ଅସଦାଚରଣ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି: ଥାନା ଆଗରେ ଛାତ୍ରୀଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ରାଇରଙ୍ଗପୁର,୫ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା କଲେଜ ଛାତ୍ରୀ ଟ୍ୟୁଶନ ଯାଇଥିବାବେଳେ ମଙ୍ଗଳବାର ଜଣେ କମ୍ପ୍ୟୁଟର ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବୁଧବାର ଏହି ଘଟଣା ଭିନ୍ନମୋଡ଼ ନେଇଥିବା ଦେଖିବାକୁ ମିଳିଥିଲା। କଲେଜର ଅନ୍ୟ ଛାତ୍ରୀମାନେ ସମ୍ପୃକ୍ତ କମ୍ପ୍ୟୁଟର ଶିକ୍ଷକ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବିକରି ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସ୍ଥାନୀୟ ଅତିରିକ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ୨୨୦ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ ଚାଲିବାରୁ ଗାଡ଼ି ମୋଟର ଚଳାଚଳ ବ୍ୟାହତ ହୋଇଥିଲା। ଟାଉନଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଏବଂ କଲେଜର ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ତାଙ୍କର ଜାମିନ ଆବେଦନ ନାକଚ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୀଡିତା ଛାତ୍ରୀଙ୍କୁ ମଧ୍ୟ ପୋଲିସ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ହାଜର କରାଇ ତାଙ୍କ ବୟାନ ରେକର୍ଡ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡା ଭାଜିବା ବେଳେ ଗ୍ୟାସରୁ ଲାଗିଲା ନିଆଁ

ଚିତ୍ରଡ଼ା,୭।୭(ଡ଼ି.ଏନ୍‌.ଏ): ମୟୂଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ମୋରଡା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ...

କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର...

ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା...

‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ

ବାରିପଦା ଅଫିସ,୧୦ା୩- ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ନେଇ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ ହୋଇଛି। ଜିଲା...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ଭାଜପାର ସଭାସ୍ଥଳ ସଫେଇ କଲେ ବିଜେଡି ନେତା

ବାରିପଦା ଅଫିସ,୩୦ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ...

ଚାକିରି କରାଇଦେବା ନାଁରେ ଠକେଇ, ମହିଳାଙ୍କ ସହ ମେଡିକାଲ କର୍ମଚାରୀ ଗିରଫ

ବାରିପଦା ଅଫିସ, ୩।୨- ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କ ନିକଟରୁ ୨ଲକ୍ଷ ୧୮ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବାରିପଦା...

ସୁନାମୁହିଁରେ ଦାମୋଦର ମେଳା

ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ...

Advertisement
Archives

Model This Week