ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌ ତୁଳନାରେ ଦୁଇଗୁଣାରୁ ଅଧିକ ହୋଇଯାଇଛି। ଏହାର ଇସ୍ୟୁ ଦାମ୍‌ ଶେୟାର ପିଛା ୩୨୦ଟଙ୍କା ଥିଲା। ତେବେ ଏହାର ଶେୟାର ଇତିମଧ୍ୟରେ ୬୪୪ ଟଙ୍କାରେ ବିଏସ୍‌ଇରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା ନିବେଶକ ମାଲାମାଲ୍‌ ହୋଇଛନ୍ତି। ସୋମବାର ପୂର୍ବାହ୍ନ ୧୦ଟା ୨୦ ସୁଦ୍ଧା ଏହାର ଶେୟାର ପିଛା ଦାମ୍‌ ୬୯୧ ଟଙ୍କା ଛୁଇଁଛି। ଏହାର ଆଇପିଓ ଅକ୍ଟୋବର ୪ରେ ବନ୍ଦ ହୋଇଥିଲା। କମ୍ପାନୀ ଏହାଦ୍ୱାରା ୬୪୫ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଥିଲା। ଏହା ବିଏସ୍‌ଇ ଏବଂ ଏନଏସ୍‌ଇରେ ପଞ୍ଜିକୃତ ହୋଇଛି। ଆଇଆର୍‌ସିଟିସ ୧୯୯୯ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା। ୨୦୦୮ରେ ଏହା ଭାରତ ସରକାରଙ୍କ ମିନି ରତ୍ନ କମ୍ପାନୀରେ ସ୍ଥାନୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ପରିବାର ନିକଟରୁ ଏସ୍‌ପିଜି ସୁରକ୍ଷା ଛଡ଼ାଇ ନେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ...

ସାଇକେଲ-ହାତୀ ଗଲେ ଦୂରେଇ: ୧୧୨ ଦିନରେ ମେଣ୍ଟରେ ଫାଟ

ଲକ୍ଷ୍ନୌ୍‌,୪।୬: ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି। ମାତ୍ର ୧୧୨ ଦିନର ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଆଗକୁ ଉତ୍ତରପ୍ରଦେଶରେ...

୫୦୦ ଡୋଜ୍‌ କୋଭିଶିଲ୍ଡ୍‌ ନଷ୍ଟ ହେଲା…

ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...

କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଘରୁ ଅଳିଆ ଉଠାଇବାକୁ ଗଲା ସ୍ବତନ୍ତ୍ର ଟିମ୍‌

ନୂଆଦିଲ୍ଲୀ,୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା କେଜରିଓ୍ବାଲ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।...

ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ...

ସୁଇସ୍‌ ବ୍ୟାଙ୍କରେ ଧନ ସ୍ଥିତି: ଭାରତର ର଼୍ୟାଙ୍କ ଖସିଲା

ନୂଆଦିଲ୍ଲୀ,୧-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କଳାଧନ ପ୍ରତି କଡ଼ା ମନୋଭାବ ଆପଣାଇଛନ୍ତି। ଫଳରେ ଭାରତୀୟମାନେ ଭୟଭୀତ ହୋଇ ସୁଇସ୍‌ ବ୍ୟାଙ୍କରୁ ଅର୍ଥ...

ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ,୨୦-୭: ଗରିବ ରଥ ପୂର୍ବ ପରି ଚାଲିବ। ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ...

ଦିଲ୍ଲୀରେ କରୋନା ଆତଙ୍କ: ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍‌ ଟେଷ୍ଟିଂ ଆରମ୍ଭ

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା...

Advertisement


Archives

Model This Week