ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ ଟାୱାର ଅସୁରକ୍ଷିତ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସମୁଦ୍ର ଜଳପତ୍ତନ ବୃଦ୍ଧି ଏହାର ପ୍ରମୁଖ କାରଣ ପାଲଟିଛି। ବିଭାଗୀୟ କର୍ତ୍ତୃପକ୍ଷ ଏହାର ଆବଶ୍ୟକ ମରାମତି ଦିଗରେ ଦୃଷ୍ଟି ନ ଦେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଭିୟୁ ଟାଓ୍ବାର ଭାଙ୍ଗି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶିଆଳି ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ମାତ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ବେଳାଭୂମିଠାରେ ନିର୍ମିତ ଭିୟୁ ଟାୱାର ଜରାଜୀର୍ଣ୍ଣ ହୋଇପଡିଲାଣି। ଟାଓ୍ବାରରେ ଲାଗିଥିବା କମକୂଟରୁ ସିମେଣ୍ଟ ଖଣ୍ଡ ଛାଡିଲାଣି। ଗ୍ରୀଲରେ କଳଙ୍କି ଲାଗି ଯାଇଥିବା ବେଳେ ଉପର ବିମ୍‌ ଫାଟି ସିମେଣ୍ଟ ଖସୁଛି। ଟାୱାରରୁ ରଙ୍ଗ ଛାଡ଼ି ଗଲାଣି। ଉପରେ କରାଯାଇଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏତଦ୍‌ବ୍ୟତୀତ ଭିୟୁ ଟାଓ୍ବାର ନିର୍ମାଣ ବେଳେ ଏହା ସମୁଦ୍ରଠାରୁ ୧୦୦ ମିଟର ଦୂରରେ ଥିଲା। ମାତ୍ର ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଥିବାରୁ ଭିୟୁ ଟାଓ୍ବାରର ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ପଥର ବନ୍ଧଠାରୁ ସମୁଦ୍ର ଏବେ ମାତ୍ର ୧୦ ମିଟର ଦୂରରେ ରହିଛି। ଏଥିସହିତ ବନ୍ଧରେ ଦିଆଯାଇଥିବା ବାଲିବସ୍ତା ମଧ୍ୟ ଧୋଇଗଲାଣି। କୌଣସି ବିପର୍ଯ୍ୟୟ ସମୟରେ ସମୁଦ୍ର ପାଣି କୂଳ ଲଂଘିବା ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଅପରପକ୍ଷେ ପଥର ବନ୍ଧ ମଧ୍ୟ ବହୁ ନିମ୍ନରେ ରହିଥିବାରୁ ତାହା ଭିୟୁ ଟାୱାରକୁ କିପରି ସୁରକ୍ଷା ଦେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ସୂଚନାଥାଉ କି, ୨୦୦୫ରୁ ଏରସମାର ତତ୍କାଳୀନ ବିଡିଓ ମୁରଲୀଧର ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପ୍ରଚେଷ୍ଟାରେ ଶିଆଳି ବେଳାଭୂମିର ବିଭିନ୍ନ ଉନ୍ନତୀକରଣ କରାଯାଇଥିବା ବେଳେ ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଉଦ୍ୟମରେ ଏହା ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଛି। ରାସ୍ତାଘାଟ ପୁନରୁଦ୍ଧାରଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଝାଉଁ ଜଙ୍ଗଲ ପୁନରୁଦ୍ଧାର କରାଯାଇ ଭିୟୁ ଟାୱାର ତଥା ପାନ୍ଥ ନିବାସ ପ୍ରତିଷ୍ଠା କରାଯାଇଛି। ଗୋଟିଏ ପଟେ ଦିଗନ୍ତ ବିସ୍ତାରୀ ସମୁଦ୍ର ଓ ଅପରପଟରେ ସବୁଜ ଝାଉଁ ଜଙ୍ଗଲ ଶିଆଳି ବେଳାଭୂମିର ଶୋଭାବର୍ଦ୍ଧନ କରୁଥିବାରୁ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଛି। ହେଲେ ଏହାର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଦୃଷ୍ଟି ଦିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri