Posted inଖେଳ

ଅଶ୍ୱିନ୍‌ ରଚିଲେ ଇତିହାସ

ବିଶାଖାପାଟଣା,୬।୧୦: ପାଖାପାଖି ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି। ବିଶାଖାପାଟଣାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିନରେ ଡି ବ୍ରାଏନ୍‌ଙ୍କ ଉଇକେଟ ନେଇ ଟେଷ୍ଟରେ ଦ୍ରୁତତମ ୩୫୦ ଉଇକେଟ ନେବାରେ ସେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଅଶ୍ୱିନ ୬୬ଟି ମ୍ୟାଚ୍‌ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ୨୦୦୧ ବାଲାଂଦେଶ ବିପକ୍ଷରେ ମୁରଲୀଧରନ ନିଜ ୬୬ ତମ ମ୍ୟାଚ୍‌ରେ ଏହି କୀତ୍ତିମାନ ହାସଲ କରିଥିଲେ। ଏହାସହ ଅଶ୍ୱିନ ଅନିଲ କୁମ୍ବଲେଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ପୂର୍ବରୁ କୁମ୍ବଲେ ୭୭ଟି ମ୍ୟାଚ୍‌ ଖେଳି ୩୫୦ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

ଏମ୍‌ଆଇ ବିଜୟୀ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌ (ଏମ୍‌ଆଇ) ବିଜୟ...

ଭାବପ୍ରବଣ ଭିଡିଓ ଶେୟାର କଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୫।୩: କାର ଦୁର୍ଘଟଣା ପରେ ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି।...

କିଟ୍‌ର ପ୍ରଜ୍ଞା ପ୍ରଶାନ୍ତି, ବିକ୍ରାନ୍ତଙ୍କ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୬ଷ୍ଠ ଦିବସରେ କିଟ୍‌ ୟୁନିଭର୍ସିଟିର ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ପଦକ ହାସଲ...

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ...

ବୋଲ୍ଟଙ୍କୁ ପଛରେ ପକାଇଲେ ମହିଳା ଆଥ୍‌ଲେଟ

ଦୋହା,୩୦।୯: ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ଇତିହାସରେ ସଫଳତମ ଆଥ୍‌ଲେଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କୁ ପଛରେ ପକାଇଛନ୍ତି ଆମେରିକାର ମହିଳା ଧାବକ ଏଲିସନ ଫେଲିକ୍ସ। ସେ ଚଳିତ...

ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ...

ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଓ୍ବେଲିଂଟନ,୨୩।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟ ତୃତୀୟ ଦିନ ସୁଦ୍ଧା ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତ ୧୬୫ ରନ୍‌ରେ...

Advertisement
Archives

Model This Week