Posted inଜାତୀୟ

ଅସଦାଚରଣରୁ ସୁରକ୍ଷା ପାଇଁ ଛାତ୍ରୀଛାତ୍ର ସପ୍ତାହରେ ୩ଦିନ ଅଲଗା ଅଲଗା ଯିବେ ସ୍କୁଲ

ମାଲଦା,୩।୭: ଛାତ୍ରୀଙ୍କ ଉପରେ ହେଉଥିବା ଅସଦାଚରଣ ଘଟଣା କମ୍‌ କରାଇବା ପାଇଁ କୋଲକତାର ଏକ ସରକାରୀ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଭିନ୍ନ ଭିନ୍ନ ଦିିନ ସ୍କୁଲ ଆସିବା ଲାଗି ନିୟମ ଜାରି ହୋଇଛି। ସପ୍ତାହରେ ଛାତ୍ରୀମାନେ ୩ ଦିନ ଏବଂ ଛାତ୍ରମାନେ ୩ ଦିନ ସ୍କୁଲ ଆସିବେ ବୋଲି ମାଲଦା ସଦର ଅଞ୍ଚଳରେ ଥିବା ହବିବ୍‌ପୁରସ୍ଥିତ ଗିରିଜା ସୁନ୍ଦରୀ ବିଦ୍ୟା ମନ୍ଦିରର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଛାତ୍ରୀଙ୍କ ଉପରେ ଅସଦାଚରଣ ହେଉଥିବା ଅଭିଯୋଗ ଆସିବା ପରେ ସ୍କୁଲ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ପାଣ୍ଡେ ସୂଚନା ଦେଇଛନ୍ତି। ଛାତ୍ରୀମାନେ ସପ୍ତାହରେ ସୋମବାର, ବୁଧବାର ଏବଂ ଶୁକ୍ରବାର ସ୍କୁଲକୁ ଆସିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯାଇଛି। ସେହିପରି ଛାତ୍ରମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ପାଠ ପଢ଼ିବାକୁ ଆସିବା ଲାଗି ସ୍କୁଲ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା

କୋଲକତା,୨୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କ ‘ଦୁଆରେ ରାଶନ’ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି।...

ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ସରକାର…

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ଦୀପ ଜଳାଇବା ସମୟରେ ଥାଳି ଭଳିି ଭୁଲ ନ ଦୋହରାଇବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୩।୪: ସାରା ଦେଶ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି...

ଡେଟା କେବୁଲରେ ଗଳାଚିପି ନିକିଙ୍କୁ ହତ୍ୟା କରିଥିଲେ ସାହିଲ

ନୂଆଦିଲ୍ଲୀ, ୧୬।୨: ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଫ୍ରିଜର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ସାହିଲଙ୍କୁ ଦିଲ୍ଲୀର ଏକ କୋର୍ଟ ୫ ଦିନିଆ ରିମାଣ୍ଡରେ...

ମିସ୍‌ ୱାର୍ଲଡ -୨୦୨୧ ପ୍ରତିଯୋଗିତା ସ୍ଥଗିତ

ନୂଆଦିଲ୍ଲୀ,୧୭।୧୨: କୋଭିଡ୍‌ ପାଇଁ ମିସ୍‌- ୱାର୍ଲଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି...

ଏଲ୍‌ଇଡି ଟିଭି ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲ୍‌ଇଡି ଟିଭି ଫାଟି ୧୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଯୁବକଙ୍କ ମା’ ଏବଂ...

୧୨ ଘଣ୍ଟା ଧରି ୧୦ କି.ମି. ନଦୀରେ ପହଁରୁଥିଲେ ମହିଳା, ଲୋକେ ଭାବିଲେ ମୃତ, ପରେ ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଗଙ୍ଗା ନଦୀରେ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବରଫ ଭଳି ଥଣ୍ଡା ପାଣିରେ ମହିଳା ଜଣକ ୧୨ ଘଣ୍ଟାଧରି ପହଁରୁଥିଲେ। ଯାହାକୁ ଦେଖି...

Advertisement
Archives

Model This Week