ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ ଟାୱାର ଅସୁରକ୍ଷିତ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସମୁଦ୍ର ଜଳପତ୍ତନ ବୃଦ୍ଧି ଏହାର ପ୍ରମୁଖ କାରଣ ପାଲଟିଛି। ବିଭାଗୀୟ କର୍ତ୍ତୃପକ୍ଷ ଏହାର ଆବଶ୍ୟକ ମରାମତି ଦିଗରେ ଦୃଷ୍ଟି ନ ଦେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଭିୟୁ ଟାଓ୍ବାର ଭାଙ୍ଗି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶିଆଳି ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ମାତ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ବେଳାଭୂମିଠାରେ ନିର୍ମିତ ଭିୟୁ ଟାୱାର ଜରାଜୀର୍ଣ୍ଣ ହୋଇପଡିଲାଣି। ଟାଓ୍ବାରରେ ଲାଗିଥିବା କମକୂଟରୁ ସିମେଣ୍ଟ ଖଣ୍ଡ ଛାଡିଲାଣି। ଗ୍ରୀଲରେ କଳଙ୍କି ଲାଗି ଯାଇଥିବା ବେଳେ ଉପର ବିମ୍‌ ଫାଟି ସିମେଣ୍ଟ ଖସୁଛି। ଟାୱାରରୁ ରଙ୍ଗ ଛାଡ଼ି ଗଲାଣି। ଉପରେ କରାଯାଇଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏତଦ୍‌ବ୍ୟତୀତ ଭିୟୁ ଟାଓ୍ବାର ନିର୍ମାଣ ବେଳେ ଏହା ସମୁଦ୍ରଠାରୁ ୧୦୦ ମିଟର ଦୂରରେ ଥିଲା। ମାତ୍ର ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଥିବାରୁ ଭିୟୁ ଟାଓ୍ବାରର ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ପଥର ବନ୍ଧଠାରୁ ସମୁଦ୍ର ଏବେ ମାତ୍ର ୧୦ ମିଟର ଦୂରରେ ରହିଛି। ଏଥିସହିତ ବନ୍ଧରେ ଦିଆଯାଇଥିବା ବାଲିବସ୍ତା ମଧ୍ୟ ଧୋଇଗଲାଣି। କୌଣସି ବିପର୍ଯ୍ୟୟ ସମୟରେ ସମୁଦ୍ର ପାଣି କୂଳ ଲଂଘିବା ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଅପରପକ୍ଷେ ପଥର ବନ୍ଧ ମଧ୍ୟ ବହୁ ନିମ୍ନରେ ରହିଥିବାରୁ ତାହା ଭିୟୁ ଟାୱାରକୁ କିପରି ସୁରକ୍ଷା ଦେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ସୂଚନାଥାଉ କି, ୨୦୦୫ରୁ ଏରସମାର ତତ୍କାଳୀନ ବିଡିଓ ମୁରଲୀଧର ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପ୍ରଚେଷ୍ଟାରେ ଶିଆଳି ବେଳାଭୂମିର ବିଭିନ୍ନ ଉନ୍ନତୀକରଣ କରାଯାଇଥିବା ବେଳେ ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଉଦ୍ୟମରେ ଏହା ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଛି। ରାସ୍ତାଘାଟ ପୁନରୁଦ୍ଧାରଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଝାଉଁ ଜଙ୍ଗଲ ପୁନରୁଦ୍ଧାର କରାଯାଇ ଭିୟୁ ଟାୱାର ତଥା ପାନ୍ଥ ନିବାସ ପ୍ରତିଷ୍ଠା କରାଯାଇଛି। ଗୋଟିଏ ପଟେ ଦିଗନ୍ତ ବିସ୍ତାରୀ ସମୁଦ୍ର ଓ ଅପରପଟରେ ସବୁଜ ଝାଉଁ ଜଙ୍ଗଲ ଶିଆଳି ବେଳାଭୂମିର ଶୋଭାବର୍ଦ୍ଧନ କରୁଥିବାରୁ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଛି। ହେଲେ ଏହାର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଦୃଷ୍ଟି ଦିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମେଡିକାଲରେ ଛନକା: ସୌନ୍ଦର୍ଯ୍ୟ ବଢ଼ାଇବାକୁ ରଖାଗଲା ଫୁଲଗଛ

ଅନୁଗୋଳ ଅଫିସ, ୧୬ା୧୦- ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ପାଇଁ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ...

ନଦୀରେ ଫସିଥିବା ୧୦ଜଣଙ୍କୁ କୂଳକୁ ଆଣିଲା ଏନ୍‌ଡିଆର୍‌ଏଫ୍‌

ଜଗତ୍‌ସିଂହପୁର ଅଫିସ, ୨୭।୫: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ଜପା ପଞ୍ଚାୟତର ଦାଶମଠ ନିକଟ ନଦୀରେ ମଙ୍ଗଳବାର ସନ୍ଧ୍ୟାରେ ୧୦ ଜଣ ଫସି ଯାଇଥିଲେ।...

ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉନି: ଅସମ୍ଭାଳ ସ୍ଥିତିରେ କରୋନା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବେକାବୁ ସ୍ଥିତିର ମୁକାବିଲା କରିବା ପାଇଁ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା...

ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା...

ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ

ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍‌ ହୋଇ...

ଘନତ୍ୱ ବୃଦ୍ଧିକୁ ଗୁରୁତ୍ୱ ନାହିଁ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୭ା୭ – ଶିଳ୍ପବହୁଳ ଅନୁଗୋଳ ଜିଲାରେ ନଷ୍ଟ ହୋଇଚାଲିଛି ପ୍ରାକୃତିକ ଜଙ୍ଗଲ। ବଢ଼ୁଥିବା ଖଣି ଖାଦାନ ପାଇଁ ବଳିପଡ଼ୁଛି...

ପିସି ନ ଦେଲେ କାମ ହେଉନି

ଦଶମନ୍ତପୁର, ୬ା୧୨ ( ଡି.ଏନ.ଏ):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପିସି କାରବାର ଖୁଲୁମଖୋଲା ଭାବେ ଚାଲିଛି। ଯେ କୌଣସି କାର୍ଯ୍ୟରେ ପିସି ନ ଦେଲେ କିଛି...

ଭକ୍ତଶୂନ୍ୟ ରଥଯାତ୍ରା ପାଇଁ କୋର୍ଟଙ୍କ ଆଗରେ ଯୁକ୍ତି ରଖନ୍ତୁ ସରକାର: ପୁରୀ ବିଧାୟକ

ପୁରୀ ଅଫିସ୍‌,୨୧।୬: ଭକ୍ତଶୂନ୍ୟ ରଥଯାତ୍ରା କିପରି ହୋଇପାରିବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର...

Advertisement
Archives

Model This Week