Posted inଜାତୀୟ

ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ

ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେଇ ଏହା କହିଛନ୍ତି। ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନେଇ ମନମୋହନ କ୍ଷୋଭ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଶାନ୍ତି, ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବକୁ ଗୁୁରୁତ୍ୱ ଦେଉଥିବା ସେ କହିଛନ୍ତି। ତେଣୁ ସମାଜରେ ପରସ୍ପର ମଧ୍ୟରେ ଘୃଣା ଏବଂ ଭେଦଭାବ ସୃଷ୍ଟି କରୁଥିବା କାର୍ଯ୍ୟଠାରୁ ଦୂରେଇ ରହିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଭାରତ ଅବିଭାଜ୍ୟ ଏବଂ ଧର୍ମନିରପେକ୍ଷତା ହେଉଛି ଏହାର ମୂଳ ଆଧାର। ତେବେ କିଛି ବାହ୍ୟ ଏବଂ ଆଭ୍ୟନ୍ତରୀଣ ବିଦ୍ୱେଷ ସୃଷ୍ଟିକାରୀ ଶକ୍ତି ଦେଶର ମୂଳ ଅଧାରକୁ ଦୋହଲାଇବାର ଅପପ୍ରୟାସ କରୁଥିବା ମନମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାସ୍ତ୍ରୀ-ମୁଖାର୍ଜୀ -ଦିନ୍‌ଦୟାଲଙ୍କ ମୃତ୍ୟୁର ହେବନି ତଦନ୍ତ: ସରକାର

ନୂଆଦିଲ୍ଲୀ,୨୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦିନ୍‌ଦୟାଲ୍‌ ଉପାଧ୍ୟାୟଙ୍କ ମୃତ୍ୟୁର ତଦନ୍ତ କରାଯିବ ନାହିଁ ବୋଲି...

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି।...

ସକାଳୁ ସକାଳୁ ଥରିଲା ୩ ରାଜ୍ୟ

ନୂଆଦିଲ୍ଲୀ, ୧୬।୭: ଗୁରୁବାର ଭୋର୍‌ ୪ଟା ୪୭ ମିନିଟ୍‌ ରୁ ସକାଳ ୭ଟା ୫୭ ମଧ୍ୟରେ ହିମାଚଳପ୍ରଦେଶ, ଗୁଜରାଟ ଏବଂ ଆସାମରେ ଭୂକମ୍ପ ଅନୁଭୁତ ହୋଇଛି।...

ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା

ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା...

ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ...

ରାଜନୈତିକ ଦଳ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ଦେଶର ରାଜନୈତିକ ଦଳଗୁଡ଼ିକ ପାଇଁ ବୁଧବାରଠାରୁ ନୂଆ ନିୟମ ଆରମ୍ଭ ହୋଇଛି। ଜନ ପ୍ରତିନିଧି ଆଇନ, ୧୯୫୧ ଅଧୀନରେ ପଞ୍ଜୀକୃତ ହେବାକୁ ଚାହୁଁଥିବା ଦଳଗୁଡ଼ିକୁ...

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍‌ ବିଜୟ ସିଂ...

ଏସବୁ ଉପାୟ ଦ୍ୱାରା ଘରୁ ଦୂରେଇ ରୁହନ୍ତିି ଝିଟିପିଟି…

କେତେକଙ୍କ ଘରେ ଝିଟିପିଟି ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଝିଟିପିଟିଙ୍କୁ ଘରୁ ଦୂରେଇ ରଖିବା ପାଇଁ ଗନ୍ଧ କପୂର ଗୋଲିର ବ୍ୟବହାର କଲେ...

Coronavirus Update


Archives

Model This Week

Why Dharitri