Posted inଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍‌

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକର ମୋର୍ଟାର ଶେଲିଂ ମାଡ଼ରେ ଗୋଟିଏ ଭାରତୀୟ ପୋଷ୍ଟ କ୍ଷତିଗ୍ରସ୍ତ ହେବା ସହିତ ୨ଟି ବାସଗୃହ ଏବଂ ବହୁ ଗାଡ଼ି ଭାଙ୍ଗିରୁଜି ଯାଇଛି। ଏଥିରେ ୩ ଜଣ ସାଧାରଣ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଆହତଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ତଙ୍ଗଧାର୍‌ ସେକ୍ଟରରେ ପାକିସ୍ତାନ ପଟୁ କିଛି ସନ୍ଦିଗ୍ଧ ଅନୁପ୍ରବେଶ କରୁଥିଲେ। ଭାରତୀୟ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ଏହାପରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ ହୋଇଥିଲା। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ପାଖରେ ୧୦.୬୯ ଲକ୍ଷ ଯୌନ ଅପରାଧୀଙ୍କ ତଥ୍ୟ

ନୂଆଦିଲ୍ଲୀ, ୨୮ା୪: ଦେଶରେ ଯୌନ ଅପରାଧ କରିଥିବା ୧୦.୬୯ ଜଣଙ୍କ ବାବଦରେ ବିସ୍ତୃତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ରହିଛି। ନୂଆ ଅପରାଧକୁ ଟ୍ରାକ୍‌ କରିବା...

ମଙ୍କିପକ୍ସ ଆତଙ୍କ: ଟିକା ପ୍ରସ୍ତୁତ ପାଇଁ ଟେଣ୍ଡର ଡାକିଲେ ସରକାର

ନୂଆଦିଲ୍ଲୀ,୨୭।୭: ସାରା ବିଶ୍ୱରେ ମଙ୍କିପକ୍ସର ବିପଦ ମଧ୍ୟରେ କେନ୍ଦ୍ର ସରକାର ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମଙ୍କିପକ୍ସ ବିରୋଧରେ ଟିକା ବିକଶିତ କରିବା ପାଇଁ...

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୦ ।୬: କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ନାମନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ।...

ଟେଲିଭିଜନ ସିରିଜ୍ ଦେଖି ଗୁଜରାଟରେ ଗଢି ଉଠିଲା ବାଳିକା ପଞ୍ଚାୟତ

ଭୁଜ,୧୮ ।୭: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବାଳିକା ବଧୂ’ରୁ ପ୍ରେରଣା ପାଇ ଗୁଜରାଟ କଚ୍ଛର ଏକ ପ୍ରଗତିଶୀଳ ଗାଁ ବାଳିକା ପଞ୍ଚାୟତ ମାଧ୍ୟମରେ ମହିଳାଙ୍କୁ ସଶକ୍ତ...

ମେ’ ୨ରୁ ପ୍ରଧାନମନ୍ତ୍ରୀଙ୍କ ୬୫ ଘଣ୍ଟିଆ ବିଦେଶ ଗସ୍ତ…

ନୂଆଦିଲ୍ଲୀ, ୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷ ପ୍ରଥମ ବିଦେଶ ଗସ୍ତ ସୋମବାର, ମେ ୨ରୁ ଆରାମ୍ଭ ହେଉଛି। ଏହି ଅବସରରେ ସେ...

୧୦ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଏମ୍‌ପି ଅଜୟ ଏସ୍‌ ଚୌତାଲା ଗୁରୁବାର ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି। ତାଙ୍କୁ ଭେଟିବା ପାଇଁ ପୁଅ ତଥା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ...

ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ: ଚାଲିଗଲା ୫ କର୍ମଚାରୀଙ୍କ ଜୀବନ

ମାଙ୍ଗାଲୋର,୧୮।୪: କର୍ନାଟକର ଏକ ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ ଘଟିଛି। ଅଣନିଃଶ୍ୱାସୀ ହୋଇ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।...

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ପୋଲିସକୁ ଝଟ୍‌କା: ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ହାଇଦ୍ରାବାଦ,୧୧।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା। ଏହି ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟର...

Advertisement
Archives

Model This Week