ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା ଅର୍ଦ୍ଧନ୍ୟାୟ ତଦାରଖକାରୀ ସଂସ୍ଥା ଭାବେ ପରିଚିତ। ୧୯୬୮ରେ ଏହା ସ୍ଥାପନ କରାଯାଇଥିଲା। ଇକୋନମିକ୍‌ ଆଣ୍ଡ୍‌ ସୋସିଆଲ କାଉନ୍‌ସିଲ (ଇସିଓଏସ୍‌ଓସି) ଦ୍ୱାରା ଆଇଏନ୍‌ସିବିର ୧୩ ସଦସ୍ୟ ନିର୍ବାଚିତ ହୋଇଥାଆନ୍ତି। ନିକଟରେ ୫ ସିଟ୍‌ ସକାଶେ ୧୫ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଗୁପ୍ତ ବାଲଟ୍‌ ଜରିଆରେ ହୋଇଥିବା ନିର୍ବାଚନରେ ଚାଇନାକୁ ପଛରେ ପକାଇ ଭାରତର ଜଗଜିତ୍‌ ପାଭାଡିଆ ବିଜୟୀ ହୋଇଛନ୍ତି। ଏହାଫଳରେ ସେ ଦ୍ୱିତୀୟ ଥର ଲାଗି ୨ ମାର୍ଚ୍ଚ ୨୦୨୦ରୁ ପୁନଶ୍ଚ ୫ ବର୍ଷ ପାଇଁ ଆଇଏନ୍‌ସିବିରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ଜଗଜିତ୍‌ ୧୯୫୪ରେ ଭାରତରେ ଜନ୍ମଗ୍ରହଣ କରିଥିଲେ। ୧୯୭୪ରେ ବାଂଲାଦେଶର ଢାକା ବିଶ୍ୱବିଦ୍ୟାଳୟରୁ ଇଂଲିଶରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୮ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନରୁ ମାଷ୍ଟର ଡିପ୍ଲୋମା କରିବା ବେଳେ ଜଗଜିତ୍‌ ନାର୍କୋଟିକ୍ସ ବିଷୟକୁ ତାଙ୍କ ସନ୍ଦର୍ଭରେ ସ୍ଥାନ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେ ସନ୍ଦର୍ଭର ନାମ ରଖିଥିଲେ ‘ଫରଫିଚର ଅଫ୍‌ ପ୍ରପର୍ଟି ଅଣ୍ଡର ଦି ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ୍‌ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସସେସ୍‌ ଆକ୍ଟ, ୧୯୮୫’। ତାଙ୍କ ବୃତ୍ତିଗତ ଜୀବନ ଭାରତୀୟ ରାଜସ୍ବ ସେବାରୁ ଆରମ୍ଭ ହୋଇଥିଲା। ଦୀର୍ଘ ୩୫ ବର୍ଷ ଧରି ଭାରତ ସରକାରଙ୍କ ଅଧୀନରେ ସେ କାର୍ଯ୍ୟ କଲା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ନାର୍କୋଟିକ୍ସ କମିଶନର ଅଫ୍‌ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ନାର୍କୋଟିକ୍ସ (୨୦୦୬-୨୦୧୨), କମିଶନର ଲିଗାଲ ଆଫାୟାର୍ସ (୨୦୦୧-୨୦୦୫), ଚିଫ୍‌ ଭିଜିଲାନ୍ସ ଅଫିସର , ପାଓ୍ବାର ଫାଇନାନ୍ସ କର୍ପୋରେଶନ (୧୯୯୬-୨୦୦୧), ରାଜ୍ୟଗୋଷ୍ଠୀ ସଚିବାଳୟ ଦ୍ୱାରା ମାଳଦ୍ୱୀପରେ କଷ୍ଟମ୍ସ ଟ୍ରେନିଂ ଆଡଭାଇଜର (୧୯୯୪-୧୯୯୫), ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡର ଉପନିର୍ଦ୍ଦେଶକ (୧୯୯୦-୧୯୯୪) ଭଳି ପଦବୀରେ ରହି ଜଗଜିତ୍‌ ୨୦୧୪ରେ ନାଗପୁରର ସେଣ୍ଟ୍ରାଲ ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟାକ୍ସରେ ମୁଖ୍ୟ କମିଶନର ଭାବେ ଅବସର ନେଇଥିଲେ। ନିର୍ଦ୍ଦିଷ୍ଟ ବିଷୟରେ ପାଠ ପଢ଼ି ତା’ ଉପରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଜଗଜିତ୍‌ ସର୍ବଦା ସେଥିରେ ଉତ୍କର୍ଷ ପ୍ରତିପାଦନ କରିବାକୁ ଚେଷ୍ଟା କରିଆସିଛନ୍ତି। ସରକାରୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସେ ରାଷ୍ଟ୍ରପତିଙ୍କ ପ୍ରଶଂସାପତ୍ର ପାଇବାର ଗୌରବ ଅର୍ଜନ କରିଥିଲେ।
ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଯୋଗଦେଇ ନିଶା ନିୟନ୍ତ୍ରଣ ଦିଗରେ ଜଗ୍‌ଜିତଙ୍କ ଉପାଦେୟ ତଥ୍ୟ ଅନ୍ତର୍ଜାତୀୟ ଆଇନରେ ସଂଶୋଧନ ଆଣିବାରେ ସହାୟକ ହୋଇପାରିଛି। ବିଶେଷକରି ଆମେରିକା ଡଗ୍ସ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ୨୦୧୧ରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଡ୍ରଗ୍‌ ଏନ୍‌ଫୋର୍ସମେଣ୍ଟ କନ୍‌ଫରେନ୍ସରେ ସକାରାତ୍ମକ ଯୁକ୍ତି ଉପସ୍ଥାପନ ତାଙ୍କୁ ବିଶ୍ୱ ସ୍ତରରେ ପରିଚିତି ଆଣିଦେଇଥିଲା। ଫଳସ୍ବରୂପ ସେ ଆଇଏନ୍‌ସିବିରେ ସଦସ୍ୟ ହୋଇ ଭାରତ ପାଇଁ ଗୌରବ ଆଣିପାରିଥିଲେ। ଏବେ ଦ୍ୱିତୀୟ ଥର ଏପରି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ସଂସ୍ଥାରେ ସ୍ଥାନ ପାଇପାରିଥିବାରୁ ବିଶ୍ୱ ସ୍ତରରେ ଭାରତର କାଟ୍‌ତି ବଢ଼ିଛି ବୋଲି କୁହାଯାଉଛି। ନିକଟରେ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବା ଭାରତ ପାଇଁ ବିରାଟ ସଫଳତା ଆଣିଦେଇଥିଲେ। ଏହା ପରେ ଚାଇନାକୁ ପଛରେ ପକାଇ ଜଗଜିତ୍‌ ଆଇଏନ୍‌ସିବିରେ ସ୍ଥାନ ପାଇଥିବାରୁ ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ପଦବୀ ହାସଲ କରିବା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?