ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର

ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ସମର୍ଥନ ଜଣାଇଥିଲେ। ପାର୍ବଣ ଅବସରରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବଦଳରେ ପାରମ୍ପରିକ ବାଉଁଶ ନିର୍ମିତ ଡ଼ାଲା ଓ ବାଉଁଶିଆ ବ୍ୟବହାର ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ମାତ୍ର ବିସର୍ଜନ ସମୟରେ ଅସ୍ଥାୟୀ ପୋଖରୀରେ କୁଢ କୁଢ ପ୍ଲାଷ୍ଟିକ ବୋତଲ, ଗ୍ଲାସ ଓ ପଲିଥିନ୍‌ ଦେଖିଲେ ଏସବୁ ପାର୍ବଣ ସମୟରେ ବାହୁସ୍ଫୋଟ ମାରିଲା ଭଳି ଜଣାପଡ଼ିଥିଲା। ବିସର୍ଜନ ସମୟରେ ରାସ୍ତାଘାଟ ସବୁଆଡ଼େ ପଲିଥିନ୍‌ ଓ ପ୍ଲାଷ୍ଟିକ ବୋତଲ ଏଣେତେଣେ ପଡିଥିବାର ଦେଖାଯାଇଥିଲା। ଲୋକଙ୍କ ମତରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ସହ ମୂର୍ତ୍ତିଗୁଡ଼ିକରେ ବ୍ୟବହୃତ ହୋଇଥିବା ବିଭିନ୍ନ କେମିକାଲ କାରଣରୁ ବର୍ତ୍ତମାନ ଦୟାନଦୀ ବିସର୍ଜନ ଘାଟ କୂଳ ପ୍ରଦୂଷିତ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଅସ୍ଥାୟୀ ପୋଖରୀରୁ ଏହିସବୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ସହ କେମିକାଲ ମିଶ୍ରିତ ଜଳ କିଭଳି ମୁଖ୍ୟନଦୀରେ ନ ମିଶିବ ଏଥିପ୍ରତି ନଦୀ କୂଳ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri