ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ ମଧ୍ୟ ସମ୍ପୃକ୍ତ ଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଅଡିଟରମାନେ କେବଳ କମ୍ପାନୀର ଶୀର୍ଷ ପଦାଧିକାରୀଙ୍କ ସହ ମିଳିତ ହୋଇ ନ ଥିଲେ। ସେମାନଙ୍କ ନିଜ କମ୍ପାନୀର କେତେକ ଉତ୍ପାଦ ଏବଂ ସେବାକୁ ବିକ୍ରି କରିବାକୁ ଚେଷ୍ଠା କରିଥିବା ଏବେ ନଜରକୁ ଆସିଛି। ଜଘନ୍ୟ ଅପରାଧ ତଦନ୍ତ କାର୍ଯ୍ୟାଳୟ(ଏସ୍‌ଏଫ୍‌ଆଇଓ) ଆଇଏଲ୍‌ଏଫ୍‌ଏସ୍‌ ସମୂହ କମ୍ପାନୀ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ଯାଞ୍ଚ କରୁଛି। ଅଡିଟର, ଅଡିଟ ପରିଷଦ ଏବଂ ଶୀର୍ଷ ମ୍ୟାନେଜମେଣ୍ଟ ସ୍ତରରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଏସ୍‌ଏଫ୍‌ଆଇଓ ଜାଣିବାକୁ ପାଇଛି। ବର୍ତ୍ତମାନ ସୁଦ୍ଧା ସରକାର ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପର ପୁନରୁଦ୍ଧାର ଲାଗି ନୂଆ ବୋର୍ଡ ନିଯୁକ୍ତ କରିଛନ୍ତି। ୨୦୧୭ରେ କମ୍ପାନୀରେ ହେଉଥିବା ବେଆଇନ କାର୍ଯ୍ୟକଳାପ ନେଇ ହ୍ବିସିଲବ୍ଲୋୟର ଜାଣିବା ପରେ ଘଟଣା ଉପରୁ ପର୍ଦା ହଟାଇବା ଲାଗି କହିିଥିଲେ। ଏହି ସମୟରେ ଅଡିଟ ବ୍ୟବସ୍ଥା ଉପରେ ଧ୍ୟାନ ଦେଇଥିଲେ ପ୍ରକୃତ ଘଟଣା ସାମ୍ନାକୁ ଆସିଥାନ୍ତା। ମାତ୍ର ଶୀର୍ଷ ମ୍ୟାନେଜମେଣ୍ଟ କଥାକୁ ଅଣଦେଖା କରିବା ସହ ଚପାଇ ରଖିଥିଲା। ଫଳରେ ଅଭିଯୋଗ ହୋଇଥିଲେ ଏହି ପ୍ରସଙ୍ଗ ଆଗକୁ ବଢି ନ ଥିଲା ବୋଲି ଏସ୍‌ଏଫ୍‌ଆଇଓ କହିଛି।
ଏହି ମାମଲାରେ ଏସ୍‌ଏଫ୍‌ଆଇଓ ପ୍ରାୟ ୪୦୦ ସଂସ୍ଥାର ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିଛି। କମ୍ପ୍ୟୁଟର ଏବଂ ଲ୍ୟାପଟପ ସମେତ ବିଭିନ୍ନ କ୍ଷେତ୍ରରୁ ତଦନ୍ତ ଏଜେନ୍ସି ପ୍ରମାଣ ସଂଗ୍ରହ କରିଛି। ଏହା ପରେ ଚାର୍ଜଶିଟ ଦାଏର କରାଯାଇଛି। ଅଡିଟ କରୁଥିବା ଡିଲଏଟ,ହାସକିନ୍ସ ଆଣ୍ଡ ସେଲ୍‌ସ ଭଳି ସଂସ୍ଥା ଋଣଦାତାଙ୍କ ସହ ହେଉଥିବା ଠକେଇ ସମ୍ପର୍କରେ ପୂର୍ବରୁ ଜାଣିଥିଲେ। ବିଶେଷ କରି ସୁଧବାବଦ ଅର୍ଥ ପ୍ରଦାନ ଏବଂ ମୂଳ ଟଙ୍କା ପୈଠ ବେଳେ ଖିଲାପ ଏବଂ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଅଡିଟର ଜାଣିବାକୁ ପାଇଥିଲେ ମଧ୍ୟ ଏଥି ସମ୍ପର୍କରେ କିଛି କଥା ସାମ୍ନାକୁ ଆଣି ନ ଥିଲେ।
