ଆଇଆଇଟି ନିଯୁକ୍ତି ଉପରେ ମାନ୍ଦାବସ୍ଥା ପ୍ରଭାବ

ମୁମ୍ବାଇ,୮-୧୧: ମାନ୍ଦାବସ୍ଥାର ପ୍ରଭାବ ଚଳିତ ବର୍ଷ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ଛାତ୍ରୀଛାତ୍ରଙ୍କ ନିଯୁକ୍ତି ଉପରେ ପଡିଥିବା ଦେଖାଯାଇଛି। ଡିସେମ୍ବରରୁ ଦେଶର ବିଭିନ୍ନ ଆଇଆଇଟିରେ ସାଧାରଣତଃ ନିଯୁକ୍ତି ସିଜନ୍‌ ଚାଲିଥାଏ। ହେଲେ ଚଳିତ ବର୍ଷ ପ୍ରମୁଖ ଫାର୍ମଗୁଡିକ ପୂର୍ବବର୍ଷଗୁଡିକ ଭଳି ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବା ଲାଗି ଆଗେଇ ଆସିବା ଦେଖାଯାଉନାହିଁ। ପ୍ରଥମ ଦିନ ଆସୁଥିବା(ଡଓ୍ବୋନ) ଫାର୍ମଗୁଡିକ ସାଧାରଣତଃ ଛାତ୍ରୀଛାତ୍ରଙ୍କୁ ଭଲ ପ୍ୟାକେଜରେ ନିଯୁକ୍ତି ଦେଇଥାନ୍ତି। ମାତ୍ର ଚଳିତ ବର୍ଷ ପ୍ଲେସ୍‌ମେଣ୍ଟ ସେଲ୍‌ ପକ୍ଷରୁ ବିଭିନ୍ନ କମ୍ପାନୀଙ୍କୁ ସମ୍ପର୍କ କରାଯାଇଥିବା ବେଳେ ସେମାନେ ଏତେଟା ରେସ୍‌ପନ୍ସ ଦେଖାଇନାହାନ୍ତି। ଅପରପକ୍ଷରେ କ୍ୟାମ୍ପସ ଚୟନ ଲାଗି ଆସିବାକୁ ଆଉ କିଛି ଫାର୍ମ ଅଗ୍ରାହ୍ୟ କରି ଦେଇଛନ୍ତି। ଅଧିକ ସଂଖ୍ୟକ ନିଯୁକ୍ତିଦାତା ଏବଂ ନୂଆ ଫାର୍ମଙ୍କୁ ଆଣିବା ଲାଗି ଆଇଆଇଟିର ପ୍ଲେସ୍‌ମେଣ୍ଟ ସେଲ୍‌ ପକ୍ଷରୁ ଦୁଇଗୁଣ ଚେଷ୍ଟା କରାଯାଇଥିବା ଜଣାପଡିଛି।
କ୍ୱାଣ୍ଟିଟେଟିଭ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଓ୍ବାର୍ଲଡ କ୍ୱାଣ୍ଟ ବମ୍ବେ ଆଇଆଇଟି ଆସିବା ସହ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ପ୍ୟାକେଜ ଦେଇଥାଏ। ବର୍ତ୍ତମାନ ସୁଦ୍ଧା ଏହା ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଅନ୍ୟ ଆଇଆଇଟିଗୁଡିକର ସ୍ଥିତି ମଧ୍ୟ ସମାନ ଥିବା ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଅନୁଧ୍ୟାନ କଲା ପରେ ରିପୋର୍ଟ ପ୍ରକାଶ ପାଇଛି। ଟାଓ୍ବାର ରିସର୍ଚ୍ଚ ଏବଂ ଗ୍ରାଭିଟନ ରିସର୍ଚ୍ଚ ଭଳି ପ୍ରମୁଖ ନିଯୁକ୍ତିଦାତା ଫାର୍ମଗୁଡିକର ସ୍ଥିତି ମଧ୍ୟ ସମାନ ରହିଛି। ଏମାନେ କ୍ୟାମ୍ପସ କରିବା ନେଇ କୌଣସି ସୂଚନା ଦେଇନାହାନ୍ତି। ଏହାବାଦ ଆମେରିକାର କ୍ଲାଉଡ୍‌ ଡାଟା ପରିଚାଳନା କମ୍ପାନୀ ରୁବରିକ୍‌ ମଧ୍ୟ କିଛି ସ୍ପଷ୍ଟ ସୂଚନା ଦେଇ ନାହିଁ।
ନିୟମିତ ଆସୁଥିବା କମ୍ପାନୀ ଚଳିତ ବର୍ଷ କମ୍‌ ରହିଛନ୍ତି ଫଳରେ ନୂଆ ଅନ୍ୟଠାରେ ନୂଆ ସୁଯୋଗ ଛାତ୍ରୀଛାତ୍ର ସନ୍ଧାନ କରୁଥିବା ଆଇଆଇଟି ଖଡଗପୁରର ଜଣେ ଛାତ୍ର ପ୍ରତିନିଧି କହିଛନ୍ତି। ମାନ୍ଦାବସ୍ଥା ଚାଲିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ଯେଭଳି ନ ପଡେ ଅଧିକରୁ ଅଧିକ ଫାର୍ମଙ୍କୁ ଚଳିତ ବର୍ଷ ଆଣିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିବା ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ଲେସମେଣ୍ଟ ଡିସେମ୍ବର ୧ରୁ ଆରମ୍ଭ ହୋଇ ପ୍ରାୟ ୩ ସପ୍ତାହ ଚାଲିବ। ଅଟୋମୋବାଇଲ ଶିଳ୍ପ କ୍ଷତି ଗ୍ରସ୍ତ ହୋଇଥିବା ବେଳେ କୋର ସେକ୍ଟରର ପ୍ରଭାବିତ ହୋଇଛି। ଏଭଳି କ୍ଷେତ୍ରଗୁଡିକରେ ନିଯୁକ୍ତି କମିବ ବୋଲି ଅନୁଷ୍ଠାନଗୁଡିକ ପକ୍ଷରୁ କୁହାଯାଇଛି। ସେହିଭଳି କୋର୍‌ ସେକ୍ଟରରେ ନିଯୁକ୍ତି ପ୍ରଦାନ କରିବା ଲାଗି ଗତ ବର୍ଷ ଇଛୁକ ଥିବା କିଛି ଫାର୍ମ ଚଳିତ ବର୍ଷ ଅଗ୍ରାହ୍ୟ କରି ଦେଉଥିବା ଆଇଆଇଟି ଦିଲ୍ଲୀର ଜଣେ ଛାତ୍ର ପ୍ରତିନିଧି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ‘ଜିରୋ କାଜୁଆଲ୍ଟି ଓଡ଼ିଶା ମଡେଲ’? ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri