ଆଇଏଏସ୍‌ ଅଫିସର, ବ୍ୟାଙ୍କ ଅଧିକାରୀଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼: ୭ ବର୍ଷରେ ୭୦ ଲକ୍ଷର କାରବାର

କଟକ ଅଫିସ, ୮।୧:ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଓ ୟେସ୍‌ ବ୍ୟାଙ୍କର ଭାଇସ୍‌ ପ୍ରେସିଡେଣ୍ଟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଉଭୟଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ ଯାଞ୍ଚ କରିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଉପାଧ୍ୟାୟଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ୭୦ ଲକ୍ଷ ଟଙ୍କା କାରବାର ମଧ୍ୟରୁ କେବଳ ୨୨ ଲକ୍ଷ ଟଙ୍କା ଉପାଧ୍ୟାୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଜମା ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆସିଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି। ସେଥିମଧ୍ୟରୁ କେତେକ ସନ୍ଦେହଜନକ ଆକାଉଣ୍ଟ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଏହି ସନ୍ଦେହଜନକ ଆକାଉଣ୍ଟରୁ ଲାଞ୍ଚ ଆକାରରେ ଟଙ୍କା ଆସିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ସନ୍ତୋଷଙ୍କର ୟେସ୍‌ ବ୍ୟାଙ୍କରେ ୫ ମାସର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଉଭୟଙ୍କର ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡ କାରବାର ସମ୍ପର୍କରେ ଜାଣିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଚିଠି କରାଯାଇଛି। ଅନ୍ୟପକ୍ଷରେ ଉଭୟଙ୍କର ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡ ଜମା ଜାଣିବା ନିମନ୍ତେ ନ୍ୟାଶନାଲ ସିକ୍ୟୁରିଟିଜ୍‌ ଡିପୋଜିଟାରୀ ଲିମିଟେଡ୍‌ (ଏନ୍‌ଏସ୍‌ଡିଏଲ୍‌), ସେଣ୍ଟ୍ରାଲ ଡିପୋଜିଟାରୀ ସର୍ଭିସେସ୍‌ ଲିମିଟେଡ୍‌ (ସିଡିଏସ୍‌ଏଲ୍‌) ଓ କମ୍ପ୍ୟୁଟର ଏଜ୍‌ ମ୍ୟାନେଜମେଣ୍ଟ ସର୍ଭିସେସ୍‌ ଲିମିଟେଡ୍‌ (କାମ୍‌ସ)କୁ ମଧ୍ୟ ଭିଜିଲାନ୍ସ ଚିଠି ପଠାଇଛି।
ସୂଚନାଥାଉ କି, ଗତ ଡିସେମ୍ବର ୩୦ ତାରିଖରେ ଉଭୟଙ୍କୁ ଭିଜିଲାନ୍ସ ସେଲ୍‌ ଗିରଫ କରିଥିଲା। ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥାର ୫୦ ଲକ୍ଷ ଟଙ୍କାର ବିଲ୍‌ ରିଲିଜ କରିବା ପାଇଁ ଆଇଏଏସ୍‌ ଅଫିସର ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ନିଜେ ଏହି ଲାଞ୍ଚ ଗ୍ରହଣ ନ କରି ସେ ବ୍ୟାଙ୍କ ମ୍ୟାନେଜର ସନ୍ତୋଷଙ୍କୁ ମଧ୍ୟସ୍ଥ କରିଥିଲେ। ଘଟଣାଦିନ ସନ୍ତୋଷ ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ର ଜଣେ ଅଧିକୃତ ପ୍ରତିନିଧିଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସନ୍ତୋଷଙ୍କୁ ଭିଜିଲାନ୍ସ ଜେରା କରିବା ପରେ ଉପାଧ୍ୟାୟଙ୍କ ଲିଙ୍କ୍‌ ପଦାକୁ ଆସିଥିଲା। ଉଭୟଙ୍କୁ ୨୦୧୯ ଡିସେମ୍ବର ୩୧ ତାରିଖରେ କୋର୍ଟଚାଲାଣ କରାଯାଇଥିଲା। ତେବେ ଅଧିକ ପଚ ରାଉଚରା ପାଇଁ ଭିଜିଲାନ୍ସ ସେମାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଗତ ୫ ତାରିଖରେ ଜେଲ୍‌ ପଠାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ୟେସ୍‌ ବ୍ୟାଙ୍କ ଭାଇସ୍‌ ପ୍ରେସିଡେଣ୍ଟ ପଟ୍ଟନାୟକଙ୍କୁ ବ୍ୟାଙ୍କ ପକ୍ଷରୁ ମଧ୍ୟ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ଜୁଏଲେରି ଦୋକାନରୁ ଡକାୟତି

ବଲାଙ୍ଗୀର ଅଫିସ,୬ା୮: ପାଟଣାଗଡ ମେନରୋଡଠାରେ ଥିବା ଅମୃତ କଳସ ଜୁଏଲେରି ଦୋକାନରୁ ଶୂୁକ୍ରବାର ଅପରାହ୍ଣରେ ଏକ ବଡଧରଣର ଡକାୟତି ହୋଇଛି। ୬ ଜଣ ଡକାୟତ ଦୋକାନ...

ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ...

ବ୍ୟାଙ୍କ ସମ୍ମୁଖରୁ ୫ ଲକ୍ଷ ନେଇଯିବାକୁ ବସିଥିଲେ …

ବଲାଙ୍ଗୀର ଅଫିସ,୭।୧୧: ବଲାଙ୍ଗୀର ଜିଲା ପାଟଣାଗଡ଼ ସହର ରାମଜୀ ଛକ ବ୍ୟାଙ୍କ ସମ୍ମୁଖରୁ ସୋମବାର ଲୁଟ୍‌ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା...

ଶୋଷ ମେଣ୍ଟାଇଲା ସୋଲାର ପାନୀୟ ଜଳ ପ୍ରକଳ୍ପ

ସମ୍ବଲପୁର,୧୩ା୫(ବ୍ୟୁରୋ)-ଦୀର୍ଘଦିନ ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର ହୋଇଛି ା ସୋଲାର ପାନୀୟ ଜଳ ପ୍ରକଳ୍ପ ଯୋଗୁ ସମ୍ବଲପୁର ଜିଲାର ଜଙ୍ଗଲ ପରିବେଷ୍ଟିତ ପାହାଡିଆ ଅଞ୍ଚଳବାସୀଙ୍କ...

୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦...

ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ

ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍‌ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ...

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି।...

ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌

ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍‌ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍‌ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା...

Advertisement
Archives

Model This Week