ଯାଞ୍ଚ ଏଜେନ୍ସି ଦେଇଥିବା ସୂଚନା ମୁତାବକ ଆସେଟ ବୁକ୍‌କୁ ଲଗାତର ଭାବେ ଅଣଦେଖା କରିବା, ବର୍ଷ ବର୍ଷ ଧରି ଋଣ ଅସୁଲ କରିବାରେ ବିଳମ୍ବ କରିବା ଭଳି ଘଟଣା ଘଟିଛି। ଏହା ସବୁ ଶୀର୍ଷ ମ୍ୟାନେଜମେଣ୍ଟର ଗୋଚରରେ ହେଉଥିଲା। ଡିଲଏଟ ଗ୍ରୁପ ଏହାର ଏକ କନସଲଟିଂ ଫାର୍ମ ଡିଲଏଟ ଟଚେ ତୋମାସ୍ତୁ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏକ ପ୍ରଡକ୍ଟ କିଣିବାକୁ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌କୁ କହିଥିଲା। ଜୁନ ୨୦୧୭ର ଏକ ଇମେଲରୁ ଏହା ଜଣା ଯାଇଛି । ଋଣ ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହେଉଛି କି ନାହିଁ ଏହାକୁ ଠିକ୍‌ ଭାବେ ତର୍ଜମା ମଧ୍ୟ କରାଯାଉ ନ ଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅଡିଟରଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏସ୍‌ଏଫ୍‌ଆଇଓ କହିଛି। ଘଟଣା ଉପରୁ ପର୍ଦ୍ଦା ହଟାଇବା ଲାଗି କାହିଁକି ବିଳମ୍ବ ଘଟିଛି ସେ ନେଇ ରିଜର୍ଭ ବ୍ୟାଙ୍କ ଦ୍ୱାରା ତଦନ୍ତ କରାଇବାକୁ ପ୍ରସ୍ତାବ ଦିଆଯାଇଛି।
ଆଇଏଫ୍‌ଆଇଏନ୍‌ ମାମଲା ପଛରେ ୯ ସଦସ୍ୟ ବିଶିଷ୍ଟ ଏକ ଗୋଷ୍ଠୀ ସାମିଲ ରହିଥିବା ଏସ୍‌ଏଫ୍‌ଆଇଓ ଏହାର ପ୍ରଥମ ଚାର୍ଜଶିଟରେ ଦର୍ଶାଇଛି। ଷ୍ଟାଚୁଟୋରୀ ଅଡିଟରଙ୍କ ବାଦ ସ୍ବାଧୀନ ନିର୍ଦ୍ଦେଶକମାନେ ମଧ୍ୟ ଗୋପନୀୟ ଭାବେ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିଲେ। ଅଡିଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାଶନାଲ ଫାଇନାନ୍‌ସିଆଲ ରିପୋର୍ଟିଂ ଅଥରିଟି(ଏନ୍‌ଏଫ୍‌ଆର୍‌ଏ) ଏବଂ ଇନଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ(ଆଇସିଏଆଇ) କାର୍ଯ୍ୟାନୁଷ୍ଠାନ ନେଉ ବୋଲି କୁହାଯାଇଛି। ମାମଲାରେ ୩୦ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଚାର୍ଜଶିଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ସମ୍ପୃକ୍ତ କିଛି ବ୍ୟକ୍ତି ବିଚାର ବିଭାଗୀୟ ହାଜତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri