ଅସ୍ତରଙ୍ଗ ଉପକୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଲା ଲୁଣା ଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର, ୨।୭(ଡି.ଏନ୍‌.ଏ.)-ଲଘୁଚାପ ଏବଂ ଅମାବାସ୍ୟା ତିଥି ପାଇଁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ମଙ୍ଗଳବାର ମଧ୍ୟାହ୍ନରେ ଅସ୍ତରଙ୍ଗ ଉପକୂଳର ଉଦୟକଣି ଗଁା ନିକଟରେ ଉଚ୍ଚ ଜୁଆର କୂଳ ଲଙ୍ଘିଛି। ଅଶାନ୍ତ ସମୁଦ୍ର ବାଲିସ୍ତୁପ ଡେଇଁ ସ୍ଥଳଭାଗ ମୁହାଁ ହୋଇଥିବାବେଳେ ଗର୍ଜନ ଛାତି ଥରାଇ ଦେଉଛି ବୋଲି କହିଛନ୍ତି ତଣ୍ଡାହାର ଗ୍ରାମର ସୁବାସ ପ୍ରଧାନ। ଲୁଣା ଜୁଆର ଅସ୍ତରଙ୍ଗ ବ୍ଲକର ତଣ୍ଡାହାର, ଛେନୁ, ଉଦୟକଣି ଏବଂ କଟକଣା ପ୍ରଭୃତି ୪ଟି ଗାଁରେ ସମୁଦ୍ର ପାଣି ପଶିଯାଇଛି। ଯଦି ସମୁଦ୍ରରର ଏଭଳି ସ୍ଥିତି ଜାରି ରହେ ବୁଧବାର ସକାଳ ସୁଦ୍ଧା ଉପରୋକ୍ତ ୪ଟି ଗ୍ରାମ ଜଳବନ୍ଦୀ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏହି ୪ଗ୍ରାମବାସୀଙ୍କ ସହ ଉପକୂଳବର୍ତ୍ତୀ ସମସ୍ତ ଗାଁର ଲୋକେ ଆଶଙ୍କ ମଧ୍ୟରେ ରହିଛନ୍ତି। ଖବର ପାଇ କାକଟପୁର ଜଳସେଚନ ଉପଖଣ୍ଡର ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିବା ସହ ଉଦୟକଣି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।

ପ୍ରତିବର୍ଷ ବର୍ଷା ରୁତିରେ ଏଠାରେ ସମୁଦ୍ର ସ୍ଥଳଭାଗ ମୁହାଁ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ରାତିରେ ଶୋଇପାରୁ ନାହୁଁ ବୋଲି ଛେନୁ ଗ୍ରାମର ବାପି ପ୍ରଧାନ, ଉଦୟକଣି ଗ୍ରାମର ଭଗବାନ ବେହେରା କହିଛନ୍ତି। ଗତବର୍ଷ ଏପରି ଘଟଣା ଘଟିବାରୁ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଏକ ବିଶେଷଜ୍ଞ ଦଳ ଏଠାକୁ ଆସି ଘଟଣାର ଅନୁଧ୍ୟାନ କରିଥିଲେ। ତେବେ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଉପକୂଳବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମସ୍ୟାର ସମାଧାନ ପାଇଁ ଦୀର୍ଘ ମିଆଦୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ନଚେତ ଉପରୋକ୍ତ ୪ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି କହିଛନ୍ତି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ। ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ଏବଂ ବିଶେଷଜ୍ଞ ଦଳଙ୍କ ପରାମର୍ଶକୁ ଅପେକ୍ଷା କରାଯାଇଛି। ଚଳିତବର୍ଷ ଏହି ସମସ୍ୟାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜଳସେଚନ ବିଭାଗ କାକଟପୁର ଉପନିର୍ବାହୀ ଯନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ବାକ୍ସରେ ଲୁଚାଇଲେ ପ୍ରେମିକା

ବାରିପଦା ଅଫିସ,୯ା୭:ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ ଧରାପଡ଼ିବା ଭୟରେ ନିଜ ପ୍ରେମିକଙ୍କୁ ବାକ୍ସରେ ଲୁଚାଇ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି...

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫-୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ...

ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ...

୩ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨।୧୨(ବୂ୍ୟରୋ): ଦୁର୍ନୀତି ବିରୋଧରେ କଠୋର ହେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ଆଜି ପୁଣି ୩ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ଏହାଛଡ଼ା ଜଣଙ୍କୁ ଚାକିରିରୁ...

ଓଡ଼ିଶାକୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ...

ରାଜ୍ୟରୁ ଆଜି ଆଉ ୧୪ ଜୀବନ ନେଲା କରୋନା, ୭୯୭ରେ ପହଞ୍ଚଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ...

ଭରସା ତୁଟିବା ପରେ ଚରମ ପଦକ୍ଷେପ

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର,୨୮।୭(ବ୍ୟୁରୋ): କୌଣସି ଲୋକ ଥାନାରେ ଅଭିଯୋଗ କଲେ, ପୋଲିସ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ କରିବା କଥା। ହେଲେ...

Advertisement
Archives

Model This Week