଥାନ ପୋଲିସଠାରୁ ଦୁଇ ଯବାନଙ୍କୁ ରିମାଣ୍ଡରେ ନେବା ପାଇଁ ସେନା ମଧ୍ୟ ଉଦ୍ୟମ କରୁଛି। ଦୋଷ ପ୍ରମାଣିତ ହେଲେ ଦୁହିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆଦିଲ୍ଲୀରେ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ପାକିସ୍ତାନ ୫୦ଟି ଫେକ୍‌ ଆକାଉଣ୍ଟ ଖୋଲି ଭାରତୀୟ ଯବାନମାନଙ୍କୁ ଫସାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଏଥିରେ ନ ପଡ଼ିବାକୁ ସେନା ପକ୍ଷରୁ ପୂର୍ବରୁ ଆଡ୍‌ଭାଇଜରି ଜରିଆରେ ସତର୍କ କରିଦିଆଯାଇଥିଲା। ଅନ୍ୟପକ୍ଷରେ ବିଚିତ୍ର ଗତ ୨ ବର୍ଷ ଧରି ସିରାତ୍‌ଙ୍କ ସହ ଯୋଗାଯୋଗରେ ଥିଲେ। ସେ ଏକ୍ସରସାଇଜ୍‌ ସିନ୍ଧୁ ସୁଦର୍ଶନ ପ୍ରୋଜେକ୍ଟ ନେଇ ତାଙ୍କୁ ତଥ୍ୟ ପ୍ରଦାନ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ବିଚିତ୍ରଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ତାଙ୍କ ଭାଇ କାଳିଆ କହିଛନ୍ତି, ବିଚିତ୍ର କେବେ ହେଲେ ଏପରି କାମ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri